ବେଦାନ୍ତ ଆଲୁମିନିୟମର ନୂତନ ଉତ୍ପାଦ

ଭୁବନେଶ୍ୱର, ୭।୧୦: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ଓୟାର ରଡ୍‌’ ରେଞ୍ଜର ଆନୁଷ୍ଠାନିକ ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର ନୂତନ ଉତ୍ପାଦକ ଟି୪, ଏଏଲ୍‌୫୯ ଓ ୮ଏକ୍ସଏକ୍ସଏକ୍ସ ସିରିଜକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରାଯାଇଛି। ଏପରିକି କମ୍ପାନୀ ଶକ୍ତି ଓ ଟ୍ରାନ୍ସମିଶନ ଉଦ୍ୟୋଗ ପାଇଁ ଉନ୍ନତମାନର ଓୟାର ରଡ୍‌ ରେଞ୍ଜର ପ୍ରସ୍ତୁତ କରିଛି। ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀଠାରେ ଚାଲିଥିବା କେବୁଲ ଓ ଓୟାର ମେଳା-୨୦୨୩ର ଉଦ୍‌ଘାଟନୀ ଦିବସରେ କମ୍ପାନୀ ନୂତନ ଉପତ୍ାଦ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲା। ଅତୁଳନୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ ଲାଗି ଏହି ଉପତ୍ାଦ କ୍ରମାଗତ କାଷ୍ଟିଂ ପ୍ରଯୁକ୍ତି ବ୍ୟବହାର କରାଯାଇ ପ୍ରସ୍ତୁତ ହୋଇଛି। ଏହି ଉପତ୍ାଦଗୁଡ଼ିକ ଅଟୋମୋବାଇଲ, ବିଲ୍‌ଡିଂ, ଭିତ୍ତିଭୂମି ଓ ଇଲେକ୍ଟ୍ରୋନିକ୍ସର ପ୍ରମୁଖ ପ୍ରୟୋଗରେ ବ୍ୟବହାର କରାଯିବ। ସେହିଭଳି ଟି୪ ଆଲୟ ରଡ୍‌ ଗ୍ରାହକମାନଙ୍କୁ ଲୋ ସାଗ୍‌ ଉଚ୍ଚ ଶକ୍ତି, ଉଚ୍ଚ ଡ୍ରଇଂ ଓ ଅଧିକ ସ୍ଥାୟିତ୍ୱ ସୁବିଧା ପ୍ରଦାନ କରିବ। ଏହି ଗୁଣଗୁଡ଼ିକ ହାଇ ଭୋଲ୍‌ଟେଜ ଟ୍ରାନ୍ସମିଶନ ଗ୍ରୀଡ୍‌ ଓ ଅପ୍ଟିକାଲ ଫାଇବର କମ୍ପୋଜିଟ୍‌ ଓଭରହେଡ୍‌ ତାର ତିଆରିରେ ବ୍ୟବହାର ପାଇଁ ଉପଯୋଗୀ ହୋଇଥାଏ। ସେହିପରି ଏଏଲ୍‌ ୫୯ ଆଲୟ ରଡ୍‌ ଏକ ଉଚ୍ଚ ଶକ୍ତି ଓଜନ ଅନୁପାତ, ଉନ୍ନତ ଶକ୍ତି ନିର୍ବାପନ ଓ ଉଚ୍ଚ କରେଣ୍ଟ ଶକ୍ତି ଧାରଣରେ ସହାୟତା କରିଥିବାବେଳେ ୮ଏକ୍ସଏକ୍ସଏକ୍ସ ସିରିଜ ତାର ରଡ୍‌ଗୁଡ଼ିକ ଅସାଧାରଣ କଳଙ୍କି ପ୍ରତିରୋଧକ ଗୁଣ ପ୍ରଦାନ କରିଥାଏ। ଏହା ନିର୍ମାଣ, ପରିବହନ ଓ ସ୍ଥାପତ୍ୟ କ୍ଷେତ୍ର ପାଇଁ ବହୁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଲାଭେନ କହିଛନ୍ତି, ବୈଦ୍ୟୁତିକ ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ଭାବେ ଆଲୁମିନିୟମ ବିଶ୍ୱସ୍ତରରେ ନିର୍ମଳ ଶକ୍ତିକୁ ଅନ୍ତର୍ଭୁକ୍ତ କରିବାକୁ ସକ୍ଷମ କରିଥାଏ। ଏହା ବ୍ୟତୀତ ଭବିଷ୍ୟତକୁ ତ୍ୱରାନ୍ବିତ କରିବାରେ ମଧ୍ୟ ଏହା ଏକ ପ୍ରମୁଖ ଭୂମିକା ବହନ କରିଥାଏ। ଏପରିକି ଆମେ କ୍ରମାଗତ ଭାବେ ଅଫରଗୁଡ଼ିକ ଶିଳ୍ପ ବିକାଶ ଦିଗରେ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରସ୍ତୁତ କରି ଆସୁଛୁ। ବିଶେଷକରି ଶକ୍ତି ଓ ଟ୍ରାନ୍ସମିଶନ ଉଦ୍ୟୋଗ ଲାଗି ନିର୍ଭରଯୋଗ୍ୟ ଅଂଶୀଦାର ଭାବେ ଆମର ସମ୍ପର୍କକୁ ଆହୁରି ମଜଭୁତ କରିଛି। ଆମେ ବର୍ତ୍ତମାନ ଆଲୟ ରଡ୍‌ ଟି୪, ଏଏଲ୍‌ ୫୯, ୮ଏକ୍ସଏକ୍ସଏକ୍ସ ସିରିଜ ପ୍ରଦାନ କରିଥିବାରୁ ବେଶ୍‌ ଉତ୍ସାହିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?