ନୂଆଦିଲ୍ଲୀ,୨୦ା୯: UPI ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୧୫ ଅକ୍ଟୋବର, ୨୦୨୬ ଠାରୁ, ଏକ ନୂତନ ବାଣିଜ୍ୟ ରିହାତି ହାର (MDR) ଢାଞ୍ଚା କିଛି ନିର୍ଦ୍ଦିଷ୍ଟ ବ୍ୟବସାୟୀ କାରବାର ପାଇଁ ଲାଗୁ ହେବ। ଏହି ଢାଞ୍ଚା ସମସ୍ତ ବ୍ୟବସାୟୀଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ ହେବ ନାହିଁ। ବ୍ୟବସାୟୀ କେଉଁ କ୍ଷେତ୍ର କିମ୍ବା ବର୍ଗରେ କାର୍ଯ୍ୟ କରନ୍ତି ତାହା ଉପରେ MDR ହାର ନିର୍ଭର କରିବ।
ନୂତନ MDR ନିୟମର ଅର୍ଥ ଏହା ନୁହେଁ ଯେ ଗ୍ରାହକମାନେ ପ୍ରତ୍ୟେକ ଥର UPI ପେମେଣ୍ଟ କରିବା ସମୟରେ ଶୁଳ୍କ ଆଦାୟ କରାଯିବ। ଏହି ଶୁଳ୍କ କିଛି ନିର୍ଦ୍ଦିଷ୍ଟ ବ୍ୟବସାୟୀ କାରବାର ପାଇଁ ଲାଗୁ ହେବ। ନିୟମିତ UPI ପେମେଣ୍ଟ କେବଳ UPI ବ୍ୟବହାର କରି କରାଯାଇଥିବାରୁ ତାହା ଶୁଳ୍କ ଲାଗୁ ହେବ ନାହିଁ।
ଆସନ୍ତୁ ଜାଣିବା କେଉଁ ୭ ପ୍ରକାରର କାରବାର ଉପରେ MDR ଚାର୍ଜ ନିଆଯିବ ନାହିଁ। ଯଦି ଆପଣ UPI ବ୍ୟବହାର କରି ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କୁ ଟଙ୍କା ପଠାନ୍ତି, ତେବେ ଦେୟ ମାଗଣା ହେବ। ବ୍ୟକ୍ତି-ରୁ-ବ୍ୟକ୍ତି (P2P) ସ୍ଥାନାନ୍ତର ପାଇଁ କୌଣସି ପରିମାଣର MDR ଶୁଳ୍କ ଲାଗୁ ହେବ ନାହିଁ।
UPI ମାଧ୍ୟମରେ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସପର କଲେ କୌଣସି MDR ଚାର୍ଜ କରାଯିବ ନାହିଁ । ଏହାର ଅର୍ଥ ହେଉଛି ଯଦି କେହି ଆପଣଙ୍କ ବ୍ୟଙ୍କ ଆକାଉଣ୍ଟକୁ UPI ମାଧ୍ୟମରେ ଟଙ୍କା ପଠାନ୍ତି ତେବେ ଟଙ୍କା ରିସିଭ କରିବା ପାଇଁ କୌଣସି ପ୍ରକାରର ଶୁକ୍ଳ ଦେବାକୁ ପଡିବ ନାହିଁ ।
ଛୋଟ ଦୋକାନୀ ଏବଂ ସାଧାରଣ ବିକ୍ରେତାମାନେ ମଧ୍ୟ MDR ରିହାତି ପାଇବେ। ପର୍ସନ-ଟୁ-ପର୍ସନ ମରଚ୍ୟାଣ୍ତ (P2PM) ବର୍ଗ ଅଧୀନରେ UPI QR କୋଡ୍ ମାଧ୍ୟମରେ ପ୍ରତି ମାସରେ ୧ ଲକ୍ଷ ପର୍ଯ୍ୟନ୍ତ ପେମେଣ୍ଟ ପାଉଥିବା ଛୋଟ ବ୍ୟବସାୟଗୁଡ଼ିକଙ୍କ ଉପରେ କୌଣସି ଚାର୍ଜ ପଡିବ ନାହିଁ ।
ଯେକୌଣସି ବେପାରୀଙ୍କୁ ୨୦୦୦ ଟଙ୍କା ପେମେଣ୍ଟ ପର୍ଯ୍ୟନ୍ତ କୌଣସି MDR ଶୁକ୍ଳ ଲାଗୁ ହେବ ନାହିଁ । ପର୍ସନ-ଟୁ-ମର୍ଚାଣ୍ତ (P2M) ବର୍ଗରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ସମସ୍ତ କାରବାର MDRରୁ ମୁକ୍ତ ରହିବେ । UPI AutoPay ଦ୍ବାରା ସବସିକ୍ରପସନ୍ କିମ୍ବା ବିଲ୍ ବାରମ୍ବାର ପୈଠ କଲେ ମଧ୍ୟ MDR ଚାର୍ଜ ଲାଗୁ ହେବ ନାହିଁ ।
ସେହିଭଳି ରେଲୱେ, ପେଟ୍ରୋଲ ପମ୍ପ, ଟେଲିକମ୍, ଇନ୍ସୁରାନ୍ସ ଭଳି ଜରୁରୀ ସେକ୍ଟରରେ ୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ୦.୪% ବଦଳରେ ଫ୍ଲାଟ୍ ୫ଟଙ୍କା MDR ଲାଗିବ। ଏହି ଚାର୍ଜ ବ୍ୟବସାୟୀଙ୍କ ପେମେଣ୍ଟ ଇକୋସିଷ୍ଟମ୍ ସହ ଜଡିତ, ଗ୍ରାହକଙ୍କୁ ଅଲଗା ଭାବେ ୫ ଦେବାକୁ ପଡ଼ିବ ନାହିଁ। ଏହି ବ୍ୟବସ୍ଥା ୧୫ ଅକ୍ଟୋବର ୨୦୨୬ରୁ ଲାଗୁ ହେବ।