ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ ସମୟ ଯାଏ ନିଜ ଚଳନ ଜାରି ରଖନ୍ତି, ସେତେବେଳେ ତାଙ୍କ ପ୍ରଭାବ କେବଳ ଭାଗ୍ୟ ଉପରେ ନୁହେଁ ବରଂ ବ୍ୟକ୍ତିର ସ୍ୱଭାବ, ଚିନ୍ତାଧାରା ଓ ଜୀବନ ଉପରେ ମଧ୍ୟ ପଡିଥାଏ । ବର୍ଷ ୨୦୨୬ରେ ପୁରା ବର୍ଷ ଶନି ମୀନ ରାଶିରେ ଗୋଚର କରିବାକୁ ଯାଉଛନ୍ତି । ଆଉ ଏହି ଗୋଟର କାରଣରୁ କିଛି ରାଶି ଉପରେ ଶନିଙ୍କ ସାଢେ ସାତ ଚାଲିର ପ୍ରଭାବ ପଡିବାକୁ ଯାଉଛି ।

ଗଣନା ଅନୁସାରେ ନୂଆ ବର୍ଷ ୨୦୨୬ରେ ଶନିଙ୍କ ସାଢେ ସାତ ଚାଲିର ପ୍ରଭାବ କୁମ୍ଭ, ମୀନ ଓ ମେଷ ରାଶି ଉପରେ ପଡିବାକୁ ଯାଉଛି । ଏହି ପରିସ୍ଥିତିରେ ଆଉ ଏକ ବଡ କଥା ସାମ୍ନାକୁ ଆସିଛି, ଯେଉଁଠି କୁମ୍ଭ ରାଶିରେ ରାହୁ ଓ ସିଂହ ରାଶିରେ କେତୁ ଏକା ସହିତ ଗୋଚର କରିବାକୁ ଯାଉଛନ୍ତି । ଯେଉଁଥିପାଇଁ କେତେକ ରାଶି ଉପରେ ଶନିଙ୍କ ବକ୍ର ଦୃଷ୍ଟି ପଡିବାକୁ ଯାଉଛି । ଯାହାଫଳରେ କ୍ୟାରିୟର, ଧନ, ସ୍ୱାସ୍ଥ୍ୟ ଓ ପରିବାର ମଧ୍ୟରେ ଅସ୍ଥିରତା ଦେଖିବାାକୁ ମିଳିପାରେ ।

ନୂଆ ବର୍ଷ ୨୦୨୬ରେ ମେଷ ରାଶି ପାଇଁ ଶନିଙ୍କ ସାଢେସାତ ଚାଲିର ପ୍ରଥମ ଚରଣ ପ୍ରଭାବ ରହିବ । ଏହି ସମୟ ଜୀବନରେ ନୂଆ ଅସୁବିଧା ନେଇ ଆସିପାରେ । ଯେଉଁଠି ଖାସ୍ କରି ବେପାର ଓ କାମକାର୍ଯ୍ୟରେ ଅସୁବିଧା ସୃଷ୍ଟି ହୋଇପାରେ । ଅନେକ ସମୟରେ ଆପଣଙ୍କର ନିଜ ଆତ୍ମିୟ ମାନଙ୍କ ସହ ମତଭେଦ ଓ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ । ଆବଶ୍ୟକତାଠୁ ଅଧିକ କାର୍ଯ୍ୟଭାର ଆପଣଙ୍କ ଉପରେ ରହିବ । ତେବେ ବିଳମ୍ୱରେ ହେଲେବି ଆପଣଙ୍କୁ ଆପମଙ୍କ କରମ୍ର ଶୁଭଫଳ ମିଲିବ ନିଶ୍ଚିନ୍ତ । ଏଣୁ ଆପଣ ପ୍ରତି ସନ୍ଧ୍ୟାରେ ଶନି ଦେବଙ୍କୁ ସ୍ମରଣ କରନ୍ତୁ ।

କୁମ୍ଭ ରାଶି ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ନୂଆ ବର୍ଷ ୨୦୨୬ରେ ଶନିଙ୍କ ସାଢେ ସାତ ଚାଲିର ଅନ୍ତିମ ଚରଣର ସମୟ ରହିବ । ତେବେ ଏହା ଶନିଙ୍କ ଚାଲିର ଶେଷ ଚରଣ ହୋଇଥିବାରୁ ଏହାର ପ୍ରଭାବ ଆପଣଙ୍କ ଉପରେ ସାମାନ୍ୟ କମ ରହିବ । ତେବେ ଏହି ସମୟ କାଳ ମଧ୍ୟରେ ରାହୁ ଆପଣଙ୍କ ରାସିରେ ଗୋଚର କରୁଥିବାରୁ ଆପଣଙ୍କ ପାରିବାରିକ ଜୀବନ ଓ କର୍ମମୟ ଜୀବନରେ ଉତ୍ଥାନ-ପତ୍ତନ ଲାଗି ରହିବ । ତେବେ ଏ ସମୟରେ ଉଭୟ ଶନି ଓ ରାହୁଙ୍କ ମଧ୍ୟରେ ରଜତ ପାୟା ଚାଲି ଯୋଗୁଁ ଦୀର୍ଘ ଦିନରୁ ଅଟକି ରହିଥିବା କାମ ଜୋର ଧରିବା ଆରମ୍ଭ କରିବ । ଏହାସହ ପରିଶ୍ରମର ଫଳ ମିଳିବା ସହ ଆର୍ଥିକ ସ୍ଥିତି ଠିକ ରହିବାର ସମ୍ଭାବନା ରହିଛି । ତେବେ ଆପଣ ଶନିବାର ଓ ମଙ୍ଗଳବାର ଯଥାସମ୍ଭବ ହନୁମାନ ମନ୍ଦିର ଯିବାକୁ ଚେଷ୍ଟା କରନ୍ତୁ ।

ମୀନ ରାଶିର ଜାତକ ପାଇଁ ନୂଆ ବର୍ଷ ୨୦୨୬ ଶନି ସାଢେସାତ ଚାଲିର ପ୍ରାରମ୍ଭିକ ଚରଣରେ ରହିବ । ଏଣୁ ଏହି ସମୟରେ ମାନସିକ ଚାପ ଓ ଦିକ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ଆୟ ବଢିବା ସହ ବ୍ୟୟ ମଧ୍ୟ ବଢିବାର ସମ୍ଭାବନା ରହିଛି । ଆସନ୍ତା ବର୍ଷ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବା ସହ ଆର୍ଥିକ ଅନଟନର ସାମ୍ନା କରିବାକୁ ପଡିପାରେ । ସ୍ୱାସ୍ଥ୍ୟକୁ ନେଇ ଅସାବଧାନ ହୁଅନେତୁ ନାହିଁ, କାରଣ ଛୋଟମୋଟ ଭୁଲ ଆପଣଙ୍କୁ ବଡ ସମସ୍ୟାରେ ପକେଇପାରେ । ଏହି ବର୍ଷ ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବହୁ ସଂଘର୍ଷପୂର୍ଣ୍ଣ ରହିବ । ଏହାକୁ ପ୍ରତିହତ କରିବାକୁ ଆପଣ ନିୟମିତ ରୁପେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।

 


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri