ବରଗଡ଼ରେ ଯୋଗ ଦେଲେ ନୂଆ ଏସ୍‌ପି

ବରଗଡ଼ ଅଫିସ,୬ା୫: ବରଗଡ଼ ଜିଲାର ନୂତନ ଏସ୍‌ପି ଭାବେ ଶୁକ୍ରବାର ପରମାର୍‌ ସ୍ମିତ୍‌ ପୁରୁଷୋତ୍ତମ ଦାଶ ଯୋଗଦାନ କରିଛନ୍ତି। ୨୦୧୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ପରମାର୍‌ ଏହା ପୂର୍ବରୁ ନବରଙ୍ଗପୁର ଏସ୍‌ପି ଭାବେ କାର୍ଯ୍ୟରତ ଥିଲେ। ବରଗଡ଼ ଜିଲାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସେ ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ, ମାଓବାଦୀ ଦମନ ଭଳି ସବୁଦିଗକୁ ଗୁରୁତ୍ୱ ଦେବେ ବୋଲି ଏସ୍‌ପି ପରମାର୍‌ କହିଛନ୍ତି।

ପ୍ରକାଶଥାଉକି, ଏଠାରେ କାର୍ଯ୍ୟରତ ଥିବା ଏସ୍‌ପି ରାହୁଲ ଜୈନ ବଦଳି ହେବା ପରେ ସେ ଝାରସୁଗୁଡ଼ାରେ ଯୋଗ ଦେଇଛନ୍ତି।