ଡିଆର୍‌ପିଏଲ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୬।୧୧: ଡାଡି’ସ ରୋଡ ପ୍ରାଇଭେଟ ଲିମିଟେଡ (ଡିଆର୍‌ପିଏଲ୍‌)ର ନୂତନ ଉତ୍ପାଦ ”ଡାଡି’ସ ରୋଡ କ୍ୟୁଆର ଷ୍ଟିକର“କୁ ବୁଧବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ବିଶେଷକରି ଗାଡିଚାଳକ ଓ ଗାଡି ମାଲିକମାନେ ଉକ୍ତ ଷ୍ଟିକରକୁ ଥରେ ମାତ୍ର କ୍ରୟ କଲେ ଆଜୀବନ ମାଗଣା ହେଲପ ଲାଇନ ସେବା ପାଇପାରିବେ ବୋଲି ସଂସ୍ଥା ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ଉକ୍ତ ଷ୍ଟିକରକୁ ସମସ୍ତ ଯାନ (ଗାଡି)ରେ ବ୍ୟବହାର ପାଇଁ କ୍ରୟ କରିବା ସହିତ ଲଗାଇବା ଏବଂ ବ୍ୟବହାର କରିବା ସହଜ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଡିଆରପିଏଲର ଓଡିଶା ହେଡ ଅଭିଜିତ କୁମାର ମହାନ୍ତି କହିଥିଲେ, ଯେତେବେଳେ ଆପଣ ଆପଣଙ୍କ ଗାଡିକୁ ପାର୍କ କରି କେଉଁଆଡେ ଚାଲିଯାନ୍ତି କିମ୍ବା ଆପଣଙ୍କ ଗାଡି ସମ୍ବନ୍ଧରେ କିଛି ଜାଣିପାରନ୍ତି ନାହିଁ ଯେ କେଉଁ ଗାଡି ଆପଣଙ୍କ ରାସ୍ତା ଅବରୋଧ କରୁଛି କିମ୍ବା ଅସୁବିଧା ସୃଷ୍ଟି କରୁଛି ଓ ଆପଣ ସେ ଗାଡି ମାଲିକଙ୍କ ସହ କିପରି ଯୋଗାଯୋଗ କରିବେ। ଉପରୋକ୍ତ ସମସ୍ତ ଅସୁବିଧାର ସମାଧାନ ଅତି ସହଜରେ ଡାଡି’ସ୍‌ ରୋଡ କ୍ୟୁଆର ଷ୍ଟିକର ଦ୍ବାରା ମିଳିବ। ଯାହା ଏକ ନିଆରା ଏବଂ ଅଭିନବ ପ୍ରୟାସ ବୋଲି କୁହାଯାଉଛି, ଯାହାକି ଆପଣଙ୍କ ଗାଡି, ମୋବାଇଲ୍‌ ନମ୍ବର ଏବଂ ଆଖପାଖର ଲୋକଙ୍କୁ ଅତି ସହଜରେ ଏହା ସଂଯୋଗ କରିବ। ଡାଡି’ସ୍‌ ରୋଡ କ୍ୟୁଆର ଷ୍ଟିକର ହେଉଛି ଏକ ସ୍ଥାୟୀ ଭିନିଲ୍‌ ଷ୍ଟିକର୍‌, ଯେଉଁଥିରେ ଏକ କ୍ୟୁଆର କୋଡ୍‌ ରହିଛି, ସେଥିରେ ଆପଣଙ୍କ ମୋବାଇଲ ନମ୍ବର ସଂଯୁକ୍ତ କରିପାରିବେ ଓ ଆପଣ ଏହାକୁ ମାଗଣା ଡାଡି’ସ୍‌ ରୋଡ ଆପ୍‌ରେ ପଞ୍ଜୀକୃତ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri