କେସିଙ୍ଗା,୧୭ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ ପ୍ରସୂତି ମହିଳା ବେଲ ମାଝୀ(୩୪)ଙ୍କ ମୃତ୍ୟୁ ଘଟିଥିବାରୁ ସ୍ବାମୀ ସୁରଜିତ ମାଝୀ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି। ବେଲ ମାଝୀଙ୍କର ପ୍ରସବ ତାରିଖ ପାଖେଇ ଆସିବାରୁ ଗତ ୧୩ ତାରିଖରେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଏହିପରି ସ୍ଥଳେ ୧୪ ତାରିଖରେ ସକାଳ ସାଢ଼େ ୫ଟାରେ ବେଲ ହସସ୍ପିଟାଲର ଶୌଚାଳୟକୁ ପରିସ୍ରା ପାଇଁ ଯାଇଥିବା ବେଳେ ସେଠାରେ ହଠାତ୍ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହାପରେ ବେଲ ମାଝୀଙ୍କର ପ୍ରଚୁର ରକ୍ତସ୍ରାବ ଯୋଗୁ ଅଚେତ୍ ଅବସ୍ଥାରେ ପଡ଼ି ରହିଥିଲା। ଏହି ସମୟରେ ମେଡିକାଲ ଅଫିସର ଘଟଣାସ୍ଥଳରେ ପହଞ୍ଚି କିକିତ୍ସା କରିଥିଲେ। କିନ୍ତୁ ଅତ୍ୟଧିକ ରକ୍ତସ୍ରାବ ହେବା ଯୋଗୁ ସକାଳ ୬ଟାରେ ବେଲଙ୍କୁ ଭବାନୀପାଟଣା କୁ ସ୍ଥାନାନ୍ତରିତ କରିଥିଲେ।କିନ୍ତୁ ହସ୍ପିଟାଲ ନେବା ବେଳେ ପାଷ୍ଠିକୁଡ଼ି ଗ୍ରାମ ନିକଟରେ ମୃତ୍ୟୁ ଘଟିଥିବା ବେଲ ମାଝୀ ର ସାମୀ ସୁରଜିତ ମାଝୀ କହିଛନ୍ତି। ଏହାସହ ସ୍ତ୍ରୀରୋଗ ବିଶେଷଜ୍ଞ କିମ୍ବା କାର୍ଯ୍ୟରତ ନର୍ସିଂ ଅଫିସର ମୃତ୍ୟୁ ପାଇଁ ଦାୟୀ ବୋଲି ସୁରଜିତ ସୋମବାର ଅନୁଷ୍ଠିତ ଜିଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପାଷ୍ଟିକୁଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଗୋଷ୍ଠୀ ଜନସ୍ବାସ୍ଥ୍ୟ ଅଧିକାରୀ ଅଭୀନାଶ ପ୍ରଧାନଙ୍କୁ ପଚାରିବାରୁ ମୁଁ ତଦନ୍ତ ପାଇ ଯାଇଥିଲି,ସବୁ ରିପୋର୍ଟ ଧରି ଆସିଛି,ଏହା ଜିଲାସ୍ତରୀୟ ତଦନ୍ତ କରାଯିବା ସଙ୍ଗେ ନର୍ଲା ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଟିମ୍ ମଧ୍ୟ ତଦନ୍ତ କରିବେ। ପୀଡ଼ିତାଙ୍କ ଗ୍ରାମକୁ ଯାଇ ସମସ୍ତ ପ୍ରକାର ତଦନ୍ତ କରାଯିବ ଏବଂ ଶେଷରେ ଦୋଷୀଙ୍କ ନାମରେ ବିଚାର କରାଯିବ ବୋଲି ପ୍ରକାଶ କରିଥିଲେ।
Dharitri – Odisha’s No.1 Odia Daily


