ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ

ଭୁବନେଶ୍ୱର,୧୬ା୧୧(ଅନୁରାଧା ମହାରଣା): ଝାଡଖଣ୍ଡର ଖୁଣ୍ଟିଠାରେ ଆୟୋଜିତ ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଏବଂ ‘ଦୁର୍ବଳ ଆଦିବାସୀ ଗୋଷ୍ଠୀ ବିକାଶ ମିଶନ’ର ଶୁଭାରମ୍ଭ କରିଛନ୍ତି। ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ସେ ଭଗବାନ ବିର୍ସା ମୁଣ୍ଡାଙ୍କ ଏହି ଭୂମିକୁ ଆସିଛନ୍ତି, ଯେଉଁଠାରେ ବଞ୍ଚିତମାନଙ୍କ ଉପରେ ମୋର ଋଣ ପରିଶୋଧ କରିବାକୁ ଅଛି। ଏହି ପରିପ୍ରେକ୍ଷୀରେ ପିଏମ୍‌- କିଷାନର ୧୫ତମ କିସ୍ତି ମଧ୍ୟ ପ୍ରଦାନ କରାଯାଇଛି। ଏହାସହ ଝାଡ଼ଖଣ୍ଡରେ ରେଳ, ସଡ଼କ, ଶିକ୍ଷା, କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଳି ଏକାଧିକ କ୍ଷେତ୍ର ସହିତ ସମ୍ପର୍କିତ ୭,୨୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ସେ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ଭିଡିଓ ବାର୍ତ୍ତା ପ୍ରସାରିତ ହୋଇଥିଲା। ଝାଡଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହାର ଗଠନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ତଥା ତିଲକା ମାନଝୀ, ସିଦ୍ଧୁ କାହ୍ନୁ, ଚାନ୍ଦ ଭୈରବ, ଫୁଲୋ ଝାନୋ, ନୀଳାମ୍ବର, ପୀତାମ୍ବର, ଯାତ୍ରା ତାନା ଭଗତ ଓ ଆଲବର୍ଟ ଏକ୍କାଙ୍କ ଭଳି ଅନେକ ବୀର ଏହି ଭୂମିକୁ ଗର୍ବିତ କରିଛନ୍ତି ବୋଲି ସେ କହିଥିଲେ। ବିକଶିତ ଭାରତର ୪ଟି ‘ଅମୃତ ସ୍ତମ୍ଭ’ ଯଥା ନାରୀ ଶକ୍ତି, ଭାରତର ଖାଦ୍ୟ ଉତ୍ପାଦନକାରୀ ଅର୍ଥାତ୍‌ କୃଷକ, ଦେଶର ଯୁବକ ଏବଂ ଶେଷରେ ଭାରତର ନବ – ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ଉପରେ ମୋଦି ଗୁରୁତ୍ୱାରୋପ କରିଥିଲେ। ବର୍ତ୍ତମାନ ସୁଦ୍ଧା ୧୩ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରିବାରେ ସରକାର ସଫଳ ହୋଇଥିବା ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି।

୨୦୨୪ ଜାନୁୟାରୀ ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସରକାର ଦେଶର ପ୍ରତ୍ୟେକ ଗାଁକୁ ଯିବେ ଏବଂ ପ୍ରତ୍ୟେକ ଗରିବ ଓ ବଞ୍ଚିତ ବ୍ୟକ୍ତିଙ୍କୁ ସରକାରୀ ଯୋଜନାର ହିତାଧିକାରୀ କରିବେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏକ ବିକଶିତ ଭାରତ ପାଇଁ ସଂକଳ୍ପର ଏକ ପ୍ରମୁଖ ଭିତ୍ତିଭୂମି ହେଉଛି ପିଏମ ଜନମନ ବା ପିଏମ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ। ଅଟଳଜୀଙ୍କ ସରକାର ହିଁ ଆଦିବାସୀ ସମାଜ ପାଇଁ ଏକ ଅଲଗା ମନ୍ତ୍ରଣାଳୟ ଗଠନ କରି ଅଲଗା ବଜେଟ ଆବଣ୍ଟନ କରିଥିଲେ ବୋଲି ସେ ଉଲ୍ଲେଖ କରିଥିଲେ । ଆଦିବାସୀ କଲ୍ୟାଣ ପାଇଁ ବଜେଟ ପୂର୍ବ ତୁଳନାରେ ୬ ଗୁଣା ବୃଦ୍ଧି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଦେଶର ୨୨ ହଜାରରୁ ଅଧିକ ଗ୍ରାମରେ ବସବାସ କରୁଥିବା ଲକ୍ଷାଧିକ ଜନସଂଖ୍ୟା ବିଶିଷ୍ଟ ୭୫ଟି ଆଦିବାସୀ ସମ୍ପ୍ରଦାୟ ଓ ଆଦିମ ଜନଜାତିଙ୍କୁ ସରକାର ଚିହ୍ନଟ କରିଛନ୍ତି । ଏହି ବୃହତ୍‌ ଅଭିଯାନ ପାଇଁ କେନ୍ଦ୍ର ସରକାର ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି। ପିଏମ ବିଶ୍ୱକର୍ମା ଯୋଜନାରେ ବିଶ୍ୱକର୍ମା ବନ୍ଧୁମାନଙ୍କୁ ଆଧୁନିକ ପ୍ରଶିକ୍ଷଣ ଏବଂ ଉପକରଣ ପ୍ରଦାନ ପାଇଁ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

ପିଏମ କିଷାନ ସମ୍ମାନ ନିଧିର ୧୫ତମ କିସ୍ତି ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କୃଷକମାନଙ୍କ ଆକାଉଣ୍ଟକୁ ୨,୭୫,୦୦୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି । ଗୋପାଳନକାରୀ ଓ ମତ୍ସ୍ୟଜୀବୀମାନଙ୍କ ପାଇଁ କିଷାନ କ୍ରେଡିଟ କାର୍ଡ, ପଶୁମାନଙ୍କର ମାଗଣା ଟିକାକରଣ ପାଇଁ ୧୫,୦୦୦ କୋଟି ଟଙ୍କାର ସରକାରୀ ଖର୍ଚ୍ଚ, ମତ୍ସ୍ୟ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଆର୍ଥିକ ସହାୟତା ଏବଂ ଦେଶରେ ୧୦ ହଜାର ନୂତନ କୃଷକ ଉତ୍ପାଦନ ସଂଘ ଗଠନ କରି ବଜାରକୁ ଅଧିକ ସୁଗମ କରି କୃଷକମାନଙ୍କ ପାଇଁ ଖର୍ଚ୍ଚ ହ୍ରାସ କରାଯାଇଛି । ସେହିପରି ୨୦୨୩ ମସିହାକୁ ଆନ୍ତର୍ଜାତିକ ମିଲେଟ ବର୍ଷ ଭାବରେ ପାଳନ କରିବା ଏବଂ ଶ୍ରୀ ଅନ୍ନକୁ ବିଦେଶୀ ବଜାରକୁ ନେବା ପାଇଁ ପ୍ରୟାସ କରାଯାଉଛି।

ଗତ ୯ ବର୍ଷ ମଧ୍ୟରେ ଦେଶରେ ୩୦୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଓ ୫୫୦୦ ନୂଆ କଲେଜ ପ୍ରତିଷ୍ଠା ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ଡିଜିଟାଲ ଇଣ୍ଡିଆ ଅଭିଯାନ ଏବଂ ଏକ ଲକ୍ଷରୁ ଅଧିକ ଷ୍ଟାର୍ଟଅପ ସହିତ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟ ଅପ ପାରିବେଶିକ ବ୍ୟବସ୍ଥାରେ ପରିଣତ ହୋଇଛି। ରାଞ୍ଚିର ଆଇଆଇଏମ କ୍ୟାମ୍ପସ ଏବଂ ଧାନବାଦସ୍ଥିତ ଆଇଆଇଟି – ଆଇଏସଏମ୍‌ରେ ନୂତନ ହଷ୍ଟେଲର ଉଦଘାଟନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଉଲ୍ଲେଖ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ରାଜ୍ୟପାଳ ସି. ପି. ରାଧାକ୍ରିଷ୍ଣନ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?