ରୁନାୟା ପକ୍ଷରୁ ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୩ା୧୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ରୁନାୟାର ନୂତନ ଉତ୍ପାଦ ‘ରୁବିକ୍ୟୁ ଓ ରୁକାଲ ଗ୍ରୀନ୍‌’ର ଉନ୍ମୋଚିତ କରାଯାଇଛି। ବିଶେଷକରି ନୂତନ ଖଣି କ୍ଷେତ୍ର ପାଇଁ ଭାରତର ପ୍ରଥମ ସ୍ଥିରତା ସମାଧାନ କରୁଥିବା କମ୍ପାନୀ ରୁନାୟା ଗ୍ରୀନ୍‌ ବ୍ରାଣ୍ଡ୍‌ ନାମରେ ଏକ ନୂଆ ଉପତ୍ାଦକୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୨ ପରିସରରେ ଉନ୍ମୋଚନ କରିଛି। ଏପରିକି ଏହା ଭାରତୀୟ ଇସ୍ପାତ ଶିଳ୍ପ ପାଇଁ ସବୁଜ ଉପତ୍ାଦର ପ୍ରସାର। ଏହି ଉପତ୍ାଦଗୁଡ଼ିକରେ ମାତ୍ର ୧୦% କାର୍ବନ ଖର୍ଚ୍ଚ ହୋଇଛି। ବିଶେଷକରି ଷ୍ଟିଲ୍‌ ତିଆରିରେ ଷ୍ଟିଲ୍‌ ସ୍ଲାଗ୍‌ କଣ୍ଡିସନର ଭାବେ ଉଭୟ ରୁବିକ୍ୟୁ ଓ ରୁକାଲ ଗ୍ରୀନ୍‌ ବ୍ୟବହୃତ ହୁଏ। ଏହାର ଲାଭ ପ୍ରକ୍ରିୟା ପାଇଁ ସମୟ ହ୍ରାସ, ଗୁଣବତ୍ତାରେ ଉନ୍ନତି ଓ ପ୍ଲାଣ୍ଟ ଉପକରଣ ଅବକ୍ଷୟ ହ୍ରାସ କରେ। ଏ ସମ୍ପର୍କରେ ରୁନାୟାର ସହ ପ୍ରତିଷ୍ଠାତା ଅନନ୍ୟ ଅଗ୍ରୱାଲ କହିଛନ୍ତି, ଆମେ ଆଗାମୀ ବର୍ଷଗୁଡ଼ିକରେ ଅଧିକ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରିବୁ। ଇସ୍ପାତ ଶିଳ୍ପକୁ ଏହାର ସ୍ଥିରତା କାର୍ଯ୍ୟରେ ଉନ୍ନତି ଆଣିବା ଲାଗି ଆଜି ଆମେ ଆନୁଷ୍ଠାନିକ ଭାବେ ଆମର ନୂତନ ଉପତ୍ାଦ ରୁବିକ୍ୟୁ ଓ ରୁକାଲ ଗ୍ରୀନ୍‌ର ଶୁଭାରମ୍ଭ କରୁଛୁ। ଗ୍ରୀନ୍‌ ଟେକ୍ନୋଲୋଜି ମାଧ୍ୟମରେ ଏହାକୁ ଉପତ୍ାଦନ କରାଯାଇଛି। ସ୍ଥାୟୀ ପରିବର୍ତ୍ତନ ଆଣିବାକୁ ଚାହୁଁଥିବା କମ୍ପାନୀଗୁଡ଼ିକୁ ଏହି ଉପତ୍ାଦ ଡିଜାଇନ ସମାଧାନ ପ୍ରଦାନ ଜାରି ରଖିବାକୁ ଆମେ ଉତ୍ସାହିତ। ସେହିପରି ମେକ୍‌ ଇନ୍‌ କନ୍‌କ୍ଲେଭର ଆୟୋଜନ ପାଇଁ ନୁହେଁ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‌ ବିଶେଷ ଭାବେ ଇପିକଲ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ମୋର ହାର୍ଦ୍ଦିକ କୃତଜ୍ଞତା ଜଣାଉଛି। ରୁନାୟାକୁ ସମର୍ଥନ କରିଥିବା ହେତୁ ଆମେ ବହୁତ ଖୁସି। ଓଡ଼ିଶାକୁ ଆମ ଘର ବୋଲି କହି ରୁନାୟା ଗର୍ବ ଅନୁଭବ କରେ ବୋଲି ସେ ମତପ୍ରକାଶ କରିଥିଲେ। ଉଲ୍ଲେଖଯୋଗ୍ୟ, ୨୦୧୮ରେ ରୁନାୟା ନୈବେଦ୍ୟ ଅଗ୍ରୱାଲ ଓ ଅନନ୍ୟ ଅଗ୍ରୱାଲଙ୍କ ଦ୍ୱାରା ପ୍ରତିଷ୍ଠିତ। ଏହା ବେଦାନ୍ତ ଗ୍ରୁପ୍‌ର ପରବର୍ତ୍ତୀ ପିଢ଼ି ଭାବେ ବିଶ୍ୱର ବଡ଼ ବଡ଼ କମ୍ପାନୀ ସହିତ ରୁନାୟାର ସମ୍ପର୍କକୁ ଅଧିକ ସୁଦୃଢ କରିଛି। ସେହିପରି କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଆଣିବାକୁ ରୁବିକ୍ୟୁ ଓ ରୁକାଲ ଗ୍ରୀନ୍‌ ଡିଜାଇନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍‌ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri