ବେଦାନ୍ତ ଆଲୁମିନିୟମର ନୂତନ ଉତ୍ପାଦ

ଭୁବନେଶ୍ୱର, ୭।୧୦: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ଓୟାର ରଡ୍‌’ ରେଞ୍ଜର ଆନୁଷ୍ଠାନିକ ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର ନୂତନ ଉତ୍ପାଦକ ଟି୪, ଏଏଲ୍‌୫୯ ଓ ୮ଏକ୍ସଏକ୍ସଏକ୍ସ ସିରିଜକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରାଯାଇଛି। ଏପରିକି କମ୍ପାନୀ ଶକ୍ତି ଓ ଟ୍ରାନ୍ସମିଶନ ଉଦ୍ୟୋଗ ପାଇଁ ଉନ୍ନତମାନର ଓୟାର ରଡ୍‌ ରେଞ୍ଜର ପ୍ରସ୍ତୁତ କରିଛି। ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀଠାରେ ଚାଲିଥିବା କେବୁଲ ଓ ଓୟାର ମେଳା-୨୦୨୩ର ଉଦ୍‌ଘାଟନୀ ଦିବସରେ କମ୍ପାନୀ ନୂତନ ଉପତ୍ାଦ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲା। ଅତୁଳନୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ ଲାଗି ଏହି ଉପତ୍ାଦ କ୍ରମାଗତ କାଷ୍ଟିଂ ପ୍ରଯୁକ୍ତି ବ୍ୟବହାର କରାଯାଇ ପ୍ରସ୍ତୁତ ହୋଇଛି। ଏହି ଉପତ୍ାଦଗୁଡ଼ିକ ଅଟୋମୋବାଇଲ, ବିଲ୍‌ଡିଂ, ଭିତ୍ତିଭୂମି ଓ ଇଲେକ୍ଟ୍ରୋନିକ୍ସର ପ୍ରମୁଖ ପ୍ରୟୋଗରେ ବ୍ୟବହାର କରାଯିବ। ସେହିଭଳି ଟି୪ ଆଲୟ ରଡ୍‌ ଗ୍ରାହକମାନଙ୍କୁ ଲୋ ସାଗ୍‌ ଉଚ୍ଚ ଶକ୍ତି, ଉଚ୍ଚ ଡ୍ରଇଂ ଓ ଅଧିକ ସ୍ଥାୟିତ୍ୱ ସୁବିଧା ପ୍ରଦାନ କରିବ। ଏହି ଗୁଣଗୁଡ଼ିକ ହାଇ ଭୋଲ୍‌ଟେଜ ଟ୍ରାନ୍ସମିଶନ ଗ୍ରୀଡ୍‌ ଓ ଅପ୍ଟିକାଲ ଫାଇବର କମ୍ପୋଜିଟ୍‌ ଓଭରହେଡ୍‌ ତାର ତିଆରିରେ ବ୍ୟବହାର ପାଇଁ ଉପଯୋଗୀ ହୋଇଥାଏ। ସେହିପରି ଏଏଲ୍‌ ୫୯ ଆଲୟ ରଡ୍‌ ଏକ ଉଚ୍ଚ ଶକ୍ତି ଓଜନ ଅନୁପାତ, ଉନ୍ନତ ଶକ୍ତି ନିର୍ବାପନ ଓ ଉଚ୍ଚ କରେଣ୍ଟ ଶକ୍ତି ଧାରଣରେ ସହାୟତା କରିଥିବାବେଳେ ୮ଏକ୍ସଏକ୍ସଏକ୍ସ ସିରିଜ ତାର ରଡ୍‌ଗୁଡ଼ିକ ଅସାଧାରଣ କଳଙ୍କି ପ୍ରତିରୋଧକ ଗୁଣ ପ୍ରଦାନ କରିଥାଏ। ଏହା ନିର୍ମାଣ, ପରିବହନ ଓ ସ୍ଥାପତ୍ୟ କ୍ଷେତ୍ର ପାଇଁ ବହୁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଲାଭେନ କହିଛନ୍ତି, ବୈଦ୍ୟୁତିକ ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ଭାବେ ଆଲୁମିନିୟମ ବିଶ୍ୱସ୍ତରରେ ନିର୍ମଳ ଶକ୍ତିକୁ ଅନ୍ତର୍ଭୁକ୍ତ କରିବାକୁ ସକ୍ଷମ କରିଥାଏ। ଏହା ବ୍ୟତୀତ ଭବିଷ୍ୟତକୁ ତ୍ୱରାନ୍ବିତ କରିବାରେ ମଧ୍ୟ ଏହା ଏକ ପ୍ରମୁଖ ଭୂମିକା ବହନ କରିଥାଏ। ଏପରିକି ଆମେ କ୍ରମାଗତ ଭାବେ ଅଫରଗୁଡ଼ିକ ଶିଳ୍ପ ବିକାଶ ଦିଗରେ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରସ୍ତୁତ କରି ଆସୁଛୁ। ବିଶେଷକରି ଶକ୍ତି ଓ ଟ୍ରାନ୍ସମିଶନ ଉଦ୍ୟୋଗ ଲାଗି ନିର୍ଭରଯୋଗ୍ୟ ଅଂଶୀଦାର ଭାବେ ଆମର ସମ୍ପର୍କକୁ ଆହୁରି ମଜଭୁତ କରିଛି। ଆମେ ବର୍ତ୍ତମାନ ଆଲୟ ରଡ୍‌ ଟି୪, ଏଏଲ୍‌ ୫୯, ୮ଏକ୍ସଏକ୍ସଏକ୍ସ ସିରିଜ ପ୍ରଦାନ କରିଥିବାରୁ ବେଶ୍‌ ଉତ୍ସାହିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ମୋକିମ, କହିଲେ ୩ ବର୍ଷ ଅପେକ୍ଷା କରି ରାହୁଲଙ୍କୁ…

ଭୁବନେଶ୍ୱର,୧୦।୧୨: କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମହମ୍ମଦ ମୋକିମ। ମୋକିମ କହିଛନ୍ତି, କଂଗ୍ରେସକୁ ମଜଭୂତ ପାଇଁ କେନ୍ଦ୍ରୀୟ ନେତୃତ୍ୱ କାର୍ଯ୍ୟ କରୁ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ ମାର୍ଚ୍ଚରୁ ଆରମ୍ଭ ହେବ ତାଣ୍ଡବ! ଡିସେମ୍ୱରରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କୋଭିଡ-୧୯ ମହାମାରୀ, ୯/୧୧ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ଅନ୍ତର୍ଭୁକ୍ତ। ତାଙ୍କର କିଛି ଭବିଷ୍ୟବାଣୀ ୨୦୨୬ ବର୍ଷ...

୧୨ ଯାଏ ଥରିବ ଓଡ଼ିଶା: ୭ ଜିଲାକୁ କୋଲ୍ଡ ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ)- ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଶୀତର ଲହରୀ ଜାରି ରହିଥିବାବେଳେ ଆହୁରି ୩ଦିନ ଯାଏଁ ଶୀତ କଲବଲ କରିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri