ନୂଆଦିଲ୍ଳୀ: ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ସାମ୍ସଙ୍ଗ୍ ପକ୍ଷରୁ ଫୋନ୍ର ପ୍ରିଭେସି ଓ ସୁରକ୍ଷା ବୃଦ୍ଧି ଲାଗି ଏକ ନୂଆ ଫିଚର ଆଲଟ୍ଜେଡ୍ ଲାଇଫ ପ୍ରାଇଭେଟ ମୋଡ୍ର ଶୁଭାରମ୍ଭ କରାଯାଇଛି। ଏହା ଜରିଆରେ ସ୍ମାର୍ଟଫୋନ୍ର ପ୍ରିଭେସି ସ୍ତର ବୃଦ୍ଧି ସହ ସୁରକ୍ଷା ମଧ୍ୟ ମିଳିପାରିବ। ସାମ୍ସଙ୍ଗ୍ ସ୍ମାର୍ଟଫୋନ ୟୁଜରମାନେ କେବଳ ପାଓ୍ବାର କି ରେ ଡବଲ କ୍ଲିକ୍ କରି ନର୍ମାଲ ଓ ପ୍ରାଇଭେଟ ମୋଡ୍କୁ ସୁଇଚ କରିପାରିବେ। ଏହା ଫଳରେ ଅନ୍ ଡିଭାଇସ ଏଆଇ ଫଙ୍କସନ ଦକ୍ଷତା ସହିତ ପ୍ରାଇଭେଟ କଣ୍ଟେଣ୍ଟକୁ ମଧ୍ୟ ସୁରକ୍ଷିତ ଫୋଲ୍ଡରକୁ ସ୍ଥାନାନ୍ତରିତ କରିଥାଏ। ଆଲଟ୍ଜେଡ୍ ଲାଇଫ ଫିଚର ଜରିଆରେ ଗାଲାକ୍ସି ଏ-୫୧ର ନୂଆ ଓ ପୁରୁଣା ଗ୍ରାହକମାନଙ୍କ ପାଇଁ ଅଗଷ୍ଟରୁ ସଫ୍ଟଓ୍ବେର ଅପ୍ଡେଟ ମାଧ୍ୟମରେ ଏହି ସୁବିଧା ଉପଲବ୍ଧ ହେଉଛି। ଏ ସମ୍ପର୍କରେ ସାମ୍ସଙ୍ଗ୍ ଇଣ୍ଡିଆର ମୋବାଇଲ ବିଜ୍ନେସ ବରିଷ୍ଠ ନିର୍ଦ୍ଦେଶକ ମାନୁ ଶର୍ମା କହିଛନ୍ତି, ଏହି ନୂତନ ଇଣ୍ଟେଲିଜେଣ୍ଟ ଫିଚରକୁ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ଏଭଳି ଏକ ଫିଚରର ବିକାଶ କରାଯାଇଛି।


