ସୌମ୍ୟ ହତ୍ୟାକାଣ୍ଡରେ ନୂଆ ଟୁଇଷ୍ଟ: ମାରିବାକୁ ସତ୍ୟନଗରୁ ପିଲା ଯାଇଥିଲେ ବାଲିଅନ୍ତା: ପୁଣି ଆଉ ଜଣଙ୍କୁ ବାନ୍ଧିଲା…

ଭୁବନେଶ୍ୱର୨୬।୫, ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।  କ୍ରାଇମବ୍ରାଞ୍ଚ ଟିମ୍ କେନ୍ଦ୍ରାପଡ଼ା ଜିଲାର ଇନ୍ଦୁପୁର ଅଞ୍ଚଳରୁ ଏହି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କ  ହେଲେ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳର ବିନୋଦ ବେହେରା ପୂର୍ବରୁ ଏହି ହତ୍ୟାକାଣ୍ଡ ସହ ଜଡିତ ୧୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ନୂତନ ଗିରଫ ସହିତ ମୋଟ ଗିରଫ ସଂଖ୍ୟା ୧୬କୁ  ବୃଦ୍ଧି ହୋଇଛି। ତେବେ ଏବେ ସବୁଠୁ ବଡ଼ ପ୍ରଶ୍ନ ବିନୋଦ ଭୁବନେଶ୍ବର ଅଞ୍ଚଳର ହୋଇ ସେଦିନ ବାଲିଅନ୍ତା କାହିଁକି ଯାଇଥିଲେ। ତେବେ ଏହି ଘଟଣାରେ ସତ୍ୟନଗର ଲିଙ୍କ କିଛି ରହୁଛି କି। ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି ଏବଂ ଏହି ଘଟଣା ସହ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି।

ତେବେ ଏହି ଘଟଣାରେ ବିବାଦ ଘେରକୁ ଆସିଥିବା  ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବଦଳି କରାଯାଇଥିଲା।  ସୌମ୍ୟ ହତ୍ୟା ଘଟଣାକୁ ନେଇ ଦୟାଲ ଗଙ୍ଗୱାର ବିବାଦରେ ଆସିଥିଲେ। ଏହି ଘଟଣାରେ ମୃତ ସୌମ୍ୟଙ୍କ ମାଆ ଗଙ୍ଗୱାରଙ୍କ ନାମ ଉଲ୍ଲେଖ କରି ଗୁରୁତର ଅଭିଯୋଗ ଆଣିଥିଲେ।ସେ ଅଭିଯୋଗ କରିଥିଲେ ଯେ, ଗଙ୍ଗୱାରଙ୍କ କାରଣରୁ ତାଙ୍କ ପୁଅ ମାନସିକ ଚାପରେ ରହୁଥିଲେ, ଯାହା ଘଟଣାର ଏକ ପ୍ରମୁଖ କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ଉଲ୍ଲେଖନୀୟ ଯେ, ଭିଡ଼ ହିଂସାରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା ଜାରି ରହିଛି। ଏହି ପରିସ୍ଥିତିରେ ଗଙ୍ଗୱାରଙ୍କ ବଦଳିକୁ ଗୁରୁତ୍ୱ ସହ ନନିଆଯାଇଥିବା ବେଳେ  ବେଳେ ଏହାକୁ  ମଧ୍ୟ ଘଟଣା ସହ ଯୋଡ଼ି ଆଲୋଚନା କରାଯାଉଛି।

Dharitri – Odisha’s No.1 Odia Daily