୨୦୦ ବର୍ଷ ପରେ ମନ୍ଦିରକୁ ଗଲେ ମା’

କାମାକ୍ଷାନଗର, ୧୯।୧(ଡି.ଏନ୍‌.ଏ.): ଭଙ୍ଗା ଦଦରା ଘର। ସାମାନ୍ୟ ବର୍ଷାରେ ଛାତରୁ ଗଳୁଥିଲା ପାଣି। ଏଭଳି ଅବ୍ୟବସ୍ଥା ଭିତରେ ରାଜରାଜୁଡ଼ା ଅମଳରୁ ସେଠାରେ ପୂଜା ପାଉଥିଲେ ଆଦିଶକ୍ତି ମା’ ପାର୍ବତୀ। ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀଙ୍କ ପ୍ରାଚୀନ ପୀଠର ଏଭଳି ଦୁରାବସ୍ଥା ଅଞ୍ଚଳବାସୀଙ୍କ ପାଇଁ ହେଲା ଅସହ୍ୟ। ସେମାନେ ଏକାଠି ହେଲେ। କିଏ ଅର୍ଥ ଦାନ କଲା ତ କିଏ ଶ୍ରମ ଦାନ କଲା। ସମସ୍ତେ ମିଳିମିଶି ଛିଡ଼ା କରାଇଲେ ୮୦ ଲକ୍ଷ ଟଙ୍କାରେ ଭବ୍ୟ ମନ୍ଦିର। ଦୀର୍ଘ ୨୦୦ ବର୍ଷ ପରେ ଏବେ ନୂଆ ପୀଠର ଆସ୍ଥାନକୁ ବିଜେ କରିଛନ୍ତି ମା’। ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବାଇସିଙ୍ଗା ପଞ୍ଚାୟତର କନ୍ଦରସିଂହା-ତେନ୍ତୁଳିସିଂହା ଗ୍ରାମବାସୀଙ୍କ ଏଭଳି ପରାକାଷ୍ଠା ପୁରାଣପ୍ରସିଦ୍ଧ ଶ୍ରୀ ରାମେଶ୍ୱର ମହାଦେବ ପୀଠର ଗରିମା ବଢ଼ାଇଥିବାବେଳେ ଏହାକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

କାମାକ୍ଷାନଗରରୁ ରାମିଆଳ ନଦୀ ମାଳବନ୍ଧ ଦେଇ ୩ କିମି ଗଲେ ପଡ଼େ ରାମେଶ୍ୱର ମହାଦେବଙ୍କ ଆସ୍ଥାନ। ଅଞ୍ଚଳବାସୀଙ୍କ ଆସ୍ଥା ବିଶ୍ୱାସର ପ୍ରତୀକ ସାଜିଥିବା ୨୦୦ ବର୍ଷ ପୁରାତନ ଏହି ଶୈବପୀଠର ଉତ୍ତର ଦିଗରେ ଏକ ପୁରୁଣା ଛାତ ଘରେ ବିରାଜମାନ କରିଥିଲେ ଦେବୀ ପାର୍ବତୀ। ଦେବୋତ୍ତର ବିଭାଗ ଅଧୀନରେ ଥିବା ଏହି ଐତିହାସିକ ଶୈବପୀଠକୁ ଆସୁଥିବା ଅନୁଦାନ ସମୁଦ୍ରକୁ ଶଙ୍ଖେ ହେଉଥିବାବେଳେ ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବରାତ୍ରି, କାର୍ତ୍ତିକ ପୂର୍ଣ୍ଣିମା, ୨୬ଦିନ ଧରି ଶାରଦୀୟ ଦୁର୍ଗାପୂଜା ବଡ଼ ଧୁମ୍‌ଧାମ୍‌ରେ ପାଳିତ ହେଉଛି। ତେବେ ମରାମତି ଅଭାବରୁ ମା’ ପାର୍ବତୀ ପୂଜା ପାଉଥିବା ଘର ଜରାଜୀର୍ଣ୍ଣ ହୋଇପଡ଼ିଥିଲା। ଅଞ୍ଚଳର ଗୌରବମୟ ଇତିହାସ ବହନ କରୁଥିବା ପୀଠର ଏଭଳି ଅବସ୍ଥା ଗ୍ରାମବାସୀଙ୍କ ପକ୍ଷେ ଅସହ୍ୟ ହୋଇଥିବା ବେଳେ ମା’ଙ୍କ ସ୍ବତନ୍ତ୍ର ମନ୍ଦିର ନିର୍ମାଣ କରିବା ଲାଗି ଅଣ୍ଟା ଭିଡ଼ିଥିଲେ ସଭିଏ। ପରିଚାଳନା କମିଟି ସଭାପତି ଶିଶିରକାନ୍ତ ପଣ୍ଡାଙ୍କ ଉଦ୍ୟମରେ ୨୦୧୮ ଜାନୁୟାରୀରେ ମନ୍ଦିରର ଭୂମିପୂଜା, ୨୦୧୯ ଜୁନ୍‌ରେ ରତ୍ନମୁଦ ପ୍ରତିଷ୍ଠା ହୋଇଥିଲା। ଗତ ଶନିବାରଠାରୁ ନୂତନ ମନ୍ଦିର ପ୍ରତିଷ୍ଠା, ପାର୍ଶ୍ୱ ଦେବଦେବୀ ସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ବୁଧବାର ମା’ ଆସ୍ଥାନକୁ ବିଜେ କରିଛନ୍ତି। ନବନିର୍ମିତ ପୀଠରେ ଦ୍ୱାରପାଳ, ନବଗ୍ରହଙ୍କ ବିଗ୍ରହ, ଦଶ ମହାବିଦ୍ୟାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ପର୍ଯ୍ୟଟକଙ୍କ ରହଣି ଲାଗି ୨୫ ଲକ୍ଷ ଟଙ୍କା ବ୍ୟୟରେ ଯାତ୍ରୀନିବାସ ନିର୍ମାଣ ହୋଇଛି। ପ୍ରଭୁପାଦ ଜୀ ମହାରାଜ, ଆଚାର୍ଯ୍ୟ ସମରେନ୍ଦ୍ର ନନ୍ଦଶର୍ମାଙ୍କ ନେତୃତ୍ୱରେ ୨୪ ପୁରୋଧା ଯଜ୍ଞକାର୍ଯ୍ୟରେ ସାମିଲ ହୋଇଥିଲେ। ପ୍ରମୋଦ ପଣ୍ଡା, ପଦ୍ମାବତୀ ପଣ୍ଡା, ବିଜୟ ପଣ୍ଡା, ମିହିର ପଣ୍ଡା କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ପୂଜକ ଶୁକଦେବ ମହାପାତ୍ର ଏଥିରେ ସହଯୋଗ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ସାଧୁସନ୍ଥ ଆମନ୍ତ୍ରିତ ହୋଇ ଆସିଥିବା ବେଳେ ବହୁ ଲକ୍ଷ ଅଞ୍ଚଳବାସୀ ଏହି ଅଧ୍ୟାତ୍ମିକ କାର୍ଯ୍ୟରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ପଡିଆରୁ ଟେକି ନେଇ ନାବାଳିକାଙ୍କୁ ବଳାତ୍କାର, ୫୯ ବର୍ଷୀୟ ବ୍ୟକ୍ତି ଗିରଫ

ଦେବଗଡ,୧୦।୨(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୪ ବର୍ଷୀୟା ନାବାଳିକାକୁ ବଳାତ୍କାର ଅଭିଯୋଗରେ ଦେବଗଡ ଥାନା ପୋଲିସ ସୋମବାର ଖୁଂଟିଆପାଲି ଗ୍ରାମର ଗୌରହରୀ ବିଶ୍ୱାଳ(୫୯) ନାମକ ଜଣେ ବ୍ୟକ୍ତିକୁ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri