Advertisement

ବ୍ରିଟେନ ଉପରେ ବର୍ଷି ଋଷି ସୁନକଙ୍କୁ ଶୁଭେଚ୍ଛା ଜଣାଇଲେ ବିଗ ବି

ମୁମ୍ବାଇ: ଚଳିତ ବର୍ଷ ଦୀପାବଳିର ଦିନ ଭାରତବାସୀଙ୍କ ପାଇଁ ଏକ ବିଶେଷ ଦିନ । ଏହିଦିନ ଜଣେ ଭାରତୀୟ ମୂଳ ବାସିନ୍ଦା ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । କଞ୍ଜରଭେଟିଭ ପାର୍ଟି ନେତା ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହୋଇଛନ୍ତି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସୁନକଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି କ୍ରମରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ବି ସୁନକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଟୁଇଟ କରି ବିଗ ବି ଲେଖିଛନ୍ତି, ଭାରତ ମାତା କି ଜୟ, ଏବେ ବ୍ରିଟେନ ନିକଟରେ ଆମ ଦେଶ ପକ୍ଷରୁ ପ୍ରଧାନମନ୍ତ୍ରୀ ଭାବେ ଜଣେ ନୂଆ ଭାଇସରୟ ଅଛନ୍ତି । ସୂଚନାଯୋଗ୍ୟ, ଅମିତାଭଙ୍କ ଏହି ପୋଷ୍ଟକୁ ଦେଖି ୟୁଜର୍ସ ବିଗବିଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ୨୦୦ ବର୍ଷର ଗୋଲାମର ପ୍ରତିଶୋଧ ଆଜି ନିଆଯାଇଛି । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ସାର ଦୁଇ ଲାଇନରେ ଆପଣ ପୁରା ଖେଳ କରିଦେଲେ । ସୂଚନାଯୋଗ୍ୟ, ବ୍ରିଟେନର କଞ୍ଜରଭେଟିଭ ପାର୍ଟିର ନେତା ଋଷି ସୁନକ ୟୁନାଇଟେଡ କିଙ୍ଗଡମର ପ୍ରଥମ ହିନ୍ଦୁ ଅଣଶ୍ୱେତଙ୍ଗ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଖୁସିରେ ଭାରତରେ ବି ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଐଶ୍ୱର୍ଯ୍ୟା ଭାବି ଏହି ଯୁବତୀଙ୍କ ଲୁକ୍‌ରେ ହଜିଯାଆନ୍ତି ଦର୍ଶକ

ମୁମ୍ବାଇ: ଆଜିର ସମୟରେ ସୋସିଆଲ ମିଡିଆ ଏମିତି ଏକ ପ୍ଲାଟ୍‌ଫର୍ମରେ ପରିଣତ ହୋଇଛି, ଯେଉଁଠାରେ ଅନେକ କିଛି ଭାଇରାଲ ହୋଇଥାଏ। ଏପରିକି ବଲିଉଡ୍‌ ଷ୍ଟାରଙ୍କ ପରି...

ମୋ ପୁଅକୁ ରିୟା ବିଷ ଦେଇ ମାରିଛନ୍ତି

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ଏବେ ଏହି ମାମଲାର ଯାଞ୍ଚ୍‌ ସିବିଆଇ କରୁଛି। ସିବିଆଇର...

ଏହି ବଲିଉଡ୍‌ ଷ୍ଟାର୍‌ମାନେ ଗୋଟିଏ ବିଜ୍ଞାପନକୁ କେତେ ଟଙ୍କା ନିଅନ୍ତି ଜାଣନ୍ତି କି?

ବଲିଉଡ୍‌ ଷ୍ଟାର୍‌ମାନେ ତ ଫିଲ୍ମ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ନେଇଥାନ୍ତି। କିନ୍ତୁ ଜାଣିଛନ୍ତି କି ବଲିଉଡର ଆଗଧାଡିର ଅଭିନେତାମାନେ ଗୋଟିଏ ବିଜ୍ଞାପନ...

ବାଜପେୟୀଙ୍କ ବାୟୋପିକ୍‌ରେ ଅଭିନୟ କରିବେ ପଙ୍କଜ ତ୍ରିପାଠୀ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବାୟୋପିକ୍‌ ‘ମେ ରହୁ ୟା ନା ରହୁଁ ୟେ ଦେଶ ରହେନା ଚାହିଁୟେ-ଅଟଳ’ରେ ଲୋକପ୍ରିୟ ଅଭିନେତା ପଙ୍କଜ...

ପୁଣି ଫ୍ୟାଶନ୍‌ର ଜଲଓ୍ବା ଦେଖାଇଲେ ସଚିନଙ୍କ ଝିଅ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ପୁଣି ନିଜ ଫ୍ୟାଶନର ଜଲଓ୍ବା ଦେଖାଇଛନ୍ତି। ସବୁବେଳେ ନିଜର ନିଆରା ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଥିବା ସାରା...

୪୮ ବର୍ଷ ବୟସରେ ୩୩ ବର୍ଷୀୟ ମଡେଲଙ୍କୁ ଡେଟ୍‌ କରୁଛନ୍ତି ଏହି ଅଭିନେତା, ବାହା ନ ହୋଇ ବି ହୋଇଛନ୍ତି ପିତା

ବମ୍ବେ: ପ୍ରେମ କେତେବେଳେ କେଉଁ ପରିସ୍ଥିତିରେ ଜୀବନ ପରିଧି ଆଡେଇ ହୃଦୟକୁ କବ୍ଜା କରେ ତାହା କହିହୁଏନା। ଠିକ୍‌ ସେଭଳି କିଛି ହୋଇଥିଲା ଅଭିନେତା ଅର୍ଜୁନ...

ଏହି ଅଭିନେତ୍ରୀଙ୍କୁ ଡାକ୍ତର, ଟେଲର କରିଥିଲେ ଅସଦାଚରଣ: କେବଳ ଏହି କାରଣ ପାଇଁ ଲୁଚାଇଥିଲେ ମା’ଙ୍କୁ

ବଲିଉଡ୍‌ ଅଭିନେତ୍ରୀ ନିନା ଗୁପ୍ତା ଛୋଟ ଥିଲା ବେଳେ ନିର୍ଯାତନାର ଶିକାର ହୋଇଥିଲେ। ତେବେ ସେ ଏହି ଘଟଣା ତାଙ୍କ ମା’ଙ୍କୁ ଲୁଚାଇଥିଲେ। ଅଭିନେତ୍ରୀ ତାଙ୍କ...

‘ଶମ୍‌ଶେରା’ର ଟ୍ରେଲର ରିଲିଜ୍‌ ପରେ ବଢୁଛି ଉତ୍ସାହ

ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ‘ଶମ୍‌ଶେରା’ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବା ପରେ ଦର୍ଶକଙ୍କର ଉତ୍ସାହ ବଢିବାରେ ଲାଗିଛି। ଫିଲ୍ମରେ ଅଭିନେତା ରଣବୀର କପୁର, ବାଣୀ...

Advertisement
Archives

Model This Week