Posted inଖେଳ

ଆଜି ନ୍ୟୁଜିଲାଣ୍ଡ-ପାକିସ୍ତାନ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ

ବେଙ୍ଗାଲୁରୁ, ୪।୧୧:ଦିନିକିଆ କ୍ରିକେଟ ବିଶ୍ୱକପର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଲିଗ୍‌ ମ୍ୟାଚ ଶନିବାର ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚଟି ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। କାରଣ କ୍ରମାଗତ ୪ ବିଜୟ ପରେ ୩ ପରାଜୟ ବରଣ କରି ନ୍ୟୁଜିଲାଣ୍ଡ ଆଶା ଓ ଆଶଙ୍କାରେ ରହିଛି। କାରଣ ଆଉ ଗୋଟିଏ ମ୍ୟାଚ ହାରିଲେ ଦଳପାଇଁ ଟପ୍‌-୪ରେ ରହିବା କଷ୍ଟକର ହୋଇ ପଡ଼ିବ। ଅନ୍ୟପକ୍ଷରେ ପ୍ରତିଯୋଗିତାରେ ପାକିସ୍ତାନ ସ୍ଥିର ପ୍ରଦର୍ଶନ ଦେଇପାରି ନାହିଁ। ୭ ମ୍ୟାଚରୁ ଦଳ ମାତ୍ର ୩ ବିଜୟ ହାସଲ କରିପାରିଛି। ଆଗାମୀ ମ୍ୟାଚରେ ଯଦି ଦଳ ପରାଜିତ ହୁଏ ତେବେ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିବା ସାର ହେବ। ତେଣୁ ଏହି ମ୍ୟାଚଟି ଉଭୟ ଦଳପାଇଁ ‘କର ଅବା ମର’ ସ୍ଥିତି ସୃଷ୍ଟି କରିଛି।

ଖେଳାଳି ଆହତ ସମସ୍ୟା ଏବଂ ମ୍ୟାଟ ହେନରିଙ୍କ ବିଦାୟ ଫଳରେ ନ୍ୟୁଜିଲାଣ୍ଡ ଦଳ ଦୁର୍ବଳ ହୋଇ ପଡ଼ିଛି। ୭ ମ୍ୟାଚରେ ଦଳର ପଏଣ୍ଟ ସଂଖ୍ୟା ମାତ୍ର ୮ ରହିଛି। ନ୍ୟୁଜିଲାଣ୍ଡର ୫ ଖେଳାଳି ଏବେ ଆହତ ତାଲିକାରେ ଅଛନ୍ତି। ୭ ମ୍ୟାଚରୁ ୧୧ ଉଇକେଟ ନେଇ ସାରିଥିବା ହେନରି ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ପାଇଁ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଓହରି ଯାଇଛନ୍ତି। ଫଳରେ ନ୍ୟୁଜିଲାଣ୍ଡ ମ୍ୟାନେଜମେଣ୍ଟ ବାଧ୍ୟ ହୋଇ ତାଙ୍କ ସ୍ତାନରେ ଫାଷ୍ଟ ବୋଲର କାଏଲ ଜେମିସନଙ୍କୁ ଦଳରେ ସାମିଲ କରିଛି।

ଜେମ୍ସ ନିଶାମ କଚଟିରେ ଆଘାତ ପାଇଥିବାବେଳେ କେନ୍‌ ଓ୍ବିଲିୟମସନ (ଆଙ୍ଗୁଳି) ଓ ମାର୍କ ଚାପ୍‌ମାନ ପେଣ୍ଡା ମାଂଶପେସୀରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଲୋକି ଫର୍ଗୁସନ ମଧ୍ୟ ଏହି ତାଲିକାରେ ରହିଛନ୍ତି। ଓ୍ବିଲିୟମସନ ଓ ନିଶାମ ଶୁକ୍ରବାର ନେଟ୍ସରେ ଦେଖିବାକୁ ମିଳିଥିଲେ। ଏହା ନ୍ୟୁଜିଲାଣ୍ଡ ପାଇଁ ଏକ ଭଲ ଖବର ବୋଲି ବିବେଚିତ ହେଉଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ନ୍ୟୁଜିଲାଣ୍ଡ ଇନିଂସ ୧୬୦ରେ ସୀମିତ ହୋଇ ଯାଇଥିଲା। ତେଣୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ରାଚିନ ରବୀନ୍ଦ୍ର, ଡେଭନ କନ୍‌ଓ୍ବେ, ଡାରିଲ ମିଚେଲ ଓ ଗ୍ଲେନ୍‌ ଫିଲିପ୍ସଙ୍କୁ ଅଧିକ ଦାୟିତ୍ୱବାନ ହେବାକୁ ପଡ଼ିବ। ଗତ ୨ଟି ମ୍ୟାଚରେ ନ୍ୟୁଜିଲାଣ୍ଡ ବୋଲରମାନଙ୍କ ଦିଗହରା ପ୍ରଦର୍ଶନ ଯୋଗୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ୩୫୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଥିଲେ। ଏହା ମଧ୍ୟ ଦଳପାଇଁ ଅନ୍ୟତମ ଚିନ୍ତାର କାରଣ ହୋଇଛି।

ପାକିସ୍ତାନର ଅବସ୍ଥା ଆହୁରି ଖରାପ। ଏହି ଦଳ ମାତ୍ର ୬ ପଏଣ୍ଟରେ ଥିବାରୁ ପରବର୍ତ୍ତୀ ୨ଟି ଯାକ ମ୍ୟାଚ ଅର୍ଥାତ୍‌ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ବିଜୟୀ ହୋଇ ପାରିଲେ ଯାଇ ସେମିଫାଇନାଲ ପାଇଁ ଆଶା ସଞ୍ଚାର କରିପାରିବ। ଏଥିପାଇଁ ଅଧିନାୟକ ବାବର ଆଜମ, ମହମ୍ମଦ ରିଜଓ୍ବାନ ଓ ଅବଦୁଲ ଶଫିକ୍‌ଙ୍କ ବ୍ୟାଟରୁ ବଡ଼ ସ୍କୋର ଆବଶ୍ୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓମ୍‌ସାର ଆନ୍ଦୋଳନ: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

ବିଜେଡି ପ୍ରତିଷ୍ଠା ଦିବସରେ ଏକତାର ମନ୍ତ୍ର ଦେଲେ ପ୍ରଫୁଲ୍ଲ ଘଡ଼େଇ, କହିଲେ ନବୀନ ପଟ୍ଟନାୟକଙ୍କୁ…

ଭୁବନେଶ୍ୱର,୨୬।୧୨:  ଆଜି ବିଜୁ ଜନତା ଦଳ ୨୯ତମ ପ୍ରତିଷ୍ଠା ଦିବସ ପାଳୁଛି ।  ପ୍ରତିଷ୍ଠା ଦିବସ ପାଇଁ ଶଙ୍ଖ ଭବନ ସଜେଇ ହୋଇଥିବା ବେଳେ ନବୀନ...

ବସ୍‌ କାଚ ଭାଙ୍ଗି ଜାଳିଦେଲେ …

ରାଉରକେଲା,୨୬।୧୨: ସୁନ୍ଦରଗଡ଼ ଜିଲା ଟାଙ୍ଗାରପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେତେକ ଦୁର୍ୱୃତ୍ତ ଏକ ଯାତ୍ରୀବାହୀ ବସ୍‌ର କାଚ ଭାଙ୍ଗି ଜାଳି...

୭ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା କୃଷକ ସଙ୍ଗଠନ: ପଦ୍ମପୁର ବନ୍ଦ ଡାକରା

ପଦ୍ମପୁର,୨୬।୧୨(ପ୍ରଦୀପ୍ତ ଦାଶ):ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ବାଟବଣା ହୋଇଯାଇଛି। ଡବଲ ଇଞ୍ଜିନ ଲୋକଙ୍କ ସରକାର କହି କହି କେବଳ ବାହାସ୍ଫୋଟ ମାରୁଛନ୍ତି।...

ବାଂଲାଦେଶରେ ପ୍ରତି ୫ ଜଣରେ ଜଣେ ଥିଲେ ହିନ୍ଦୁ, ହେଲେ ପ୍ରତିବର୍ଷ କମୁଛି ହିନ୍ଦୁଙ୍କ ସଂଖ୍ୟା, ଗତ ୩ ବର୍ଷରେ…

ଢାକା,୨୬।୧୨: ବାଂଲାଦେଶ ଆଜି ବିଶ୍ୱର ସବୁଠାରୁ ଘନ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ୱାଲର୍‌ଡମିଟର ଅନୁଯାୟୀ, ଏହାର ମୋଟ ଜନସଂଖ୍ୟା ୧୭୬.୬ ନିୟୁତ ଅତିକ୍ରମ...

Bangladesh elections: ତାରିକ ଫେରିବା ପରେ ହାତ ମିଳାଇଲେ ଦୁଇ ଭାରତ ବିରୋଧୀ ଦଳ, ଜାଣନ୍ତୁ କ’ଣ କହୁଛି ରାଜନୈତିକ ସମିକରଣ

ଢାକା,୨୬।୧୨: ବାଂଲାଦେଶରେ ଫେବୃଆରୀରେ ଜାତୀୟ ର୍ନିବାଚନ ହେବାକୁ ଯାଉଛି, ଯାହା ରାଜନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରୁଛି। ଏହାକୁ ଦୃଷ୍ଟିରେ ରଖି, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର...

ସିକ୍ରେଟ୍ ଫୋନ୍ ପାଇଁ ସ୍ତ୍ରୀକୁ ହତ୍ୟା କରି ଘର ପଛପଟେ ପୋତିଦେଲେ ସ୍ୱାମୀ

ଗୋରଖପୁର,୨୬।୧୨: ସ୍ତ୍ରୀକୁ ସନ୍ଦେହ କରି ହତ୍ୟା କଲେ ସ୍ୱାମୀ। ସିକ୍ରେଟ ଫୋନ ରଖିଥିଲେ ବୋଲି ନେଇଗଲେ ଜୀବନ। ପରେ ମୃତଦେହକୁ ଘର ପଛପଟେ ଏକ ଗାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri