Posted inଖେଳ

୨୦୧୯ ବିଶ୍ୱକପ୍‌ ଫାଇନାଲ ପ୍ରତିଶୋଧ ଅପେକ୍ଷାରେ ନ୍ୟୁଜିଲାଣ୍ଡ

ଆବୁଧାବି, ୧୦।୧୧- ୨୦୧୯ ଆଇସିସି ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ନ୍ୟୁଜିଲାଣ୍ଡକୁ ରୋଚକ ଢ଼ଙ୍ଗରେ ହରାଇ ଇଂଲଣ୍ଡ ବିଶ୍ୱକପ୍‌ ହାତେଇଥିଲା। ତା’ ପରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ପ୍ରତିଦ୍ୱନ୍ଦ୍ୱୀ। ତେବେ ଏଥର ଟି୨୦ ଫର୍ମାଟରେ। ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ବୁଧବାର ସନ୍ଧ୍ୟା ୭.୩୦ରେ ଅନୁଷ୍ଠିତ ହେବ।

ଗୋଟିଏ ପକ୍ଷରେ ଅଛି ଇଂଲଣ୍ଡ। ପ୍ରତିଯୋଗିତା ଆରମ୍ଭରୁ ଏହି ଦଳ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ମାତ୍ର ଖେଳାଳିଙ୍କ ଆହତ ସମସ୍ୟା ଦଳ ପାଇଁ ପାଲଟିଛି ଚିନ୍ତାର କାରଣ। ଏହାଛଡ଼ା ଶେଷ ଗ୍ରୁପ୍‌ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜୟ ଦଳକୁ ଚିନ୍ତାରେ ପକାଇଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଜାସନ ରୟ ଆହତ ହେବା ଇଂଲଣ୍ଡକୁ ଶକ୍ତ ଧକ୍କା ପହଞ୍ଚାଇଛି। ଜାସନ ଓ ଜୋସ ବଟଲର ଚଳିତ ଟୁର୍ନାମେଣ୍ଟରେ ଓପନିଂ ଯୋଡ଼ିରେ ବିସ୍ଫୋରକ ବ୍ୟାଟିଂ କରି ଇଂଲଣ୍ଡକୁ ଫାଇଦାରେ ରଖୁଥିଲେ। ଜାସନଙ୍କ ଅନୁପସ୍ଥିତିରେ ଜନି ବେୟାରଷ୍ଟୋଙ୍କୁ ବଟଲରଙ୍କ ସହ ଓପନିଂ ପାର୍ଟନର କରାଯାଇପାରେ। ବଟଲରଙ୍କଠାରୁ ଆଉ ଏକ ମ୍ୟାଚ ବିଜୟୀ ଇନିଂସ ଆଶା କରୁଛି ଇଂଲଣ୍ଡ। ସାମ ବିଲିଙ୍ଗ୍ସ ମିଡିଲ ଅର୍ଡରରେ ବ୍ୟାଟିଂ କରିପାରନ୍ତି। ସବୁଠାରୁ ଭଲ କଥା ହେଲା ମିଡିଲ ଅର୍ଡରରେ ଅନେକ ବ୍ୟାଟର ଉପଯୋଗୀ ଇନିଂସ ଖେଳି ଇଂଲଣ୍ଡକୁ ସେମିଫାଇନାଲରେ ପହଞ୍ଚାଇଛନ୍ତି। ଟାଇମଲ ମିଲ୍ସ ଆହତ ସମସ୍ୟା ଯୋଗୁ ଓହରି ଯାଇଥିବାରୁ ଇଂଲଣ୍ଡର ବୋଲିଂ ବିଭାଗ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଡେଥ୍‌ ଓଭରରେ ମିଲ୍ସ ଚମତ୍କାର ବୋଲିଂ କରି ଆସୁଥିଲେ। ତାଙ୍କ ଅନୁପସ୍ଥିତିରେ ବିପକ୍ଷ ଦଳ ଫାଇଦା ଉଠାଇବା ସମ୍ଭାବନା ରହିଛି। ପାଓ୍ବାର ପ୍ଲେ ଏବଂ ମିଡିଲ ଓଭର ଗୁଡ଼ିକରେ ଉଇକେଟ ନେବାକୁ ଦୁଇ ସ୍ପିନର ମୋଇନ ଅଲୀ ଓ ଆଡିଲ ରଶିଦଙ୍କ ଉପରେ ଗୁରୁଦାୟିତ୍ୱ ରହିବ। ୨୦୧୯ ଦିନିକିଆ ବିଶ୍ୱକପ୍‌ର ଘଟଣା ମଧ୍ୟ ଦୁଇ ଦଳର ମନେ ଥିବ। ସେତେବେଳେ ବାଉଣ୍ଡାରୀ ନିୟମ ଅନୁସାରେ ଇଂଲଣ୍ଡ ବିଜେତା ଘୋଷିତ ହୋଇଥିଲା। ଏହା ପରଠାରୁ ଇଂଲଣ୍ଡ ସ୍ଥିର ପ୍ରଦର୍ଶନ ଦେଇ ଆସିଛି। ଏହି ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟାଇଟଲ ମଧ୍ୟ ଜିତିଛି।

ଚଳିତ ଟୁର୍ନାମେଣ୍ଟର ସୁପର-୧୨ ପର୍ଯ୍ୟାୟରେ ପାକିସ୍ତାନଠାରୁ ପରାଜୟ ସହ ଅଭିଯାନ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ କିନ୍ତୁ ପରେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଟୁର୍ନାମେଣ୍ଟରେ ଏହି ଦଳର ବୋଲିଂ ବିଭାଗ ସବୁଠାରୁ ଶକ୍ତିଶାଳୀ ସାବ୍ୟସ୍ତ ହୋଇ ଆସିଛି। ଏହି ଦଳ ଭାରତକୁ ୧୧୦ ଓ ଆଫଗାନିସ୍ତାନକୁ ୧୨୫ ରନରେ ସୀମିତ ରଖି ନିଜ ବୋଲିଂ ଶକ୍ତିର ପରିଚୟ ଦେଇଥିଲା। ଦୁଇ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଏବଂ ଟିମ୍‌ ସୌଦି ପ୍ରଭାବୀ ରହି ଆସିଛନ୍ତି। ଲୋକି ଫର୍ଗୁସନଙ୍କ ଅନୁପସ୍ଥିତି ଏହି ଦଳକୁ ଚିନ୍ତାରେ ପକାଇଥିଲେ ହେଁ ଆଡାମ ମିଲ୍‌ନେ ତାଙ୍କର ସଫଳ ବଦଳ ଖେଳାଳି ବୋଲି ପ୍ରମାଣିତ କରିଛନ୍ତି। ଦୁଇ ସ୍ପିନର ଇଶ୍‌ ସୋଧି ଓ ମିଚେଲ ସାଣ୍ଟନର ମଧ୍ୟ ଚମତ୍କାର ବୋଲିଂ କରି ଆସିଛନ୍ତି। ମିଡିଲ ଓଭରରେ ସୋଧି ଉଇକେଟ ନେବାରେ ସଫଳ ହୋଇଛନ୍ତି। ଓପନର ମାର୍ଟିନ ଗୁପଟିଲ, ଡାରିଲ ମିଚେଲ ବଢ଼ିଆ ଫର୍ମରେ ଅଛନ୍ତି। ଅଧିନାୟକ କେନ୍‌ ଓ୍ବିଲିୟମସନ ଆବଶ୍ୟକ ଅନୁସାରେ ବ୍ୟାଟିଂ କରି ଦଳକୁ ଫାଇଦାରେ ରଖିଛନ୍ତି। ଶାରଜା ଓ ଦୁବାଇ ତୁଳନାରେ ଆବୁଧାବି ପିଚ୍‌ ବ୍ୟାଟରଙ୍କୁ ଅଧିକ ସହାୟତା କରିଥାଏ। ତେଣୁ ପ୍ରଥମ ସେମିଫାଇନାଲ ହାଇସ୍କୋରିଂ ମ୍ୟାଚ ହେବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri