ପ୍ରକୃତି ସଂରକ୍ଷଣର ନୂଆ ରଣନୀତି

ଅତି ନିର୍ଦ୍ଦୟ ଓ ଅସହନୀୟ ଭାବେ ଉତ୍ତୋଳନ କରାଯାଉଥିବା ପ୍ରାକୃତିକ ସମ୍ପଦ ଉପରେ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ନିର୍ଭରଶୀଳ। ତେବେ ପ୍ରକୃତି ଉପରେ ଆମର ସମ୍ପୂର୍ଣ୍ଣ ନିର୍ଭରଶୀଳତା ସତ୍ତ୍ୱେ ଏହାର ଅବଦାନ ସମ୍ପୂର୍ଣ୍ଣ ପରୋକ୍ଷ ଓ ଅଦୃଶ୍ୟ ହୋଇ ରହିଯାଉଛି। ଏଣୁ ଏକ ପ୍ରକୃତି-ସକାରାତ୍ମକ ଭବିଷ୍ୟତ ଗଠନ ପାଇଁ ନୀତିଯୁକ୍ତ ନୂତନ ପିଢ଼ି ଆବଶ୍ୟକ ଏବଂ ପରିସଂସ୍ଥା ସମ୍ପତ୍ତି ଏବଂ ସେବା ପାଇଁ ସୁପରିଚାଳିତ ବଜାର ଦରକାର। ପ୍ରକୃତି ଏବଂ ଜଳବାୟୁ ସ୍ଥିରତା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଏବଂ ସେମାନଙ୍କ ଭବିଷ୍ୟତ ପରସ୍ପର ସହ ଜଡ଼ିତ। ଏବେ ଅନିୟନ୍ତ୍ରିତ ବିଶ୍ୱ ତାପମାତ୍ରା ପୃଥିବୀର ପ୍ରାକୃତିକ ସମ୍ପଦକୁ ନଷ୍ଟ କରୁଥିବାବେଳେ ଗ୍ରୀନ୍‌ ହାଉସ୍‌-ଗ୍ୟାସ୍‌ (ଜିଏଚ୍‌ଜି)ବା ସବୁଜ ଗୃହ ବାଷ୍ପ ନିର୍ଗମନକୁ ସୀମିତ ରଖିବା ପାଇଁ ଜୈବ ବିବିଧତା ସଂରକ୍ଷଣ ଏବଂ ପୁନରୁଦ୍ଧାର ଏକାନ୍ତ ଆବଶ୍ୟକ। କିନ୍ତୁ ବୈଶ୍ୱିକ ଅର୍ଥ ବ୍ୟବସ୍ଥାରୁ କାର୍ବନକୁ ଅଲଗା କରିବା ପାଇଁ ନିଆଯାଉଥିବା ପଦକ୍ଷେପ ପରିସଂସ୍ଥାର ଅପବ୍ୟବହାରକୁ ରୋକିବା ଲାଗି ଯଥେଷ୍ଟ ନୁହେଁ। ଏଣୁ ଆଜିର ଜଳବାୟୁ ପ୍ଲେବୁକ୍‌ ବା ରଣନୀତିଭିତ୍ତିକ ପୁସ୍ତିକାରୁ ଶିକ୍ଷା ନେଇ ଲାଭ ଉଠାଯାଇପାରେ, କିନ୍ତୁ ତାହାକୁ ଏଡ଼ାଇଯିବାରେ କିଛି ହେବ ନାହିଁ।
ଜୈବ ବିବିଧତା ଅବକ୍ଷୟ ରୋକିବା ଏବଂ କମାଇବା ପାଇଁ ଏକ ନୂତନ ରଣନୀତି ଆବଶ୍ୟକ ଏବଂ ଏହାକୁ ଲେଖିବା ବା ଗଢ଼ିବାରେ ସାହାଯ୍ୟ କରିବା ପାଇଁ ମାର୍ଚ୍ଚ ୨୦୨୨ରେ ନେଚର ମାର୍କେଟ ବା ପ୍ରକୃତି ବଜାର ଉପରେ ଟାସ୍କଫୋର୍ସ ଗଠନ କରାଯାଇଥିଲା। ବ୍ରାଜିଲର ବେଲେମରେ ଆୟୋଜିତ ଆମାଜନ ରେନ୍‌ ଫରେଷ୍ଟ ମିଳିତ ମଞ୍ଚରେ ପ୍ରକୃତିର କ୍ଷତି ବଦଳରେ ତାହାର ସଂରକ୍ଷଣ କରିପାରୁଥିବା ନୂତନ ପିଢ଼ିର ଭଲ ବଜାର କିଭଳି ଗଠନ କରିହେବ ତା’ଉପରେ ଟାସ୍କଫୋର୍ସର ନିର୍ଯାସ ଏବଂ ସୁପାରିସଗୁଡ଼ିକ ପ୍ରକାଶ କରାଯିବ। ପ୍ରକୃତିର ଗୁରୁତ୍ୱ ରଖିବା ଦିଗରେ ଏହିପରି ଏକ ଟାସ୍କଫୋର୍ସର ଆବଶ୍ୟକତା ଏକ ଐତିହାସିକ ଆଭିମୁଖ୍ୟ ପ୍ରତିପାଦିତ କରେ। ଅଧିକ କିଛି ହାସଲ କରିବା ପାଇଁ ପ୍ରକୃତି ସମ୍ବନ୍ଧୀୟ ବିପଦକୁ ଠାବକରିବା ଏବଂ ପ୍ରକୃତି ସମ୍ବନ୍ଧୀୟ ତଥ୍ୟ ଓ ସୂଚନା ଲୋକମାନଙ୍କୁ ଜଣାଇବା ଦରକାର। ଏଥିପାଇଁ ବି ଆଗ୍ରହ ବଢୁଛି ଓ ଏହାକୁ ପୁନଃ ଉପତ୍ାଦକ କୃଷି ଅଧିକ ଆକର୍ଷିତ କରୁଛି। ଜେନେଟିକ ଉତ୍ସଗୁଡ଼ିକର ଲାଭ ବାଣ୍ଟିବା ଉପରେ ଜୋର୍‌ଦାର ବିତର୍କ ସୃଷ୍ଟିହେବା ସହ ଜୈବ ବିବିଧତା- କ୍ରେଡିଟ୍‌ ମାର୍କେଟ ବି ଗଠନ ହେବାକୁ ଲାଗିଲାଣି। ବଜାରଭିତ୍ତିକ ସମାଧାନର ସମର୍ଥକମାନେ ଦାବି କରନ୍ତି ଯେ, ଏହି ବିକାଶଗୁଡ଼ିକ ସହ ସବୁନୀତି ପ୍ରକୃତି ଉପଯୋଗୀ ବୈଶ୍ୱିକ ଅର୍ଥନୀତିର ପରିଣାମକୁ ସମର୍ଥନ କରିବାର ସଙ୍କେତ ଦେଇଛି। ସେମାନେ ଯୁକ୍ତି କରନ୍ତି ଯେ, ପ୍ରକୃତି ସମ୍ବନ୍ଧୀୟ ଆର୍ଥିକ ଉତ୍ପାଦ ଏବଂ ସେବା ତଥା ଜୈବ ବିବିଧତାର ପୁନଃ ସ୍ଥାପନରେ ନିବେଶକୁ ସୁବିଧା ଦେଇପାରୁଥିବା ବ୍ୟବସାୟ ଓ ସରକାରଗୁଡ଼ିକୁ ପ୍ରୋତ୍ସାହିତ କଲେ ପରିସଂସ୍ଥାର ସୁରକ୍ଷା ଓ ସଂରକ୍ଷଣ ହେବ। ତେବେ ଗ୍ଲୋବାଲ ୱାର୍ମିଂ ସହ ଅନ୍ୟସବୁ ପରିଣାମକୁ ହ୍ରାସ କରିବା ନୀତି ନିର୍ମାତା ଏବଂ କର୍ପୋରେଟ ନେତାମାନଙ୍କ ସମାନ ପ୍ରକାର ଦୃଷ୍ଟିକୋଣ ଉପରେ ନିର୍ଭରକରେ। ଦୁଇଟି କାରଣ ପାଇଁ ବଜାରଭିତ୍ତିକ ମଡେଲ ସକାଶେ ଜଳବାୟୁ ପରିବର୍ତ୍ତନ ବି ଅଧିକ ନିୟନ୍ତ୍ରଣ କରାଯାଇପାରିବ। ସେହି ଦୁଇଟି କାରଣ ହେଲା, ଜିଏଚ୍‌ଜି ନିର୍ଗମନ ସହଜରେ ମୂଲ୍ୟାୟନଯୋଗ୍ୟ ଓ ଯାଞ୍ଚଯୋଗ୍ୟ ହେବା ଏବଂ ସବୁଜ ପ୍ରଯୁକ୍ତିବିଦ୍ୟା ବିପୁଳ ପରିମାଣର ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା। ଅନ୍ୟପକ୍ଷରେ ପ୍ରାକୃତିକ ବିଶ୍ୱକୁ ଜିଏଚ୍‌ଜି ନିର୍ଗମନ ସହ ମୂଲ୍ୟାୟନ କରିବା କଷ୍ଟକର।
ଏହା ବ୍ୟତୀତ ଏକ ନିବେଶଯୋଗ୍ୟ ପ୍ରଯୁକ୍ତିଗତ ସ୍ଥିତି , ଯାହା ପ୍ରକୃତିକୁ ସୁରକ୍ଷା କରିବା ଲାଗି ପରୀକ୍ଷାଗାରରେ ମାଂସ ତିଆରି ଓ ଭର୍ଟିକାଲ ଫାମିଂ ଭଳି ଟେକ୍‌ନୋଲୋଜିକୁ ସୂଚିତ କରେ ତାହା ପ୍ରାକୃତିକ ପ୍ରକୃତି ସହ ସମାନ ହୋଇପାରିବନାହିଁ।
ପ୍ରକୃତି ସଂରକ୍ଷଣ କରିବାରେ ଆଦିବାସୀ ଓ ସ୍ଥାନୀୟ ସମୁଦାୟଙ୍କ ଭୂମିକାରେ ଥିବା ପ୍ରଭେଦ ଚିନ୍ତାର ବିଷୟ। ବିଶ୍ୱ ଜନସଂଖ୍ୟାର ମାତ୍ର ୫% ଥିବା ଆଦିବାସୀ ପୃଥିବୀର ୮୦% ଜୈବ ବିବିଧତାର ସୁରକ୍ଷା କରୁଛନ୍ତି। ଏପରିକି ମହତ୍‌ ଉଦ୍ଦେଶ୍ୟ ନିହିତ ବଜାର ଆଧାରିତ ନୀତି ଓ ସାଧନଗୁଡ଼ିକ ପ୍ରକୃତିର ସୁରକ୍ଷାରେ ଆଗୁଆ ଗୋଷ୍ଠୀଙ୍କୁ ଅଣଦେଖା ଏବଂ ସଂରକ୍ଷଣ ଦୂରଦୃଷ୍ଟିକୁ ନିଷ୍ପ୍ରଭ କରିପାରେ। ନିଶ୍ଚିତ କରିବାକୁ ପଡ଼ିବ ଯେ,ବଜାର ପ୍ରକ୍ରିୟା ପ୍ରକୃତିକୁ ସୁରକ୍ଷା କରିବା ଲାଗି ବ୍ୟବହାର କରାଯାଇପାରିବ। ଏହିସବୁ ଭିନ୍ନ ଧରଣର ଆହ୍ବାନଗୁଡ଼ିକୁ ଦେଖିଲେ ଯଦି ସେମାନଙ୍କର ଶାସକୀୟ ସିଦ୍ଧାନ୍ତ ଓ ସଞ୍ଚାଳନ ପଦ୍ଧତିଗୁଡ଼ିକ ସମାନତା ଓ ନିରନ୍ତର ସମୃଦ୍ଧି ପାଇଁ ତିଆରି କରାଯାଇଥିବ ତେବେ ସେମାନେ ନିଶ୍ଚିତ ସଫଳ ହେବେ। ଟାକ୍ସଫୋର୍ସ ୭ଟି ବ୍ୟବହାରିକ ସୁପାରିସ କରିଛି ଯାହା ବିଶ୍ୱ ଅର୍ଥନୀତିକୁ ଏକ ପ୍ରକୃତି-ସକାରାତ୍ମକ ପଥରେ ଚଲାଇପାରିବ। ସବୁଠୁ ବେଶି ଦରକାର ହେଉଛି ଅର୍ଥମନ୍ତ୍ରୀମାନେ ଏବଂ କେନ୍ଦ୍ରୀୟ ବ୍ୟାଙ୍କରମାନେ ଅର୍ଥନୈତିକ ଏବଂ ବିତ୍ତୀୟ ଆଇନ ସହ ଏକମତ ହେବା ଆବଶ୍ୟକ। ଏହାସହ ଜୈବ ବିବିଧତା ସଂରକ୍ଷଣ ଓ ପ୍ରକୃତିକୁ ସୁରକ୍ଷା କରିବାରେ ଥିବା ଆଗୁଆ ସମୁଦାୟଙ୍କୁ ସହଯୋଗ କରିବା ଲାଗି କାମ କରିବାକୁ ହେବ। ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଚୁକ୍ତିନାମା, ଅନ୍ତର୍ଜାତୀୟ ସମନ୍ବୟ ନୀତିକୁ ଜି୨୦ ମାଧ୍ୟମରେ ସଂଶୋଧନ କରାଯାଇଥିବାବେଳେ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଭିତ୍ତିଭୂମି ସୁନିଶ୍ଚିତ କରେ ଯେ ସ୍ବଳ୍ପ ଆୟକାରୀ ଦେଶଗୁଡ଼ିକ ପରିବର୍ତ୍ତନଭିତ୍ତିକ ଖର୍ଚ୍ଚର ଭାର ବହନ କରିବେ ନାହିଁ। ଏହାସହ କେନ୍ଦ୍ରୀୟ ବ୍ୟାଙ୍କ ଏବଂ ନିରୀକ୍ଷକମାନେ ମଧ୍ୟ ସୁନିଶ୍ଚିତ କରନ୍ତି ଯେ, ଆର୍ଥିକ ବଜାର ପ୍ରକୃତି ଏବଂ ଜଳବାୟୁ ପ୍ରତିଶ୍ରୁତିକୁ ସମର୍ଥନ କରିଛି। ଏଣୁ ବିଶ୍ୱର ଆର୍ଥିକ ପରିଚାଳନା କରୁଥିବା ବ୍ୟକ୍ତିମାନେ ଓ ବିତ୍ତୀୟ ସ୍ଥିରତାରେ ଥିବା ମଧ୍ୟବର୍ତ୍ତିକାଳୀନ ଲକ୍ଷ୍ୟଗୁଡ଼ିକୁ ସମାଧାନ କରିବାରେ ଅଧିକ ସକ୍ରିୟ ହେବା ଆବଶ୍ୟକ। ବିଶେଷକରି କୃଷିଜାତ ଉପତ୍ାଦର ମାର୍କେଟଗୁଡ଼ିକର ଜୈବ ବିବିଧତା,ଜଳବାୟୁ ଓ ସମାଜ ଉପରେ ଥିବା ଅତ୍ୟଧିକ ପ୍ରଭାବକୁ ବିଚାରକୁ ନେଇ ଏହାର ପୁନର୍ଗଠନ କରିବା ଆବଶ୍ୟକ । ଏଭଳି ଲକ୍ଷ୍ୟଭିତ୍ତିକ କାର୍ଯ୍ୟସବୁ ସ୍ବଚ୍ଛତା ବୃଦ୍ଧି ପାଇଁ ପଦକ୍ଷେପଗୁଡ଼ିକୁ ଅନ୍ତର୍ଭୂକ୍ତ କରିିବା ଉଚିତ । ଏହାସହ ସାମ୍ପ୍ରତିକ ପ୍ରକୃତିର ନିୟାମକରେ ଥିବା ଅସନ୍ତୋଷ ଦୂର କରାଯିବା ଦରକାର। ବେଆଇନ ଜଙ୍ଗଲ ନଷ୍ଟ , ଖଣି ଖନନ, ମତ୍ସ୍ୟଚାଷ ଏବଂ ବନ୍ୟଜନ୍ତୁ କାରବାର ଭଳି ପରିବେଶଗତ ଅପରାଧ ଉପରେ ଅଧିକ ଧ୍ୟାନଦେବା ଲାଗି ଆଣ୍ଟି ମନି ଲଣ୍ଡରିଂ ରୁଲ୍ସ ଦରକାର। ବିଶେଷକରି ଅତ୍ୟାବଶ୍ୟକ କୃଷିଜାତ ଉପତ୍ାଦନକାରୀଙ୍କ କ୍ଷେତ୍ରରେ ବୈଧ ନିବେଶ ଅଜାଣତରେ ଏହି ଅପରାଧଗୁଡ଼ିକୁ ବଢ଼ାଇପାରେ, ଯାହା ପ୍ରକୃତିକୁ ନଷ୍ଟକରିବା ସହ ହିଂସା ବୃଦ୍ଧି କରିବ।
ଜୈବ ବିବିଧତା କ୍ଷୟକୁ ଅଟକାଇବା ଏବଂ ତାହାକୁ ପୁଣି ଫେରାଇ ଆଣିବାର ଅନନ୍ୟ ଆହ୍ବାନ ଏବଂ ସମୃଦ୍ଧ ପରିସଂସ୍ଥା ଉପରେ ମାନବଜାତିର ସମ୍ପୂର୍ଣ୍ଣ ନିର୍ଭରଶୀଳତାକୁ ଦୃଷ୍ଟିରେ ରଖି ପ୍ରକୃତିର ସଂରକ୍ଷଣ ପାଇଁ ଆମକୁ ଏକ ନୂତନ ଲିଖିତ ରଣନୀତି ଆବଶ୍ୟକ। ଏହା ବର୍ତ୍ତମାନର ଜଳବାୟୁ ରଣନୀତି ସମ୍ପର୍କରେ ଦର୍ଶାଇବା ସହ ଲକ୍ଷ୍ୟ ହାସଲ ପାଇଁ ଉପଯୁକ୍ତ ତଥା ଅଧିକ ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ସକାଶେ ପ୍ରେରିତ କରିପାରିବ। ମାନବ ଏବଂ ପୃଥିବୀ ପାଇଁ ସମାନ, ପ୍ରକୃତି-ସକାରାତ୍ମକ ପରିଣାମ ପ୍ରଦାନ କରିବାକୁ ପ୍ରକୃତି ବଜାରର ପରିକଳ୍ପନା କରିବାବେଳେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri