ନୂଆ ଧାରା

Dillip Cherian

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନନୀପୁର ଉପ ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇ ବେଶ୍‌ ଉତ୍ସାହିତ ତଥା ଅଶ୍ୱସ୍ତ ଅଛନ୍ତି। ଏହା ତାଙ୍କ ଆମତ୍ତ୍ବିଶ୍ୱାସ ବି ବଢ଼ାଇଦେଇଛି। ଏହି ବିଜୟ ପରେ ଏବେ ସେ କେନ୍ଦ୍ର ସରକାରଙ୍କ ଶୈଳୀ ବା ଧାରାରେ ରାଜ୍ୟ ସରକାରରେ ଲାଟେରାଲ ଏଣ୍ଟ୍ରି (ଘରୋଇ କ୍ଷେତ୍ରର ବିଶେଷଜ୍ଞ ବା ଅନୁଭବୀ ଉଚ୍ଚାଧିକାରୀମାନଙ୍କୁ ସରକାରୀ ବିଭାଗରେ ନିଯୁକ୍ତି ଦେବାର ପ୍ରକ୍ରିୟା) ଆରମ୍ଭ କରିବାକୁ ବିଚାର କରୁଛନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟ ସରକାର ସ୍ବତନ୍ତ୍ର ସଚିବ ଓ ଯୁଗ୍ମ ସଚିବ ପଦବୀଗୁଡ଼ିକରେ ବିଭିନ୍ନ କ୍ଷେତ୍ରରୁ ବିଶେଷଜ୍ଞମାନଙ୍କୁ ଆଣି ଅବସ୍ଥାପିତ କରିବା ପାଇଁ ଆଶା ବାନ୍ଧିଛନ୍ତି। ଏହାଦ୍ୱାରା ଲାଟେରାଲ ଏଣ୍ଟ୍ରିରେ ରାଜ୍ୟର ବିଭିନ୍ନ ବିଭାଗରେ ନିଯୁକ୍ତି ପାଇବାକୁ ଥିବା ବିଶେଷଜ୍ଞମାନେ ପରାର୍ଶଦାତା ଭାବେ କାର୍ଯ୍ୟ କରିବାକୁ ସକ୍ଷମ ହେବେ। ମମତାଙ୍କ ଶେଷ ସ୍ବୀକୃତି ପାଇଁ ଦାଖଲ ହେବାକୁ ଥିବା ଚୂଡାନ୍ତ ପ୍ରସ୍ତାବକୁ ରାଜ୍ୟ ଗୃହସଚିବ ବି.ପି.ଗୋପାଳିକା ପ୍ରସ୍ତୁତ କରୁଥିବା ଜଣାପଡିଛି। ଏହି ପ୍ରସ୍ତାବିତ ନିଯୁକ୍ତିଗୁଡ଼ିକ ଚୁକ୍ତିଭିତ୍ତିକ ହେବ ଏବଂ ଲାଟରାଲ ଏଣ୍ଟ୍ରିରେ ନିଯୁକ୍ତି ପାଇବାକୁ ଥିତ୍ବା ବିଶେଷଜ୍ଞମାନଙ୍କ ଆବଶ୍ୟକ ଅଭିଜ୍ଞତା ଅତିକମ୍‌ରେ ୧୫ ବର୍ଷ ହେବ ବୋଲି କୁହାଯାଉଛି। ଏମାନଙ୍କ ଦରମା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଗୃହ ବିଭାଗ ଏବଂ ପ୍ରଶାସନିକ ସଂସ୍କାର ବିଭାଗ ଦ୍ୱାରା କରାଯିବ। ସ୍ପଷ୍ଟତଃ,ବେସାମରିକ ବିମାନ ଚଳାଚଳ, ବାଣିଜ୍ୟ ଏବଂ ଅର୍ଥନୀତି ବ୍ୟାପାରରେ ଅଭିଜ୍ଞତା ଥିବା ୪୦ ବର୍ଷ ବୟସରୁ କମ୍‌ ବିଶେଷଜ୍ଞମାନଙ୍କୁ ସରକାର ନିଯୁକ୍ତି ଦେବାକୁ ଚାହଁୁଛନ୍ତି। ତେବେ ପର୍ଯ୍ୟବେକ୍ଷକମାନେ ସୂଚାଇ ଦେଇଛନ୍ତି ଯେ, ୨୦୧୮ରେ ପ୍ରଥମେ କେନ୍ଦ୍ରର ଲାଟେରାଲ ଏଣ୍ଟ୍ରି ଯୋଜନା ଘୋଷଣା କରାଯାଇଥିଲା। ଏଥିତ୍ରେ ଶୀଘ୍ର ଓ ସହଜରେ ଯେଭଳି ସଫଳତା ମିଳିବ ବୋଲି ସମସ୍ତେ ଆଶା କରୁଥିଲେ, ତାହା ହୋଇପାରିନାହିଁ। କିନ୍ତୁ ଏହା କଷ୍ଟକର ହେଲେ ମଧ୍ୟ ଏ ବାବଦରେ କେନ୍ଦ୍ର ଲଗାତର କାର୍ଯ୍ୟ କରିଆସୁଛିି। ଚଳିତ ବର୍ଷ ପ୍ରାରମ୍ଭରେ ନିଯୁକ୍ତି ପାଇଁ ଯୁଗ୍ମ ସଚିବ ଏବଂ ନିର୍ଦ୍ଦେଶକ ସ୍ତରୀୟ ପଦରେ ଲାଟେରାଲ ନିଯୁକ୍ତି ପାଇଁ ବିଜ୍ଞାପନ ମଧ୍ୟ ଦେଇଛି।
ବିଚିତ୍ର ମାମଲା
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ସତ୍ୟବ୍ରତ କୁମାର ଏବେ କାର୍ଯ୍ୟକାରୀ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ କାର୍ଯ୍ୟକାଳ ବଢ଼ାଇବା ଲାଗି ଇଡି ଅର୍ଥ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛି ଓ ମନ୍ତ୍ରଣାଳୟ ଏହାକୁ ଅସ୍ବୀକାର କରିଛି। ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ବିଭାଗ ସତ୍ୟବ୍ରତ କୁମାରଙ୍କୁ ରିଲିଭ୍‌ କରିବାକୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଇଡିକୁ ପରାମର୍ଶ ଦେଇଥିବା ମଧ୍ୟ ବିଶେଷ ସୂତ୍ରରୁ ଜଣାପଡ଼ିଛି। ସତ୍ୟବ୍ରତଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ପଦକୁ ପଦୋନ୍ନତି ଦେବା ପାଇଁ ତାଙ୍କ ପାର୍ଥତ୍ତ୍ୱକୁ ସିଭିସି ନେତୃତ୍ୱରେ ଗଠିତ କମିଟି ସମ୍ମୁଖରେ ଉପସ୍ଥାପନ କରିବାର ପ୍ରସ୍ତାବକୁ ମଧ୍ୟ ମନ୍ତ୍ରଣାଳୟ ଗ୍ରହଣ କରିନାହିଁ। ଏହି ମାମଲାରେ ଆବଶ୍ୟକ ପଡ଼ିଲେ ଇଡି ସୁପ୍ରିମ୍‌କୋର୍ଟ ଯାଇପାରେ ବୋଲି କୁହାଯାଉଛି। ଏଭଳି ଘଟଣା ଘଟିଚାଲିଥିତ୍ବାବେଳେ ଓ ନିର୍ଦ୍ଦେଶଗୁଡ଼ିକ ଅଜବ ମନେହେଉଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ସ୍ବୀକୃତି ବାସ୍ତବରେ ଏହାକୁ ଏକ ବିଚିତ୍ର ମାମଲା କରିଦେଇଛି ବୋଲି ଅନେକ ଆଲୋଚନା କରୁଛନ୍ତି। କୌତୂହଳର ବିଷୟ, ଏହା ଜଣାପଡ଼ିଛି ଯେ,ଆଇଆର୍‌ଏସ୍‌ ଅଧିକାରୀ କୁମାର ତାଙ୍କ ମୂଳ କ୍ୟାଡରକୁ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଅବଗତ ନ ଥିଲେ। ଏହା ସହ ଆଉ ଜଣେ ଇଡି ଅଧିକାରୀ ତଥା ସ୍ପେଶିଆଲ ଡାଇରେକ୍ଟର( ମୁମ୍ବାଇ)ଥିତ୍ବା ସୁଶୀଲ କୁମାର ମଧ୍ୟ ଚଳିତ ବର୍ଷ ଜୁଲାଇରେ ତାଙ୍କ ମୂଳ କ୍ୟାଡରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
କାର୍ଯ୍ୟକାଳ ଲମ୍ବିଚାଲିଛି
ଏନ୍‌ଡିଏ ସରକାରଙ୍କ ପ୍ରଥମ ପାଳିରେ ଗୋଟିଏ ପଦବୀରେ ରହିଥିତ୍ବା ବାବୁ ଦ୍ୱିତୀୟ ପାଳିରେ ସେଥିରେ ରହିବା ବିରଳ। କିନ୍ତୁ ଇଣ୍ଡିଆ ଟ୍ରେଡ ପ୍ରମୋଶନ ଅର୍ଗାନାଇଜେଶନ( ଆଇଟିପିଓ)ର ସିଏମ୍‌ଡି ଏଲ୍‌.ସି. ଗୋୟଲଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇପାରିଛି। ଗତ ମାସରେ ଗୋଏଲଙ୍କ କାର୍ଯ୍ୟକାଳ ଅପ୍ରତ୍ୟାଶିତ ଭାବେ ଲଗାତର ୫ମ ଥର ପାଇଁ ବୃଦ୍ଧି କରାଯାଇଛି। ଫଳରେ ତାଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷଯାଏ ଲମ୍ବିଯାଇଛି। ପୂର୍ବତନ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ତଥା ଅବସରପ୍ରାପ୍ତ ୧୯୭୯ ବ୍ୟାଚ୍‌ କେରଳ କ୍ୟାଡର ଆଇଏଏସ୍‌ ଅଧିକାରୀ ଗୋଏଲଙ୍କୁ ଆଇଟିପିଓ ମୁଖ୍ୟ ଭାବେ ୨୦୧୫ରେ ନିଯୁକ୍ତି ଦିଆଯାଇଥିଲା। ଗୋଏଲଙ୍କ ଦୀର୍ଘଦିନର କାର୍ଯ୍ୟକାଳକୁ ନେଇ ବହୁ ସମୟରେ ଦିଲ୍ଲୀବାବୁମାନେ ମଧ୍ୟ ଚର୍ଚ୍ଚା କରିଥାଆନ୍ତି । ଗୋଏଲ ସମାନ ପଦବୀରେ ଲଗାତର ସ୍ଥାୟୀ ଭାବେ ରହି ଆସିଛନ୍ତି। କାରଣ ଗୋଏଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରିିୟ ଯୋଜନାର ନେତୃତ୍ୱ ନିଅନ୍ତି। ଏବେ ପ୍ରଗତି ମଇଦାନରେ ଇଣ୍ଟରନ୍ୟାଶନାଲ ଏକ୍‌ଜିବିଶନ ଆଣ୍ଡ୍‌ କନ୍‌ଭେନସନ ସେଣ୍ଟର ବା ଅନ୍ତର୍ଜାତୀୟ ପ୍ରର୍ଦଶନୀ ଏବଂ ସମ୍ମିଳନୀ କେନ୍ଦ୍ରକୁ ପୁନଃବିକଶିତ କରିବା ଦାୟିତ୍ୱରେ ଗୋଏଲ ରହିଛନ୍ତି। ଏହି କେନ୍ଦ୍ରର ବିକାଶ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଭାବେ ମୋଦି ପ୍ରଥମେ ଘୋଷଣା କରିଥିଲେ। ମୋଦି ଗୋଏଲଙ୍କୁ ପସନ୍ଦ କରିବାର କାରଣ ବି ରହିଛି। ଗୋଏଲ ଜଣେ ସାଦାସିଧା ଓ ବାସ୍ତବବାଦୀ ବ୍ୟକ୍ତି ଭାବେ ବାବୁମାନଙ୍କ ମଧ୍ୟରେ ବେଶ୍‌ ଜଣାଶୁଣା। ମୋଦି ତାଙ୍କ ନୂଆ ଭାରତରେ ସମ୍ମିଳନୀ କେନ୍ଦ୍ର ଏକ ପ୍ରତୀକ ହେଉ ବୋଲି ଚାହାନ୍ତି ଏବଂ ଗୋଏଲ ଏହା କରିପାରିବେ ବୋଲି ନିଶ୍ଚିତ କରିବାକୁ ହେବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri