Posted inଜାତୀୟ

ନୂଆ ସଂସଦ ଭବନ ଉଦଘାଟନ ବିବାଦକୁ ନେଇ ପ୍ରତିକ୍ରିୟା ରଖିଲେ ଗୁଲାମ ନବୀ, କହିଲେ ୩୫ ବର୍ଷ ପୂର୍ବରୁ ମୁଁ ଦେଖିଥିଲି ସ୍ବପ୍ନ

ନୂଆଦିଲ୍ଲୀ,୨୭।୫: ମେ’୨୮ ରବିବାର ଦେଶର ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ଉଦଘାଟନ ହେବାକୁ ଯାଉଛି। ଏହି ସମାରୋହକୁ କଂଗ୍ରେସ ଏବଂ ସମାନ ବିଚାରଧାରାର ଦଳ ବିରୋଧ କରୁଛନ୍ତି। ତାଙ୍କ ବିରୋଧ ଉପରେ, ବର୍ତ୍ତମାନ କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ ବିରୋଧୀ ଦଳର ଏହି ନୀତିକୁ ସମାଲୋଚନା କରିଛନ୍ତି।

ଆଜାଦ କହିଛନ୍ତି, ବିରୋଧୀ ଦଳ କାହିଁକି ପାଟିତୁଣ୍ଡ କରୁଛନ୍ତି ମୁଁ ବୁଝିପାରୁ ନାହିଁ, ଯେତେବେଳେ ଦେଶ ଏକ ନୂତନ ସଂସଦ ପାଇଛି ସେତେବେଳେ ସେମାନେ ଖୁସି ହେବା ଉଚିତ। ସେ ଆହୁି ମଧ୍ୟ କହିଛନ୍ତି, ଯଦି ମୁଁ ଦିଲ୍ଲୀରେ ଥାଆନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ନୂତନ ସଂସଦ ଗୃହର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥାଆନ୍ତି। ରେକର୍ଡ ସମୟରେ ଏକ ନୂତନ ସଂସଦ ଗଠନ ପାଇଁ ବିରୋଧୀମାନେ ସରକାରଙ୍କୁ ପ୍ରଶଂସା କରିବା ଉଚିତ, ଯେତେବେଳେ ସେମାନେ ସରକାରଙ୍କୁ ସମାଲୋଚନା କରୁଛନ୍ତି। ବିରୋଧୀ ଏହାକୁ ବହିଷ୍କାର କରିଥିବାରୁ ମୁଁ ଏହାକୁ ବିରୋଧ କରୁଛି।
ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଯେତେବେଳେ ସେ ନରସିଂହ ରାଓଙ୍କ ସରକାରରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ଥିଲେ, ସେତେବେଳେ ସେ ଏକ ନୂତନ ସଂସଦ ଗଠନ କରିବାର ସ୍ବପ୍ନ ଦେଖିଥିଲେ। ସେ କହିଛନ୍ତି ମୁଁ ଏକ ନୂତନ ସଂସଦ ଗଠନ ବିଷୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ସହ ଆଲୋଚନା କରିଥିଲି, ଏକ ନକ୍ସା ମଧ୍ୟ ତିଆରି କରିଥିଲି କିନ୍ତୁ ସେତେବେଳେ ଆମେ ତାହା କରିପାରିଲୁ ନାହିଁ।

ସେ କହିଛନ୍ତି ଯେ ଦେଶର ସ୍ବାଧୀନତା ପରେ ଦେଶର ଜନସଂଖ୍ୟା ୫ ଗୁଣ ଅଧିକ ବୃଦ୍ଧି ପାଇଛି ଏବଂ ସେହି ଅନୁଯାୟୀ ପ୍ରତିନଧିଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗୁଲାମ ନବୀ ଆଜାଦ କହିଛନ୍ତି, ସେଥିପାଇଁ ନୂତନ ସଂସଦ ଭବନ ନିର୍ମାଣ କରିବାକୁ ପଡ଼ିଲା ।


Enter your email to get our daily news in your inbox.

All Right Reserved By Dharitri.Com

Ramayan ର ୭୮ଟି ଏପିସୋଡ୍‌ରୁ ଦୂରଦର୍ଶନ କମାଇଥିଲା ୩୧,୨୦,୦୦,୦୦୦ କୋଟି ଟଙ୍କା! ଜାଣନ୍ତୁ ଗୋଟିଏ ଦିନର କେତେ ଥିଲା ବଜେଟ୍‌…

ନୂଆଦିଲ୍ଲୀ,୪।୮: ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ‘ରାମାୟଣ’ ଆଜି ବି ଲୋକଙ୍କ ହୃଦୟରେ ରାଜ୍ କରୁଛି। ଏପରି ସ୍ଥିତିରେ ଆସନ୍ତୁ ଏହା ସହ ଜଡ଼ିତ କିଛି ଖାସ୍…

LPG ସବସିଡି ଚେକ୍‌ କରିବାକୁ ଯାଇଥିଲେ ବ୍ୟାଙ୍କ, ଖାତାରେ ଏତେ କୋଟି ଦେଖି ଉଡିଗଲା ହୋସ୍‌!

ନୂଆଦିଲ୍ଲୀ,୪।୮: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍‌ ୧୦୦ କୋଟି ଟଙ୍କା ଆସିଯାଏ, ତେବେ ବୋଧହୁଏ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ପଶ୍ଚିମବଙ୍ଗର ଜଣେ…

ଇସ୍ତଫା ଦେଲେ ୨ ବିଧାୟକ: ରାଗିଗଲେ ମୁଖ୍ୟମନ୍ତ୍ରୀ, ସିଧା କହିଦେଲେ…

ନୂଆଦିଲ୍ଲୀ,୪।୮: କର୍ନାଟକରେ ଡିକେ ଶିବକୁମାରଙ୍କ ସରକାରର କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ମୋଟ ୨୦ ଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। କଂଗ୍ରେସ ସରକାର କ୍ୟାବିନେଟ୍…

ଉଦୟନିଧି ଷ୍ଟାଲିନଙ୍କ ମାମଲାରେ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ! ପଚରାଉଚରା ପରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନିକଟତର ବନ୍ଧୁ ଏବଂ ଅଭିନେତ୍ରୀ ତ୍ରିଷାଙ୍କ ଉପରେ କଥିତ…

ଚୋରିର ୧୫ ଦିନ ପରେ ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଫେରାଇଦେଲେ ଚୋର; ଚିଠିରେ ଲେଖିଲେ..

ହାଇଦ୍ରାବାଦ୍‌,୪।୮: ଆନ୍ଧ୍ରପ୍ରଦେଶର କାକିନାଡା ଜିଲାରୁ ଏକ ଅତ୍ୟନ୍ତ ଅସାଧାରଣ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚୋରି କରିଥିବା ଚୋରମାନେ ଅପରାଧର ପ୍ରାୟ ୧୫ ଦିନ ପରେ ଅଧିକାଂଶ…

ମଝି ଆକାଶରେ ହଠାତ୍‌ ତଳକୁ ଖସିଲା ବିମାନ, ଛାତରେ ବାଜିଲା ଯାତ୍ରୀଙ୍କ ମୁଣ୍ଡ, ଅନେକ ଯାତ୍ରୀ…

ନୂଆଦିଲ୍ଲୀ,୪।୮: ଦିଲ୍ଲୀ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ହଠାତ୍‌ ପ୍ରବଳ ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିଲା।…

ହଠାତ୍‌ ୧୬ କିଲୋ ଓଜନ ହ୍ରାସ: ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ସଲମାନ

କିଛି ଦିନ ହେବ ସୋସିଆଲ ମିଡିଆରେ ବଲିଉଡର ‘ଦବଙ୍ଗ’ ଷ୍ଟାର ସଲମାନ ଖାନଙ୍କ ଫିଟନେସ ଏବଂ ଲୁକକୁ ନେଇ ଚର୍ଚ୍ଚା ହେଉଛି। ହଠାତ୍‌ ତାଙ୍କ ଓଜନ ହ୍ରାସ…

ଉପନିର୍ବାଚନରେ ପରାଜୟ ପରେ BJPର କଡ଼ା ପଦକ୍ଷେପ, ଏହି ନେତାଙ୍କୁ ମିଳିବ ଶାସ୍ତି!

ନୂଆଦିଲ୍ଲୀ,୪।୮: ମଧ୍ୟପ୍ରଦେଶର ଦତିଆ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ପରାଜୟ ଭାରତୀୟ ଜନତା ପାର୍ଟି (BJP) ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ବଡ଼ ପରାଜୟ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri