କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଦୀର୍ଘଦିନ ଧରି ଯୋଗାଣ ଅଧିକାରୀ ପଦବୀ ଖାଲି ରହିଥିଲା। ଫଳରେ ରାସନ କାର୍ଡରେ ନାମ ଯୋଡ଼ିବା ସମେତ ବିଭିନ୍ନ ଯୋଗାଣ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡ଼ୁଥିଲା।
କେସିଙ୍ଗାରେ କାର୍ଯ୍ୟରତ ଯୋଗାଣ ଅଧିକାରୀଙ୍କର ମାଲକାନଗିରିକୁ ବଦଳି ହୋଇଯିବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ତେବେ ଧର୍ମଗଡ଼ରୁ ବଦଳି ହୋଇ ଗଣେଶ ତାଣ୍ଡି କେସିଙ୍ଗା ବ୍ଲକର ନୂତନ ଯୋଗାଣ ଅଧିକାରୀ ଭାବେ ଯୋଗଦେଇଛନ୍ତି।ନୂତନ ଯୋଗାଣ ଅଧିକାରୀ ଯୋଗଦେବା ପରେ ବର୍ତ୍ତମାନ ପିଡିଏସ୍ କାର୍ଯ୍ୟ ସମେତ ରାସନ କାର୍ଡ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ସୁଚାରୁ ରୂପେ ଆଗେଇ ଚାଲିଥିବା ଜଣାପଡ଼ିଛି। ଏହାଦ୍ୱାରା ଦୀର୍ଘଦିନ ଧରି ଯୋଗାଣ ବିଭାଗ ସମ୍ବନ୍ଧୀୟ କାର୍ଯ୍ୟରେ ଅସୁବିଧା ଭୋଗୁଥିବା ଲୋକେ ଆଶ୍ୱସ୍ତ ହୋଇଛନ୍ତି।