କେସିଙ୍ଗା ମହାବିଦ୍ୟାଳୟରେ ଯୋଗଦେଲେ ନୂଆ ପ୍ରିନ୍ସିପାଲ, କହିଲେ ଛାତ୍ରୀଛାତ୍ରଙ୍କୁ ଠିକ୍‌ ଭାବେ…

କେସିଙ୍ଗା,୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ କେସିଙ୍ଗା ମହାବିଦ୍ୟାଳୟରେ ନୂତନ ଭାବେ ପ୍ରିନ୍ସିପାଲ ଅଶ୍ୱିନୀ ପଟ୍ଟନାୟକ ଶନିବାର ଯୋଗଦାନ କରିଛନ୍ତି। ସେ ଏହି ମହାବିଦ୍ୟାଳୟ ଗତ ୧.୮.୨୦୨୩ରେ ଇଂରାଜୀ ଅଧ୍ୟାପକ ଭାବେ ଯୋଗ ଦେଇ ସୂଚାରୁ ରୂପେ କାର୍ଯ୍ୟ ତୁଲାଇ ଆସୁଥିଲେ। କେସିଙ୍ଗା ମହାବିଦ୍ୟାଳୟର ପ୍ରିନ୍ସିପାଲ ସୁଶାନ୍ତ ପାଢ଼ୀଙ୍କ ସମେତ ୪ଜଣ ଗତ ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି। ପାଢୀଙ୍କ ଅବସର ପରେ ଶନିବାର ନୂତନ ଭାବେ ଅଶ୍ୱିନୀ ପଟ୍ଟନାୟକ ଯୋଗଦାନ କରିଛନ୍ତି।

ସେ କହିଛନ୍ତି ଯେ, ମୁଁ ଏହି ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ଛାତ୍ରୀଛାତ୍ରଙ୍କ ମିଳିତ ଉଦ୍ୟମରେ ସୂଚାରୁରୂପେ କାର୍ଯ୍ୟ କରିବି ଏବଂ ଛାତ୍ରୀଛାତ୍ରଙ୍କୁ ଠିକ୍‌ ଭାବେ ଶିକ୍ଷାଦାନ ଦେବା ସହ ମହାବିଦ୍ୟାଳୟ ଭିତ୍ତିଭୂମି ଓ ବିଭିନ୍ନ ଉନ୍ନୟନମୂଳକ କାମ ଠିକ୍‌ ଭାବେ ପରିଚାଳିତ କରିବି।

Dharitri – Odisha’s No.1 Odia Daily