ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ ସମୟ ଯାଏ ନିଜ ଚଳନ ଜାରି ରଖନ୍ତି, ସେତେବେଳେ ତାଙ୍କ ପ୍ରଭାବ କେବଳ ଭାଗ୍ୟ ଉପରେ ନୁହେଁ ବରଂ ବ୍ୟକ୍ତିର ସ୍ୱଭାବ, ଚିନ୍ତାଧାରା ଓ ଜୀବନ ଉପରେ ମଧ୍ୟ ପଡିଥାଏ । ବର୍ଷ ୨୦୨୬ରେ ପୁରା ବର୍ଷ ଶନି ମୀନ ରାଶିରେ ଗୋଚର କରିବାକୁ ଯାଉଛନ୍ତି । ଆଉ ଏହି ଗୋଟର କାରଣରୁ କିଛି ରାଶି ଉପରେ ଶନିଙ୍କ ସାଢେ ସାତ ଚାଲିର ପ୍ରଭାବ ପଡିବାକୁ ଯାଉଛି ।
ଗଣନା ଅନୁସାରେ ନୂଆ ବର୍ଷ ୨୦୨୬ରେ ଶନିଙ୍କ ସାଢେ ସାତ ଚାଲିର ପ୍ରଭାବ କୁମ୍ଭ, ମୀନ ଓ ମେଷ ରାଶି ଉପରେ ପଡିବାକୁ ଯାଉଛି । ଏହି ପରିସ୍ଥିତିରେ ଆଉ ଏକ ବଡ କଥା ସାମ୍ନାକୁ ଆସିଛି, ଯେଉଁଠି କୁମ୍ଭ ରାଶିରେ ରାହୁ ଓ ସିଂହ ରାଶିରେ କେତୁ ଏକା ସହିତ ଗୋଚର କରିବାକୁ ଯାଉଛନ୍ତି । ଯେଉଁଥିପାଇଁ କେତେକ ରାଶି ଉପରେ ଶନିଙ୍କ ବକ୍ର ଦୃଷ୍ଟି ପଡିବାକୁ ଯାଉଛି । ଯାହାଫଳରେ କ୍ୟାରିୟର, ଧନ, ସ୍ୱାସ୍ଥ୍ୟ ଓ ପରିବାର ମଧ୍ୟରେ ଅସ୍ଥିରତା ଦେଖିବାାକୁ ମିଳିପାରେ ।
ନୂଆ ବର୍ଷ ୨୦୨୬ରେ ମେଷ ରାଶି ପାଇଁ ଶନିଙ୍କ ସାଢେସାତ ଚାଲିର ପ୍ରଥମ ଚରଣ ପ୍ରଭାବ ରହିବ । ଏହି ସମୟ ଜୀବନରେ ନୂଆ ଅସୁବିଧା ନେଇ ଆସିପାରେ । ଯେଉଁଠି ଖାସ୍ କରି ବେପାର ଓ କାମକାର୍ଯ୍ୟରେ ଅସୁବିଧା ସୃଷ୍ଟି ହୋଇପାରେ । ଅନେକ ସମୟରେ ଆପଣଙ୍କର ନିଜ ଆତ୍ମିୟ ମାନଙ୍କ ସହ ମତଭେଦ ଓ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ । ଆବଶ୍ୟକତାଠୁ ଅଧିକ କାର୍ଯ୍ୟଭାର ଆପଣଙ୍କ ଉପରେ ରହିବ । ତେବେ ବିଳମ୍ୱରେ ହେଲେବି ଆପଣଙ୍କୁ ଆପମଙ୍କ କରମ୍ର ଶୁଭଫଳ ମିଲିବ ନିଶ୍ଚିନ୍ତ । ଏଣୁ ଆପଣ ପ୍ରତି ସନ୍ଧ୍ୟାରେ ଶନି ଦେବଙ୍କୁ ସ୍ମରଣ କରନ୍ତୁ ।
କୁମ୍ଭ ରାଶି ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ନୂଆ ବର୍ଷ ୨୦୨୬ରେ ଶନିଙ୍କ ସାଢେ ସାତ ଚାଲିର ଅନ୍ତିମ ଚରଣର ସମୟ ରହିବ । ତେବେ ଏହା ଶନିଙ୍କ ଚାଲିର ଶେଷ ଚରଣ ହୋଇଥିବାରୁ ଏହାର ପ୍ରଭାବ ଆପଣଙ୍କ ଉପରେ ସାମାନ୍ୟ କମ ରହିବ । ତେବେ ଏହି ସମୟ କାଳ ମଧ୍ୟରେ ରାହୁ ଆପଣଙ୍କ ରାସିରେ ଗୋଚର କରୁଥିବାରୁ ଆପଣଙ୍କ ପାରିବାରିକ ଜୀବନ ଓ କର୍ମମୟ ଜୀବନରେ ଉତ୍ଥାନ-ପତ୍ତନ ଲାଗି ରହିବ । ତେବେ ଏ ସମୟରେ ଉଭୟ ଶନି ଓ ରାହୁଙ୍କ ମଧ୍ୟରେ ରଜତ ପାୟା ଚାଲି ଯୋଗୁଁ ଦୀର୍ଘ ଦିନରୁ ଅଟକି ରହିଥିବା କାମ ଜୋର ଧରିବା ଆରମ୍ଭ କରିବ । ଏହାସହ ପରିଶ୍ରମର ଫଳ ମିଳିବା ସହ ଆର୍ଥିକ ସ୍ଥିତି ଠିକ ରହିବାର ସମ୍ଭାବନା ରହିଛି । ତେବେ ଆପଣ ଶନିବାର ଓ ମଙ୍ଗଳବାର ଯଥାସମ୍ଭବ ହନୁମାନ ମନ୍ଦିର ଯିବାକୁ ଚେଷ୍ଟା କରନ୍ତୁ ।
ମୀନ ରାଶିର ଜାତକ ପାଇଁ ନୂଆ ବର୍ଷ ୨୦୨୬ ଶନି ସାଢେସାତ ଚାଲିର ପ୍ରାରମ୍ଭିକ ଚରଣରେ ରହିବ । ଏଣୁ ଏହି ସମୟରେ ମାନସିକ ଚାପ ଓ ଦିକ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ଆୟ ବଢିବା ସହ ବ୍ୟୟ ମଧ୍ୟ ବଢିବାର ସମ୍ଭାବନା ରହିଛି । ଆସନ୍ତା ବର୍ଷ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବା ସହ ଆର୍ଥିକ ଅନଟନର ସାମ୍ନା କରିବାକୁ ପଡିପାରେ । ସ୍ୱାସ୍ଥ୍ୟକୁ ନେଇ ଅସାବଧାନ ହୁଅନେତୁ ନାହିଁ, କାରଣ ଛୋଟମୋଟ ଭୁଲ ଆପଣଙ୍କୁ ବଡ ସମସ୍ୟାରେ ପକେଇପାରେ । ଏହି ବର୍ଷ ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବହୁ ସଂଘର୍ଷପୂର୍ଣ୍ଣ ରହିବ । ଏହାକୁ ପ୍ରତିହତ କରିବାକୁ ଆପଣ ନିୟମିତ ରୁପେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।


