ଆସୁଛି ନୂଆ ଓଡ଼ିଆ ସିନେମା ‘ରାଉଡି ରାଜା’

ରାଉଡି ରାଜାକୁ ନେଇ ଏବେ ଓଲିଉଡ୍‌ରେ ଚର୍ଚ୍ଚା। କାରଣ ଏଥର ଫୁଲ୍‌ ଆକ୍ସନ ଗେଟଅପରେ ଆସୁଛନ୍ତି ନବାଗତ ସୋହମ ସିଂ। ନିଜର ଏପରି ନୂଆ ଅବତାରକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ସେ। ଅର୍ଥାତ୍‌, ନିର୍ମିତ ହେବାକୁ ଯାଉଥିବା ନୂଆ ଓଡ଼ିଆ ସିନେମା ‘ରାଉଡି ରାଜା’ର ଟାଇଟଲ ଭୂମିକାରେ ସୋହମ ଅଭିନୟ କରିବେ। ଏ ସମ୍ପର୍କରେ ସେ କହନ୍ତି, ‘ଏହି ଫିଲ୍ମର କାହାଣୀ ଏବଂ ମୋ ଭୂମିକା ବିଷୟରେ ଜାଣିବା ପରେ ମୋର ଖୁସି ବନ୍ଧବାଡ ମାନି ନ ଥିଲା। କାରଣ ଏହି ଫିଲ୍ମ ପୂର୍ବରୁ ମୁଁ ରୋମାଣ୍ଟିକ୍‌ ଭୂମିକାରେ ଦର୍ଶକଙ୍କ ସାମନାକୁ ଆସିଥିଲି। ହେଲେ ଏହି ନୂଆ ସିନେମାରେ ମୋର ଭୂମିକାରେ ଯେଉଁ ମସଲା ଅଛି ତାହା ଦର୍ଶକଙ୍କୁ ଶତ ପ୍ରତିଶତ ମନୋରଞ୍ଜନ ଯୋଗାଇବ ବୋଲି ମୁଁ ଆଶା ରଖିଛି।’ ଜେ.ଏନ.ଏସ. ଏଣ୍ଟରଟେନମେଣ୍ଟ ବ୍ୟାନର ଏବଂ ରେ’ ମିଡିଆ କମ୍ୟୁନିକେଶନର ସହଯୋଗିତାରେ ଉକ୍ତ ସିନେମାର ପ୍ରଯୋଜନା କରୁଛନ୍ତି ନବାଗତ ପ୍ରଯୋଜକ ବିଦ୍ୟକାମ ଜିତୁନ୍‌ ମହାନ୍ତି। ଚିତ୍ରର କାହାଣୀ ରଚନା କରିଛନ୍ତି ଜମେଶ ଶୁକ୍ଳା। ଗୀତଗୁଡିକୁ ସ୍ବର ଦେଉଛନ୍ତି ଆଗଧାଡିର ସ୍ବର ସଂଯୋଜକ ବୈଦ୍ୟନାଥ ଦାଶ। ଏହି ଫିଲ୍ମରେ ସୋହମଙ୍କ ଅପୋଜିଟ୍‌ରେ କିଏ ନାୟିକା ସାଜିବ ତାହା ଖୋଜା ଚାଲିଛି। ଓଡ଼ିଆ ଚଳଚ୍ଚିତ୍ର ‘ଅଜାତଶତ୍ରୁ’ରୁ ସୋହମଙ୍କ ବଡ ପରଦା କ୍ୟାରିୟର ଆରମ୍ଭ ହୋଇଥିଲା। ଏବେ ତାଙ୍କ ଅଭିନୀତ ‘ଲଭ୍‌ ୟୁ ପ୍ରିୟା’ ରିଲିଜ ଅପେକ୍ଷାରେ ରହିଛି। ତେବେ ‘ରାଉଡି ରାଜା’ ସୋହମଙ୍କ କ୍ୟାରିୟରକୁ କେତେ ମାଇଲେଜ ଦେଉଛି ତାହା ଫିଲ୍ମଟି ପରଦା ଉପରକୁ ଆସିଲେ ହିଁ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବଡ଼ ଘୋଷଣା କରି ଫ୍ୟାନ୍ସଙ୍କୁ ନିରାଶା କଲେ ଏହି ଫେମସ୍‌ ସିଙ୍ଗର୍‌, ସଙ୍ଗୀତରୁ…

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଓ ମ୍ୟୁଜିକ କମ୍ପୋଜର ଅମାଲ ମଲିକ ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଅଗଷ୍ଟ ୨୭ ତାରିଖ ଗୁରୁବାର ସେ…

‘୧୦୦ ପୁରୁଷଙ୍କ ସାମ୍ନାରେ ଖୋଲିବାକୁ ପଡିଥିଲା ପୋଷାକ’, ଅଭିନେତ୍ରୀଙ୍କ ଚମକାଇଦେବା ଭଳି ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର…

ବିବାହର ୨ ବର୍ଷ ପରେ ଗୁମର ଖୋଲିଲେ ଶୋଭିତା: ନାଗା ଚୈତନଙ୍କ ସହ…

ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri