Categories: ବାଣିଜ୍ୟ

ୟୁବିଆଇ ରାୟଗଡ଼ା କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ

ଭୁବନେଶ୍ୱର,୬।୪: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ରାୟଗଡ଼ା କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ କୁନ୍ଦନ କୁମାର ସିହ୍ନା ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବିଶାଖାପାଟଣାର ଜୋନାଲ ଅଡିଟ୍‌ କାର୍ଯ୍ୟାଳୟଠାରେ ଜୋନାଲ ଅଡିଟ୍‌ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେହିଭଳି ସିହ୍ନା ଏମ୍‌ଏସ୍‌ଏମ୍‌ଇ ଲୋନ୍‌ ପ୍ରସେସିଂ ସେଣ୍ଟର ଓ ମିଡ୍‌ କର୍ପୋରେଟ୍‌ ଶାଖାର ମୁଖ୍ୟ ଭାବେ କାର୍ଯ୍ୟ କରିଥିବାବେଳେ ଓଡ଼ିଶାର ସମ୍ବଲପୁର ଓ ରାଉରକେଲାଠାରେ ମଧ୍ୟ ପୂର୍ବରୁ କାର୍ଯ୍ୟ କରିଛନ୍ତି। ସୂଚନାଯୋଗ୍ୟ, ୟୁବିଆଇ ରାୟଗଡ଼ା କ୍ଷେତ୍ର ଅଧୀନରେ ବ୍ୟାଙ୍କର ମୋଟ୍‌ ବ୍ୟବସାୟ ୩୯୯୫.୦୫କୋଟି ଟଙ୍କା ରହିଛି। ଉଲ୍ଲେଖଯୋଗ୍ୟ, ୨୦୦୩ରେ ସିହ୍ନା ପ୍ରୋବେସନାରି ଅଫିସର (ପିଓ) ଭାବେ ଯୋଗଦାନ କରିବା ସହ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ କ୍ୟାରିୟର ଆରମ୍ଭ ସହ ଓଡ଼ିଶା,ଦିଲ୍ଲୀ, ମୁମ୍ବାଇ, ସୁରଟ ଏବଂ ବିଶାଖାପାଟଣା ଭଳି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପଦରେ କାର୍ଯ୍ୟ କରିବାର ଦୀର୍ଘ ୨୦ବର୍ଷରୁ ଊର୍ଦ୍ଧ୍ୱ ସମୟର ଅଭିଜ୍ଞତା ହାସଲ କରିଛନ୍ତି। ସେ ମଧ୍ୟ ଶାଖା, କ୍ଷେତ୍ରୀୟ କାର୍ଯ୍ୟାଳୟ ଓ ଅଡିଟ୍‌ କାର୍ଯ୍ୟାଳୟ ଆଦିରେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି।

Share