ନୂତନ ସୁଯୋଗ

ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକା ଏଚ୍‌.ୱାନ୍‌.ବି ଭିସା ଦେୟ ବୃଦ୍ଧି କରିଛି। ଅଚାନକ ଏହି ଦେୟ ଦେଢ଼ ହଜାର ଆମେରିକୀୟ ଡଲାରରୁ ଏକ ଲକ୍ଷ ଆମେରିକୀୟ ଡଲାରକୁ ବୃଦ୍ଧି କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଅନେକେ ଏହାକୁ ଭାରତୀୟ ସୂଚନା ପ୍ରଯୁକ୍ତି ବୃତ୍ତିଜୀବୀ ଓ କମ୍ପାନୀମାନଙ୍କ ପାଇଁ ବିପରୀତ ଭାବେ ଦେଖୁଛନ୍ତି। କିନ୍ତୁ ବାସ୍ତବରେ ଏହା ବିପଦ ନୁହେଁ ବରଂ ଭାରତ ପାଇଁ ନୂତନ ସୁଯୋଗ। ଏପରିକି ଏହି ଦେୟ ବୃଦ୍ଧି ପାଇଁ ଭାରତର ବିରୋଧୀ ଦଳଗୁଡିକ କେନ୍ଦ୍ର ସରକାରଙ୍କ ବିଫଳ ବିଦେଶ ନୀତି ଦାୟୀ ବୋଲି କହୁଛନ୍ତି।
ଏଚ୍‌.ୱାନ୍‌.ବି ଭିଜା କ’ଣ? ଏଚ୍‌.ୱାନ୍‌.ବି ଭିଜା ହେଉଛି ଯୁକ୍ତରାଷ୍ଟ୍ର ସରକାରଙ୍କ ଅଣ-ପ୍ରବାସୀ ଭିଜା କାର୍ଯ୍ୟକ୍ରମ, ଯାହା ମାଧ୍ୟମରେ ଆମେରିକୀୟ କମ୍ପାନୀମାନେ ବିଦେଶୀ ଦକ୍ଷ ପେସାଜୀବୀଙ୍କୁ ନିଯୁକ୍ତ କରନ୍ତି। ବିଶେଷତଃ ସୂଚନା ପ୍ରଯୁକ୍ତି କ୍ଷେତ୍ର, ପ୍ରଯୁକ୍ତିବିଦ୍ୟା କ୍ଷେତ୍ର, ଅଟୋମୋଟିଭ ଶିଳ୍ପ, ଆର୍ଥିକ ପରାମର୍ଶ, ଚିକିତ୍ସା ସେବା କ୍ଷେତ୍ର ଭଳି କ୍ଷେତ୍ରରେ ଏହାର ବ୍ୟବହାର ଅଧିକ ହୁଏ। ଏହି ଭିଜାଧାରୀମାନେ ସାଧାରଣତଃ ତିନି ବର୍ଷ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ରରେ ରହି କାମ କରିପାରନ୍ତି, ଯାହାକୁ ପରେ ସର୍ବାଧିକ ୬ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ। ଆମେରିକାର ଶ୍ରମ ବିଭାଗର ନିର୍ଦ୍ଦେଶ ଅନୁସାରେ ଏହି ଭିଜାଧାରୀଙ୍କ ବାର୍ଷିକ ସର୍ବନିମ୍ନ ବେତନ ଷାଠିଏ ହଜାର ଆମେରିକୀୟ ଡଲାର ରହିଛି। ନିକଟ ଅତୀତରେ ଏହାକୁ ଦେଢ଼ଲକ୍ଷ ଡଲାରକୁ ବୃଦ୍ଧି କରିବାକୁ ଯୋଜନା ହେଉଛି। ଏହି ଭିଜାର ଅନ୍ୟ ସୁବିଧାଗୁଡିକ ଯେପରିକି ଗ୍ରୀନକାର୍ଡ ଆବେଦନ, ଜୀବନସାଥୀଙ୍କୁ ଆମେରିକାରେ କାର୍ଯ୍ୟ କରିବାକୁ ଅନୁମତି ଇତ୍ୟାଦି ଏହାକୁ ଅଧିକ ଲୋକପ୍ରିୟ କରିଥିଲା। ଏହା ପ୍ରକୃତରେ ଅସ୍ଥାୟୀ ରୂପେ କୁଶଳୀ କର୍ମଚାରୀଙ୍କୁ ବିଦେଶରୁ ଆଣି ଉଚ୍ଚ କୁଶଳୀ କ୍ଷେତ୍ରଗୁଡିକରେ ଆମେରିକୀୟ ବୃତ୍ତିଜୀବୀଙ୍କୁ ସାହାଯ୍ୟ କରିବା ପାଇଁ ସୃଷ୍ଟି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କମ୍ପାନୀଗୁଡିକ ନିଜ ଲାଭ ପାଇଁ କମ୍‌ ଦରମାରେ ଅର୍ଦ୍ଧକୁଶଳୀ କର୍ମଚାରୀଙ୍କୁ ନିଯୁକ୍ତି କରି ଆମେରିକୀୟ କୁଶଳୀ କର୍ମଚାରୀଙ୍କର ବିକଳ୍ପ ରୂପେ ବ୍ୟବହାର କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଲା। ଫଳ ସ୍ବରୂପ ପ୍ରବାସୀଙ୍କ ବିରୋଧରେ ଏକ ବାତାବରଣ ସୃଷ୍ଟି ହୋଇ କଠୋର ନିୟମ ଆଣିବାକୁ ସରକାରଙ୍କ ଉପରେ ଚାପ ସୃଷ୍ଟି ହେଲା।
ବିଷୟଟିକୁ ଆଲୋଚନା କଲେ ସ୍ପଷ୍ଟ ହୁଏ ଯେ ଏହା ଆମ ପାଇଁ ବାଧା ନୁହେଁ, ବରଂ ସୁଯୋଗର ଦ୍ୱାର ଖୋଲିଦେଇଛି। ଡଲାର-ଟଙ୍କାର ଉଚ୍ଚ ବିନିମୟ ମୂଲ୍ୟ ହିଁ ବିଦେଶୀ କମ୍ପାନୀଗୁଡିକ ଭାରତୀୟ ପ୍ରତିଭାଙ୍କୁ ଅଗ୍ରାଧିକାର ଦେବାର ପ୍ରକୃତ କାରଣ। ଏହି ଉଚ୍ଚ ବିନିମୟ ମୂଲ୍ୟ ଲୋଭରେ ଭାରତରୁ ଅନ୍ୟ ଦେଶକୁ ଚାଲିଯାଉଥିବା କୁଶଳୀମାନେ ପରୋକ୍ଷରେ ଅନ୍ୟ ଦେଶର ଆର୍ଥିକ, ସାମାଜିକ ତଥା ଉଦ୍ୟୋଗ ବିକାଶର କାରଣ ହେଉଛନ୍ତି। ଯଦି ବର୍ଦ୍ଧିତ ଭିଜା ଦେୟ ପାଇଁ ବିଦେଶୀ କମ୍ପାନୀମାନେ ଭାରତୀୟଙ୍କୁ ନିଯୁକ୍ତି ଦେବାକୁ ଅସମର୍ଥ ହେବେ, ତେବେ ପରୋକ୍ଷରେ ସେମାନେ ତାଙ୍କ କାମକୁ ଭାରତକୁ ଆଉଟସୋର୍ସିଂ କରିବାକୁ ବାଧ୍ୟ ହେବେ। କାରଣ ସୂଚନା ପ୍ରଯୁକ୍ତି ବିଦ୍ୟା ତଥା ଅନ୍ୟ ଟେକ୍ନୋଲୋଜି କ୍ଷେତ୍ରରେ ଭାରତୀୟ ପ୍ରତିଭାଙ୍କର କର୍ତ୍ତୃତ୍ୱ ବଜାୟ ରହିଛି। ବିଦେଶୀ କମ୍ପାନୀମାନଙ୍କ ପାଇଁ ଏହାର ବିକଳ୍ପ ନାହିଁ। ଭିଜା ଦେୟ ବଢ଼ିବାରୁ ଯୁକ୍ତରାଷ୍ଟ୍ର କମ୍ପାନୀମାନେ ପ୍ରଫେସନାଲକୁ ନେଇଯିବା ପରିବର୍ତ୍ତେ ଭାରତକୁ କାମ ଆଉଟସୋର୍ସ କରିବାକୁ ପସନ୍ଦ କରିବେ। ଏହା ସୂଚନା ପ୍ରଯୁକ୍ତି ସେବାକୁ ନେଇ ଭାରତର ପ୍ରଭାବକୁ ଆହୁରି ବିଶବ୍ୟାପୀ କରାଇବ। ଆଉଟସୋର୍ସିଂ ବଢ଼ିଲେ, ସେହି ପ୍ରତିଭା ଦେଶରେ ରହି ଭାରତର ଅର୍ଥନୀତିକୁ ଶକ୍ତିଶାଳୀ କରିପାରିବ। କୋଭିଡ-୧୯ ପରେ ରିମୋଟ ୱାର୍କ (ଘରୁ କାମ କରିବା ) ଏକ ସାଧାରଣ କଥାରେ ପରିଣତ ହୋଇଛି। ଭିଜାଦେୟ ବୃଦ୍ଧି ଏହାକୁ ଅଧିକ ଗତିଶୀଳ କରିବ ତଥା ଆଞ୍ଚଳିକ ବିକାଶ ପାଇଁ ବାଟ ଖୋଲିଦେବ। ଭାରତୀୟ ସହର ଏପରିକି ଗ୍ରାମାଞ୍ଚଳ ଗୁଡିକରେ ରହି ପ୍ରଫେସନାଲମାନେ ସିଲିକନ ଭ୍ୟାଲି ପାଇଁ କାମ କରିପାରିବେ। ଭାରତୀୟ ଷ୍ଟାର୍ଟଅପଗୁଡିକ ପାଇଁ ସୁବର୍ଣ୍ଣ ସମୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ଆଇ, ତଥ୍ୟ ବିଜ୍ଞାନ, ବ୍ଲକଚେନ, ଫିନଟେକ, ସାଇବର ନିରାପତ୍ତା ଭଳି ଉଦୀୟମାନ କ୍ଷେତ୍ରରେ ଭାରତୀୟ ଷ୍ଟାର୍ଟଅପ୍‌ଗୁଡିକ ବିଶ୍ୱସ୍ତରୀୟ କ୍ଲାଇଣ୍ଟ ପାଇବାର ସୁଯୋଗ ମିଳିବ। ଏହା ନୂତନ ଉଦ୍ୟମୀମାନଙ୍କ ପାଇଁ ସୁବର୍ଣ୍ଣ ଯୁଗ ଆଣିପାରେ।
ସୁଯୋଗକୁ ଚରିତାର୍ଥ କରିବା ପାଇଁ ଆମକୁ ଦକ୍ଷତା ବିକାଶ, ଛୋଟ ସହର ତଥା ଗ୍ରାମାଞ୍ଚଳ ଗୁଡିକରେ ସୂଚନା ପ୍ରଯୁକ୍ତି ଭିତ୍ତିଭୂମି ଉପଲବ୍ଧ କରାଇବା, ନବସୃଜନ ଷ୍ଟାର୍ଟଅପ ଅନୁକୂଳ ନୀତି ଓ ସରକାରୀ ପ୍ରୋତ୍ସାହନକୁ ପ୍ରାଥମିକତା ଦେବା ଆବଶ୍ୟକ। ଆମ ଉଚ୍ଚ କୁଶଳୀ ଯୁବପ୍ରତିଭା ଭାରତର ସବୁଠାରୁ ବଡ଼ ଶକ୍ତି। ଆତ୍ମନିର୍ଭର ଭାରତର ସ୍ଲୋଗାନକୁ ବାସ୍ତବତାର ରୂପ ଦେବା ପାଇଁ ଏହା କୃଷ୍ଟ ସମୟ। କୁଶଳୀ ଭାରତୀୟମାନେ ଏକ କୁଶଳ ତଥା ଆତ୍ମନିର୍ଭର ଭାରତ ନିର୍ମାଣରେ ଭାଗୀଦାରି ହେବା ଗୌରବର କଥା ନୁହେଁ କି ?
ବିଦେଶରେ ଭାରତୀୟମାନଙ୍କ ପ୍ରତି ଉଦ୍ଦେଶ୍ୟମୂଳକ ଭାବେ ଈର୍ଷା ଓ ହିଂସା ପ୍ରଦର୍ଶନର ଖବର ବ୍ୟାପକ ହେଉଛି। ମୋ ମତରେ ନିଜ ଦେଶରେ ରହି ନିଜକୁ ତଥା ନିଜ ପିଲାଙ୍କୁ ବିଶ୍ୱର ସର୍ବୋତ୍ତମ ସଂସ୍କୃତି ଭାରତୀୟ ସଂସ୍କୃତିରେ ଗଢିତୋଳିବା ଶ୍ରେୟସ୍କର ନୁହେଁ କି ? ଅଧିକ ଅର୍ଥ ଉପାର୍ଜନ ଲୋଭରେ ନିଜ ଦେଶ, ପରିବାର ଓ ସଂସ୍କୃତିର ପ୍ରତିକୂଳରେ ଯାଇ ନିଜକୁ ତଥା ନିଜର ଆଗାମୀ ପିଢ଼ିକୁ ଏକ ଅନିଶ୍ଚିତ ଦୁନିଆରେ ପ୍ରତିଷ୍ଠିତ କରାଇବାର ଆକାଂକ୍ଷା କେତେ ବୁଦ୍ଧିମତ୍ତା ତାହା ପୁନଃ ବିଶ୍ଳେଷଣ କରିବା ଉଚିତ ଯେତେବେଳେ ଆମ ଦେଶ ଭାରତ ନୂତନ ସୁଯୋଗର ଭୂମି ଭାବେ ଉଦୀୟମାନ ହୋଇ ସାରା ବିଶ୍ୱରୁ ଉଦ୍ୟୋଗପତିଙ୍କୁ ଭାରତରେ ନିବେଶ କରାଇବା ପାଇଁ ପ୍ରବର୍ତ୍ତାଇ ପାରୁଛି ସେତେବେଳେ ଅନ୍ୟ ଦେଶରେ ପ୍ରବାସୀ ବା ତୃତୀୟଶ୍ରେଣୀ ନାଗରିକ ହୋଇ ପ୍ରତି ମୁହୂର୍ତ୍ତରେ ଭୟ ଓ ଅନିଶ୍ଚିତତାକୁ ଆଲିଙ୍ଗନ କରିବାର ଆବଶ୍ୟକତା କ’ଣ? ତେଣୁ ମୁଁ ଆଉ ଥରେ କହିବି ଭିସା ଶୁଳ୍କ ବୃଦ୍ଧି ଭାରତୀୟ ଉଦ୍ୟୋଗ କ୍ଷେତ୍ର ପାଇଁ ବିପଦ ନୁହେଁ। ବରଂ ଏହା ଆମ ନିଜସ୍ବ ପ୍ରତିଭାକୁ ନୂତନ ସୁଯୋଗ ଦେଇ ବିଶ୍ୱକୁ ନେତୃତ୍ୱ ଦେବାର ରାସ୍ତା ଖୋଲିଛି।

ଡ. ଷ୍ଟାଲିନ ମିଶ୍ର
ସୂଚନା ପ୍ରଯୁକ୍ତିବିତ୍‌, ସିଙ୍ଗାପୁର
ମୋ:୯୩୪୩୯୩୫୩୪୧


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri