‘ନୂଆ-ଓ’ ବଜେଟ ରାଶି ୩୧୫ କୋଟିକୁ ବଢ଼ିଲା, କ୍ୟାବିନେଟ୍ ନିଷ୍ପତି

ଭୁବନେଶ୍ୱର,୨୩।୨(ଅନିଲ ଦାସ): ଯୁବ ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ‘ନୂଆ-ଓ’ ଯୁବ ସଶକ୍ତୀକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ‘ନୂଆ-ଓ’ ଜିଲା ଉତ୍ସବରେ ଛାତ୍ରୀଛାତ୍ରଙ୍କ ଅଂଶଗ୍ରହଣ ବଢ଼ାଇବା ଏବଂ ସେମାନଙ୍କ ପାଇଁ ‘ନୂଆ-ଓ’ ଛାତ୍ରବୃତ୍ତି ପ୍ରଦାନ ଲାଗି ବଜେଟ ପରିମାଣକୁ ୩୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ଯୁବବର୍ଗଙ୍କ ନିମନ୍ତେ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ, ‘ନୂଆ-ଓ’ ଜିଲା ଉତ୍ସବ ପାଳନ, ତଥା ଡିଜିଟାଲ ମଞ୍ଚକୁ ବ୍ୟବହାର କରି ବିଭିନ୍ନ ସୃଜନଶୀଳ ପ୍ରତିଯୋଗିତା ଆୟୋଜନ କରାଯାଉଅଛି।

ଏହି କାର୍ଯ୍ୟକ୍ରମରେ ଜିଲା ଏବଂ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥି ନିମନ୍ତେ ବଜେଟ ପରିମାଣକୁ ୩୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ନିଯୁକ୍ତି ଓ ସେବା ସର୍ତ୍ତାବଳୀ ପ୍ରଣାଳୀ) କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଇଁ ପଦୋନ୍ନତିମୂଳକ ବାଟ ଫିଟିଛି। ଓଡ଼ିଶା ଅଧସ୍ତନ ଅର୍ଥ ସେବା ନିୟମାବଳୀ-୧୯୮୮ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।

ସହାୟକ ବାଣିଜ୍ୟକର ଓ ଜିଏସ୍‌ଟି ଅଧିକାରୀଙ୍କ ଦ୍ବାରା ପାରିତ ହେବାକୁ ଥିବା ବିଭାଗୀୟ ପରୀକ୍ଷା ପାଇଁ ନିର୍ଦ୍ଧାରିତ ପାଠ୍ୟକ୍ରମରେ ସଂଶୋଧନ କରାଯାଇ ଜିଏସ୍‌ଟି ବ୍ୟବସ୍ଥା ଅଧୀନରେ କାର୍ଯ୍ୟ କରିବାକୁ ଥିବା ଅଧିକାରୀଙ୍କ ଜ୍ଞାନ ବୃଦ୍ଧି କରିବା ସକାଶେ ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ-୨୦୧୭ ଏବଂ ଏହା ଅଧୀନରେ ପ୍ରସ୍ତୁତ ନିୟମାବଳୀକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ। ଏହାବ୍ୟତୀତ ସେମାନଙ୍କ ଲାଗି ନିର୍ଦ୍ଧାରିତ ପାଠ୍ୟକ୍ରମରେ ଥିବା ଦ ଓଡ଼ିଶା ଭାଲ୍ୟୁ ଆଡେଡ ଟ୍ୟାକ୍ସ ଆକ୍ଟ-୨୦୦୪ ଏବଂ ଏହା ଅଧୀନରେ ପ୍ରସ୍ତୁତ ନିୟମାବଳୀରେ ଥିବା ‘ଓରିସା’ ଶବ୍ଦ ବଦଳରେ ‘ଓଡ଼ିଶା’ ଶବ୍ଦ ବ୍ୟବହାର କରାଯିବ। ଏଥିସହିିତ ଓଡ଼ିଶା ଅଧସ୍ତନ ଅର୍ଥ ସେବା (ବାଣିଜ୍ୟକର ଶାଖା) ନିଯୁକ୍ତି ଓ ସେବା ସର୍ତ୍ତ ନିୟମାବଳୀ, ୧୯୮୮ର ନିୟମ (୨) ର ଖଣ୍ଡ (କ)ରେ ଥିବା ‘ବାଣିଜ୍ୟ କର ଏବଂ ଜିଏସ୍‌ଟି କମିଶନର, ଓଡ଼ିଶା’ ନାମରେ ସଂଶୋଧନ କରି, ଯଦି ସେ ପ୍ରମୁଖ ସଚିବ ପାହ୍ୟାରେ ଥିବେ ତେବେ ‘ମୁଖ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି କମିଶନର, ଓଡ଼ିଶା’ କରିବାକୁ ପ୍ରସ୍ତାବ ଦିଆଯାଇଛି।

ଏଥିସହିତ ନିକଟରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ‘ଦ୍ୱାଦଶ ଫେଲ୍‌’ ପ୍ରଦର୍ଶନ ଉପରୁ ଟିକସ ଛାଡ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ବିଡିଏ, ସିଡିଏ ଏବଂ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଦ୍ୱାରା ନିୟମ ଅନୁସାରେ ଇଚ୍ଛାଧୀନ କୋଟାରେ ଏକକ ଆବଣ୍ଟିତ ମାମଲାକୁ ଟାସ୍କଫୋର୍ସ ରିପୋର୍ଟରୁ ବାଦ୍‌ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କୋରାପୁଟ ଜିଲା ସୁନାବେଡ଼ାଠାରେ ଅସ୍ଥାୟୀ ଭାବେ ବସବାସ କରୁଥିବା ୫୧୫ ଯୋଗ୍ୟ ପୂର୍ବ ପାକିସ୍ତାନ ଏବଂ ବର୍ମା ପ୍ରତ୍ୟାବର୍ତ୍ତନକାରୀ ବିସ୍ଥାପିତ ପରିବାରଙ୍କୁ ସ୍ଥାୟୀ ବାସଗୃହ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri