ଜେଏସ୍‌ପି ଫାଉଣ୍ଡେଶନର ନୂତନ ପ୍ରକଳ୍ପ ଉଦ୍‌ଘାଟିତ

ନୂଆଦିଲ୍ଲୀ,୧୩।୪: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର ସାମାଜିକ ପ୍ରତିଷ୍ଠାନ ତଥା ଜେଏସ୍‌ପି ଫାଉଣ୍ଡେଶନର ନୂତନ ପ୍ରକଳ୍ପ ‘ଜିନ୍ଦଲ ଜ୍ଞାନ’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କ ଜୀବନଧାରଣ ମାନରେ ଉନ୍ନତ କରିବା ସହ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ଜେଏସ୍‌ପି ଫାଉଣ୍ଡେଶନ ପକ୍ଷରୁ ଭୁବନେଶ୍ବରର ଖଣ୍ଡଗିରିବାରିଠାରେ ଏକ ଅତ୍ୟାଧୁନିକ ସହାୟକ ଉପକରଣ ଲାଇବ୍ରେରି ‘ଜିନ୍ଦଲ ଜ୍ଞାନ’ ନିର୍ମାଣ (ସ୍ଥାପନ) କରାଯାଇଛି।
ଏହି ଅବସରରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ ଲାଇବ୍ରେରିକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେଏସ୍‌ପିର ସଭାପତି(ପ୍ରେସିଡେଣ୍ଟ) ତଥା ଗ୍ରୁପ ସିଏସ୍‌ଆର୍‌ ହେଡ୍‌ ପ୍ରଶାନ୍ତ ହୋତାଙ୍କ ସମେତ ଏସ୍‌ଭି ନିର୍‌ତାରର ପ୍ରୋସ୍ଥେଟିକ୍ସ ଓ ଅର୍ଥୋଟିକ୍ସ ବିଭାଗ ମୁଖ୍ୟ ପ୍ରଫେସର ଶ୍ରୀକାନ୍ତ ମହାରଣା, ଓଡ଼ିଶା ଆସୋସିଏସନ୍‌ ଅଫ୍‌ ଦି ବ୍ଲାଇଣ୍ଡର ସଭାପତି ସନ୍ନ୍ୟାସୀ ବେହେରା ଏବଂ ଉଇ ଫର୍‌ ୟୁର ସାମ୍ପଦକ ଅଭୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗକରି ଦୃଷ୍ଟିହୀନ ଦିବ୍ୟାଙ୍ଗମାନଙ୍କୁ ଅତ୍ୟାଧୁନିକ ସହାୟକ ଉପକରଣ ଉପଲବ୍ଧ କରାଇବା ସହିତ ସେମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହା ସ୍ଥାପନ କରାଯାଇଛି। ବିଶେଷକରି ସାମାଜିକ ଅନୁଷ୍ଠାନ ଉଇ ଫର୍‌ ୟୁ ଚାରିଟେବଲ୍‌ ଟ୍ରଷ୍ଟ ଦ୍ବାରା ଏହାର ପରିଚାଳନା କରାଯିବ।
ଅପରପକ୍ଷରେ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ସଶକ୍ତ କରିବା ପାଇଁ ଜେଏସ୍‌ପି ଫାଉଣ୍ଡେଶନ ଓ ଉଇ ଫର୍‌ ୟୁର ଅଭିନବ ପ୍ରୟାସକୁ ବିଷ୍ଣୁପଦ ସେଠୀ ଉଚ୍ଚ ପ୍ରଶଂସା କରିଥିଲେ। ଦୃଷ୍ଟିହୀନ ବ୍ୟକ୍ତିମାନଙ୍କ ଦୈନନ୍ଦିନ କାର୍ଯ୍ୟରେ ସହାୟତା କରିବା ସହ ସେମାନଙ୍କ ଜୀବନରେ ବହୁତ ଉନ୍ନତି ଆଣିବାରେ ଏହି ଲାଇବ୍ରେରି ସାହାଯ୍ୟ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।
ଅପରପକ୍ଷରେ ଜେଏସ୍‌ପି ଫାଉଣ୍ଡେଶନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ଦର୍ଶନ ଦ୍ବାରା ଅନୁପ୍ରାଣିତ ହୋଇ ଆମେ ସର୍ବଦା ଏକ ଅନ୍ତର୍ଭୁକ୍ତ ଭାରତ ଗଠନ ନିମନ୍ତେ ପ୍ରୟାସରତ ବୋଲି ଜେଏସ୍‌ପିର ସଭାପତି(ପ୍ରେସିଡେଣ୍ଟ) ତଥା ଗ୍ରୁପ୍‌ ସିଏସ୍‌ଆର୍‌ ହେଡ୍‌ ପ୍ରଶାନ୍ତ ହୋତା ବିସ୍ତୃତ ଭାବେ ମତବ୍ୟକ୍ତ କରିଥିଲେ। ସେହିଭଳି ଏହି ଲାଇବ୍ରେରି ଏ ଦିଗରେ ଆମର ଅନ୍ୟତମ ପ୍ରୟାସ ହୋଇଥିଲାବେଳେ ଏହି ପାଠାଗାର ଭୁବନେଶ୍ବରର ଦୃଷ୍ଟିହୀନ ବ୍ୟକ୍ତିଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ଏକ ମଡେଲ ଭାବେ କାର୍ଯ୍ୟ କରିବ ବୋଲି ଆମେ ଆଶା କରୁଛୁ।
ଉନ୍ନତ ଜ୍ଞାନକୌଶଳ ବ୍ୟବହାରକରି ଦୃଷ୍ଟିହୀନମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରୁଥିବା ଏହି ଲାଇବ୍ରେରିରେ ୧୦୦ରୁ ଅଧିକ ଅତ୍ୟାଧୁନିକ ସହାୟକ ଉପକରଣ ରହିଛି। ଏପରିକି ସ୍ପିଚ୍‌ ରେକ୍‌ଗ୍ନିସନ୍‌ ଡିଭାଇସ୍‌, ମୋବିଲିଟି ଏଡ୍‌ସ ଏବଂ ଯୋଗାଯୋଗ ଉପକରଣ ବିଭିନ୍ନ ଅତ୍ୟାଧୁନିକ ଉପକରଣଗୁଡିକୁ ଭାରତ ଏବଂ ବିଦେଶର ବିଭିନ୍ନ ଅଞ୍ଚଳରୁ ଅଣାଯାଇଛି।
ସେହିପରି ଦୃଷ୍ଟିହୀନ ବ୍ୟକ୍ତିମାନେ ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଦୈନନ୍ଦିନ ଆବଶ୍ୟକତା କ୍ଷେତ୍ରରେ ସହାୟତା ପାଇଁ ଏହି ଅତ୍ୟାଧୁନିକ ଉପକରଣଗୁଡିକୁ ବ୍ୟବହାର କରିପାରିବେ। ଏପରିକି ଉପକରଣଗୁଡିକର ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଦୃଷ୍ଟିହୀନ ଦିବ୍ୟାଙ୍ଗମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ପ୍ରକାର ସହାୟକ ଜ୍ଞାନକୌଶଳର ଗବେଷଣା ଏବଂ ବିକାଶ କ୍ଷେତରେ ମଧ୍ୟ ଏହି ଲାଇବ୍ରେରି କାର୍ଯ୍ୟ କରିବ। ଉଇ ଫର୍‌ ୟୁ ଦ୍ୱାରା ବିକଶିତ ବିଭିନ୍ନ ବିଷୟ ଉପରେ ଅଡିଓ ପୁସ୍ତକଗୁଡିକ ମଧ୍ୟ ଏହି ଲାଇବ୍ରେରିରେ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri