ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ଆଜି ସେ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନଙ୍କୁ ସାକ୍ଷତ କରିବା ପରେ ଦାୟିତ୍ୱ ଗ୍ରହଣ କରିଛନ୍ତ। ଗଞ୍ଜାମ ଜିଲା ଯୋଗାଣ ବିଭାଗ ସମସ୍ତ କାର୍ଯ୍ୟ ସ୍ବଚ୍ଛତା ଏବଂ ଦୁର୍ନୀତିମୁକ୍ତ ଭାବେ କରିବା ସହ ଜିଲାର ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଧିକ ପ୍ରାଧାନ୍ୟ ଦେବା ଦିଗରେ ପଦକ୍ଷେପ ରହିବ। ଯୋଗାଣ ବିଭାଗର ସମସ୍ତ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ପୂର୍ବରୁ ଦାୟିତ୍ୱରେ ଥିବା ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ ରାୟତରାୟ ଗତ ମେ’ ୩୧ରେ ଅବସର ପରଠୁ ଏହି ପଦବୀରେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଦାୟିତ୍ୱ ତୁଲାଇ ଆସୁଥିଲେ।