Posted inଖେଳ

ନ୍ୟୁଜିଲାଣ୍ଡ କ୍ରିକେଟରଙ୍କ ଟ୍ରେନିଂ ଆରମ୍ଭ

ଓ୍ବେଲିଂଟନ, ୧୪ା୭ (ପି.ଟି.)- ନ୍ୟୁଜିଲାଣ୍ଡର ଟପ୍‌ କ୍ରିକେଟରମାନେ ସୋମବାର ସ୍କ୍ବାଡ୍‌ ଟ୍ରେନିଂକୁ ଫେରିଛନ୍ତି। ଲିନ୍‌କନ୍‌ଠାରେ ଥିବା ଦେଶର ହାଇ ପରଫର୍ମାନ୍ସ ସେଣ୍ଟରଠାରେ ଏହା ଅନୁଷ୍ଠିତ ହେଉଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ସ୍କ୍ବାଡ୍‌ ଟ୍ରେନିଂକୁ ମାର୍ଚ୍ଚ ଶେଷ ଭାଗରେ ବନ୍ଦ ରଖାଯାଇଥିଲା। ସେପ୍ଟେମ୍ବର ପର୍ଯ୍ୟନ୍ତ ୬ଟି କ୍ୟାମ୍ପ ଅନୁଷ୍ଠିତ ହେବ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ସି) ତରଫରୁ ଘୋଷଣା କରାଯାଇଛି। ସୋମବାର ଯେଉଁ ପୁରୁଷ ଖେଳାଳିମାନେ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେଇଛନ୍ତି ସେମାନେ ହେଲେ ଟମ୍‌ ଲଥାମ, ହେନ୍‌ରୀ ନିକୋଲ୍ସ, ମ୍ୟାଟ୍‌ ହେନ୍‌ରୀ ଏବଂ ଡେରିଲ୍‌ ମିଚେଲ। ଆସନ୍ତା ସପ୍ତାହରେ ମାଉଣ୍ଟ ମନଗାନୁଇଠାରେ ଅନ୍ୟ କେତେଜଣ ଖେଳାଳିଙ୍କୁ ନେଇ ଆରମ୍ଭ ହେବାକୁଥିବା ଟ୍ରେନିଂ କ୍ୟାମ୍ପରେ ଅଧିନାୟକ କେନ୍‌ ଓ୍ବିଲିୟମସନ ଯୋଗଦେବେ। ନ୍ୟୁଜିଲାଣ୍ଡ ମହିଳା ଟିମ୍‌ ଟୁଇଟର ହ୍ୟାଣ୍ଡେଲ୍‌ରେ ଲିନ୍‌କନଠାରେ ଟ୍ରେନିଂ ନେଇଥିବାର ଫଟୋ ପୋଷ୍ଟ କରାଯାଇଛି। ପୁରୁଷ ଦଳରେ ଖେଳାଳିମାନେ ଦିନର ଦ୍ୱିତୀୟାର୍ଦ୍ଧରେ ଟ୍ରେନିଂ ନେଇଥିଲେ। କରୋନା ଭାଇରସ୍‌ ଦ୍ୱାରା କମ୍‌ ପ୍ରଭାବିତ ହୋଇଥିବା ଦେଶଗୁଡ଼ିକ ମଧ୍ୟରେ ନ୍ୟୁଜିଲାଣ୍ଡ ଅନ୍ୟତମ। ମହାମାରୀ ଆରମ୍ଭରେ ସ୍ଥାନୀୟ ସରକାର ଯେଉଁ ସବୁ କଟକଣା ଜାରି କରିଥିଲେ ସେଥିରୁ ଅଧିକାଂଶ ଉଠାଇ ଦେଇଛନ୍ତି। ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ସହ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆନ କ୍ରିକେଟରମାନେ ମଧ୍ୟ ସେମାନଙ୍କ ଟ୍ରେନିଂ ଆରମ୍ଭ କରିସାରିଛନ୍ତି। ଲିନ୍‌କନ୍‌ଠାରେ ଚାଲିଥିବା କ୍ୟାମ୍ପ ଜୁଲାଇ ୧୬ରେ ଶେଷ ହେବ। ଦ୍ୱିତୀୟ କ୍ୟାମ୍ପ ଅଗଷ୍ଟ ୧୦ରୁ ୧୩ ପର୍ଯ୍ୟନ୍ତ ହେବ। ସେପ୍ଟେମ୍ବର ଆରମ୍ଭରେ ହେବାକୁଥିବା ତୃତୀୟ କ୍ୟାମ୍ପକୁ ନେଇ ଏପର୍ଯ୍ୟନ୍ତ ଦିନ ଧାର୍ଯ୍ୟ ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri