ଏଣିକି ୟୁପିଆଇ ବ୍ୟବହାର କରିବ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ,୩୦।୮: ସିଙ୍ଗାପୁର ଏବଂ ଅନ୍ୟାନ୍ୟ ଦେଶ ପରି ବର୍ତ୍ତମାନ ନ୍ୟୁଜିଲାଣ୍ଡ ମଧ୍ୟ ଭାରତ ସହ ବ୍ୟବସାୟ ପାଇଁ ୟୁପିଆଇ ବ୍ୟବହାର କରିବ। ସହଜ ଉପାୟରେ ବ୍ୟବସାୟ ପାଇଁ ଏହା ୟୁପିଆଇ ଆରମ୍ଭକୁ ନେଇ ଭାରତ ସହିତ ପ୍ରାଥମିକ ଆଲୋଚନାରେ କରିଛି ନ୍ୟୁଜିଲାଣ୍ଡ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ପର୍ଯ୍ୟଟନ ପାଇଁ ଦେଶରେ ୟୁପିଆଇ ଲାଗୁ କରିବା ନେଇ ଚାଲିଛି ବାଣିଜ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ନ୍ୟୁଜିଲାଣ୍ଡରୁ କାଠ ଲଗକୁ ଆମଦାନୀକୁ ଅନୁମତି ଦେବା ପାଇଁ ଦୁଇ ଦେଶ ଆଲୋଚନା କରୁଛନ୍ତି।

ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଓ ନ୍ୟୁଜିଲ୍ୟାଣ୍ଡର ବାଣିଜ୍ୟ-ରପ୍ତାନି ବିକାଶ ମନ୍ତ୍ରୀ ଡାମିଆନ ଓ କନୋରଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ୟୁପିଆଇ ସିଷ୍ଟମ ସମ୍ବନ୍ଧରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଇ) ଏବଂ ପେମେଣ୍ଟ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରାରମ୍ଭିକ ଆଲୋଚନାକୁ ମନ୍ତ୍ରୀମାନେ ସ୍ବାଗତ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ଉଭୟ ପକ୍ଷ ଏହି ପ୍ରସଙ୍ଗରେ ପରାମର୍ଶ ଜାରି ରଖିବା ଉଚିତ୍‌ ବୋଲି ମଧ୍ୟ ସହମତ ହୋଇଛନ୍ତି।

ଦେଶରେ ୟୁପିଆଇ କାରବାର ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସୁଗମ ହେବ ଏବଂ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରାଯିବ। ଅନ୍ୟପକ୍ଷରେ ଉଭୟ ଦେଶରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ୟୁଏଇ, ଭୁଟାନ, ନେପାଳ ୟୁପିଆଇ ପେମେଣ୍ଟ ସିଷ୍ଟମ ଗ୍ରହଣ କରିସାରିଛନ୍ତି। ଆମେରିକା, ୟୁରୋପୀୟ ଦେଶ ଏବଂ ପଶ୍ଚିମ ଏସିଆରେ ୟୁପିଆଇ ସେବାକୁ ବିସ୍ତାର କରିବାକୁ ଏନପିସିଇ ଆଲୋଚନା କରୁଛି।

ଭାରତ ନିକଟରେ ନ୍ୟୁଜିଲାଣ୍ଡକୁ ଆମ୍ବ ରପ୍ତାନି ଆରମ୍ଭ କରିଛି ବୋଲି ମନ୍ତ୍ରଣାଳୟ କହିଛି। କିଭି ଫଳ ସମେତ ଉଦ୍ୟାନ କୃଷି, କୃଷି, ଫାର୍ମାସ୍ୟୁଟିକାଲ୍ସ, ପ୍ରକ୍ରିୟାକରଣ, ସଂରକ୍ଷଣ ଏବଂ ପରିବହନ କ୍ଷେତ୍ରରେ ସମ୍ଭାବ୍ୟ ବୈଷୟିକ ସହଯୋଗ ଉପରେ ଉଭୟ ପକ୍ଷ ଆଲୋଚନା କରିଥିଲେ।

Share