Posted inଖେଳ

୨୦୧୯ ବିଶ୍ୱକପ୍‌ ଫାଇନାଲ ପ୍ରତିଶୋଧ ଅପେକ୍ଷାରେ ନ୍ୟୁଜିଲାଣ୍ଡ

ଆବୁଧାବି, ୧୦।୧୧- ୨୦୧୯ ଆଇସିସି ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ନ୍ୟୁଜିଲାଣ୍ଡକୁ ରୋଚକ ଢ଼ଙ୍ଗରେ ହରାଇ ଇଂଲଣ୍ଡ ବିଶ୍ୱକପ୍‌ ହାତେଇଥିଲା। ତା’ ପରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ପ୍ରତିଦ୍ୱନ୍ଦ୍ୱୀ। ତେବେ ଏଥର ଟି୨୦ ଫର୍ମାଟରେ। ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ବୁଧବାର ସନ୍ଧ୍ୟା ୭.୩୦ରେ ଅନୁଷ୍ଠିତ ହେବ।

ଗୋଟିଏ ପକ୍ଷରେ ଅଛି ଇଂଲଣ୍ଡ। ପ୍ରତିଯୋଗିତା ଆରମ୍ଭରୁ ଏହି ଦଳ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ମାତ୍ର ଖେଳାଳିଙ୍କ ଆହତ ସମସ୍ୟା ଦଳ ପାଇଁ ପାଲଟିଛି ଚିନ୍ତାର କାରଣ। ଏହାଛଡ଼ା ଶେଷ ଗ୍ରୁପ୍‌ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜୟ ଦଳକୁ ଚିନ୍ତାରେ ପକାଇଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଜାସନ ରୟ ଆହତ ହେବା ଇଂଲଣ୍ଡକୁ ଶକ୍ତ ଧକ୍କା ପହଞ୍ଚାଇଛି। ଜାସନ ଓ ଜୋସ ବଟଲର ଚଳିତ ଟୁର୍ନାମେଣ୍ଟରେ ଓପନିଂ ଯୋଡ଼ିରେ ବିସ୍ଫୋରକ ବ୍ୟାଟିଂ କରି ଇଂଲଣ୍ଡକୁ ଫାଇଦାରେ ରଖୁଥିଲେ। ଜାସନଙ୍କ ଅନୁପସ୍ଥିତିରେ ଜନି ବେୟାରଷ୍ଟୋଙ୍କୁ ବଟଲରଙ୍କ ସହ ଓପନିଂ ପାର୍ଟନର କରାଯାଇପାରେ। ବଟଲରଙ୍କଠାରୁ ଆଉ ଏକ ମ୍ୟାଚ ବିଜୟୀ ଇନିଂସ ଆଶା କରୁଛି ଇଂଲଣ୍ଡ। ସାମ ବିଲିଙ୍ଗ୍ସ ମିଡିଲ ଅର୍ଡରରେ ବ୍ୟାଟିଂ କରିପାରନ୍ତି। ସବୁଠାରୁ ଭଲ କଥା ହେଲା ମିଡିଲ ଅର୍ଡରରେ ଅନେକ ବ୍ୟାଟର ଉପଯୋଗୀ ଇନିଂସ ଖେଳି ଇଂଲଣ୍ଡକୁ ସେମିଫାଇନାଲରେ ପହଞ୍ଚାଇଛନ୍ତି। ଟାଇମଲ ମିଲ୍ସ ଆହତ ସମସ୍ୟା ଯୋଗୁ ଓହରି ଯାଇଥିବାରୁ ଇଂଲଣ୍ଡର ବୋଲିଂ ବିଭାଗ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଡେଥ୍‌ ଓଭରରେ ମିଲ୍ସ ଚମତ୍କାର ବୋଲିଂ କରି ଆସୁଥିଲେ। ତାଙ୍କ ଅନୁପସ୍ଥିତିରେ ବିପକ୍ଷ ଦଳ ଫାଇଦା ଉଠାଇବା ସମ୍ଭାବନା ରହିଛି। ପାଓ୍ବାର ପ୍ଲେ ଏବଂ ମିଡିଲ ଓଭର ଗୁଡ଼ିକରେ ଉଇକେଟ ନେବାକୁ ଦୁଇ ସ୍ପିନର ମୋଇନ ଅଲୀ ଓ ଆଡିଲ ରଶିଦଙ୍କ ଉପରେ ଗୁରୁଦାୟିତ୍ୱ ରହିବ। ୨୦୧୯ ଦିନିକିଆ ବିଶ୍ୱକପ୍‌ର ଘଟଣା ମଧ୍ୟ ଦୁଇ ଦଳର ମନେ ଥିବ। ସେତେବେଳେ ବାଉଣ୍ଡାରୀ ନିୟମ ଅନୁସାରେ ଇଂଲଣ୍ଡ ବିଜେତା ଘୋଷିତ ହୋଇଥିଲା। ଏହା ପରଠାରୁ ଇଂଲଣ୍ଡ ସ୍ଥିର ପ୍ରଦର୍ଶନ ଦେଇ ଆସିଛି। ଏହି ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟାଇଟଲ ମଧ୍ୟ ଜିତିଛି।

ଚଳିତ ଟୁର୍ନାମେଣ୍ଟର ସୁପର-୧୨ ପର୍ଯ୍ୟାୟରେ ପାକିସ୍ତାନଠାରୁ ପରାଜୟ ସହ ଅଭିଯାନ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ କିନ୍ତୁ ପରେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଟୁର୍ନାମେଣ୍ଟରେ ଏହି ଦଳର ବୋଲିଂ ବିଭାଗ ସବୁଠାରୁ ଶକ୍ତିଶାଳୀ ସାବ୍ୟସ୍ତ ହୋଇ ଆସିଛି। ଏହି ଦଳ ଭାରତକୁ ୧୧୦ ଓ ଆଫଗାନିସ୍ତାନକୁ ୧୨୫ ରନରେ ସୀମିତ ରଖି ନିଜ ବୋଲିଂ ଶକ୍ତିର ପରିଚୟ ଦେଇଥିଲା। ଦୁଇ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଏବଂ ଟିମ୍‌ ସୌଦି ପ୍ରଭାବୀ ରହି ଆସିଛନ୍ତି। ଲୋକି ଫର୍ଗୁସନଙ୍କ ଅନୁପସ୍ଥିତି ଏହି ଦଳକୁ ଚିନ୍ତାରେ ପକାଇଥିଲେ ହେଁ ଆଡାମ ମିଲ୍‌ନେ ତାଙ୍କର ସଫଳ ବଦଳ ଖେଳାଳି ବୋଲି ପ୍ରମାଣିତ କରିଛନ୍ତି। ଦୁଇ ସ୍ପିନର ଇଶ୍‌ ସୋଧି ଓ ମିଚେଲ ସାଣ୍ଟନର ମଧ୍ୟ ଚମତ୍କାର ବୋଲିଂ କରି ଆସିଛନ୍ତି। ମିଡିଲ ଓଭରରେ ସୋଧି ଉଇକେଟ ନେବାରେ ସଫଳ ହୋଇଛନ୍ତି। ଓପନର ମାର୍ଟିନ ଗୁପଟିଲ, ଡାରିଲ ମିଚେଲ ବଢ଼ିଆ ଫର୍ମରେ ଅଛନ୍ତି। ଅଧିନାୟକ କେନ୍‌ ଓ୍ବିଲିୟମସନ ଆବଶ୍ୟକ ଅନୁସାରେ ବ୍ୟାଟିଂ କରି ଦଳକୁ ଫାଇଦାରେ ରଖିଛନ୍ତି। ଶାରଜା ଓ ଦୁବାଇ ତୁଳନାରେ ଆବୁଧାବି ପିଚ୍‌ ବ୍ୟାଟରଙ୍କୁ ଅଧିକ ସହାୟତା କରିଥାଏ। ତେଣୁ ପ୍ରଥମ ସେମିଫାଇନାଲ ହାଇସ୍କୋରିଂ ମ୍ୟାଚ ହେବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri