ବ୍ରିଟେନ ଉପରେ ବର୍ଷି ଋଷି ସୁନକଙ୍କୁ ଶୁଭେଚ୍ଛା ଜଣାଇଲେ ବିଗ ବି

ମୁମ୍ବାଇ: ଚଳିତ ବର୍ଷ ଦୀପାବଳିର ଦିନ ଭାରତବାସୀଙ୍କ ପାଇଁ ଏକ ବିଶେଷ ଦିନ । ଏହିଦିନ ଜଣେ ଭାରତୀୟ ମୂଳ ବାସିନ୍ଦା ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । କଞ୍ଜରଭେଟିଭ ପାର୍ଟି ନେତା ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହୋଇଛନ୍ତି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସୁନକଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି କ୍ରମରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ବି ସୁନକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଟୁଇଟ କରି ବିଗ ବି ଲେଖିଛନ୍ତି, ଭାରତ ମାତା କି ଜୟ, ଏବେ ବ୍ରିଟେନ ନିକଟରେ ଆମ ଦେଶ ପକ୍ଷରୁ ପ୍ରଧାନମନ୍ତ୍ରୀ ଭାବେ ଜଣେ ନୂଆ ଭାଇସରୟ ଅଛନ୍ତି । ସୂଚନାଯୋଗ୍ୟ, ଅମିତାଭଙ୍କ ଏହି ପୋଷ୍ଟକୁ ଦେଖି ୟୁଜର୍ସ ବିଗବିଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ୨୦୦ ବର୍ଷର ଗୋଲାମର ପ୍ରତିଶୋଧ ଆଜି ନିଆଯାଇଛି । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ସାର ଦୁଇ ଲାଇନରେ ଆପଣ ପୁରା ଖେଳ କରିଦେଲେ । ସୂଚନାଯୋଗ୍ୟ, ବ୍ରିଟେନର କଞ୍ଜରଭେଟିଭ ପାର୍ଟିର ନେତା ଋଷି ସୁନକ ୟୁନାଇଟେଡ କିଙ୍ଗଡମର ପ୍ରଥମ ହିନ୍ଦୁ ଅଣଶ୍ୱେତଙ୍ଗ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଖୁସିରେ ଭାରତରେ ବି ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଯୁଦ୍ଧ ମଧ୍ୟରେ ଆମେରିକାରେ ବଡ଼ ଆକ୍ସନ: ସେନାମୁଖ୍ୟ ବିଦା

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ରେଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri