ଶାହରୁଖ ଖାନଙ୍କ ଦଳରେ ସ୍ଥାନ ପାଇଲେ ଏହି ନ୍ୟୁଜିଲାଣ୍ଡ ଖେଳାଳି

ଦୁବାଇ, ୧୮।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଦଳରେ ସ୍ଥାନ ପାଇଥିବା ଆମେରିକୀୟ ଖେଳାଳି ଅଲି ଖାନ୍‌ କୌଣସି ମ୍ୟାଚ୍‌ ଖେଳିବା ପୂର୍ବରୁ ଆଘାତପ୍ରାପ୍ତ ହୋଇ ବାଦ୍‌ ପଡ଼ିଥିଲେ। ଫଳରେ ବଲିଉଡ୍‌ ସୁପର୍‌ଷ୍ଟାର୍‌ ଶାହରୁଖ ଖାନ୍‌ଙ୍କ ମାଲିକାନାରେ ଥିବା କୋଲକାତା ଦଳରେ ଅଲୀଙ୍କ ବଦଳ ଖେଳାଳି ଭାବେ ନ୍ୟୁଜିଲାଣ୍ଡର ଟିମ୍‌ ସେଫର୍ଟଙ୍କୁ ସାମିଲ କରାଯାଇଛି। ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ସେଫର୍ଟ କାରିବୀୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌) ଚାମ୍ପିୟନ ତ୍ରିନିଦାଦ୍‌ ନାଇଟ୍‌ ରାଇଡର୍ସ ଦଳରେ ଖେଳୁଥିଲେ। ସେଫର୍ଟଙ୍କୁ କୋଲକାତା କୋଚ୍‌ ବ୍ରେଣ୍ଡନ ମ୍ୟାକ୍‌କୁଲମ ଡାକିଛନ୍ତି। ତେଣୁ ସେଫର୍ଟ ନ୍ୟୁଜିଲାଣ୍ଡରେ ଆରମ୍ଭ ହେବାକୁ ଥିବା ପ୍ଲଙ୍କେଟ୍‌ ସିଲ୍ଡ ପ୍ରତିଯୋଗିତାର ପ୍ରଥମାର୍ଦ୍ଧରେ ଖେଳିପାରିବେ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ, ଚଳିତ ଆଇପିଏଲ୍‌ରେ କୋଲକାତା ୮ ମ୍ୟାଚ୍‌ ଖେଳି ୪ ଲେଖାଏ ବିଜୟ ଓ ପରାଜୟ ସହ ୮ ପଏଣ୍ଟ ପାଇ ଟେବୁଲ ତାଲିକାର ୪ର୍ଥ ସ୍ଥାନରେ ରହିଛି।

Share