ବଜାରରେ ମେଡ୍‌ ଇନ୍‌ ଇଣ୍ଡିଆ ରେଞ୍ଜ ରୋଭର ମଡେଲ୍‌

ଭୁବନେଶ୍ୱର,୩୦।୫: ଅନ୍ତରାଷ୍ଟ୍ରୀୟ ଅଟୋ ବ୍ରାଣ୍ଡ ରେଞ୍ଜ ରୋଭର ନୂତନ ରେଞ୍ଜଗୁଡିକୁ ଘରୋଇ ବଜାରରେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ନିକଟରେ ମେଡ ଇନ ଇଣ୍ଡିଆ ରେଞ୍ଜ ରୋଭରର ଆକର୍ଷଣୀୟ ଟିଜର ରିଲିଜ ହୋଇଯାଇଛି। ଅପରପକ୍ଷରେ ରେଞ୍ଜ ରୋଭର ହାଉସ ଭାରତରେ ଏକ ସ୍ବତନ୍ତ୍ର ତଥା ଆଧୁନିକ ବିଳାସପୂର୍ଣ୍ଣ ଅଭିଜ୍ଞତା ସହିତ ପହଁଚିଛି। ଯାହା ଘରୋଇ ଅଞ୍ଚଳରେ ଆଶାୟୀ ଗ୍ରାହକଙ୍କ ଅଭିଳାଷକୁ ପୂରଣ କରିବା ପାଇଁ ପରିକଳ୍ପିତ ହୋଇଛି।

ଉଲ୍ଲେଖଯୋଗ୍ୟ, ରେଞ୍ଜ ରୋଭର ହାଉସ ଭାରତର ବିଳାସପୂର୍ଣ୍ଣ ଉପକୂଳବର୍ତି ସହର ଆଲିବାଗ ଠାରେ ଅନାବରଣ ସହ ଡେବ୍ୟୁ କରିଛି,ଯାହା ଭାରତୀୟ ବଜାର ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବ୍ରାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ସେହିଭଳି ରେଞ୍ଜ ରୋଭର ହାଉସ କ୍ରମାଗତ ଭାବେ ଘରୋଇ ବଜାରର ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ଦେଇ ଚମତ୍କାର ରେଞ୍ଜ ରୋଭର ଓ ଗତିଶୀଳ, ଆଧୁନିକ ପ୍ରଦର୍ଶନ ଏସୟୁଭି, ରେଞ୍ଜ ରୋଭର ସ୍ପୋର୍ଟ ପ୍ରଥମ ଥର ପୁନେରେ ଉପତ୍ାଦିତ ହେବ। ଏହି ପଦକ୍ଷେପ ଭାରତର ଗ୍ରାହକଙ୍କ ପାଇଁ ଏକ ଆଧୁନିକ ବିଳାସପୂର୍ଣ୍ଣ ଯାତ୍ରାକୁ ସୁନିଶ୍ଚିତ କରିବ। ଏପରିକି ସ୍ଥାନୀୟ ଭାବେ ରେଞ୍ଜ ରୋଭର ଓ ସ୍ପୋର୍ଟ ଉତ୍ପାଦନ କରୁଥିବା ଭାରତ ପ୍ରଥମ ଦେଶ ହେବ, ଯାହା ରେଞ୍ଚ ରୋଭର ଭେଲାର, ରେଞ୍ଜ ରୋଭର ଇଭୋକ, ଜାଗୁଆର ଏଫପେସ ଓ ଡିସକଭରୀ ସ୍ପୋର୍ଟ ଆଦିରେ ଯୋଗ ଦେବ। ଯାହା ପୁନେ ଠାରେ ପ୍ରତିଷ୍ଠିତ ହୋଇସାରିଛି। ଏହା ବ୍ୟତୀତ ଭାରତୀୟ ବଜାର ପାଇଁ ଉପତ୍ାଦନ ସହ ଅତିରିକ୍ତ ଭାବେ ବିଶ୍ୱସ୍ତରୀୟ ଉତ୍ପାଦନ ରେଞ୍ଜରେ ସୋଇିହଲ, ୟୁକେ ସହ ଯୋଗଦାନ କରିବ।

ଏ ସମ୍ପର୍କରେ ଜାଗୁଆର ଲ୍ୟାଣ୍ଡ ରୋଭର (ଜେଏଲଆର)ର ମୁଖ୍ୟ ବାଣିଜ୍ୟ ଅଧିକାରୀ ଲୋନାର୍ଡ ହୋର୍ନିକ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଭାରତ ସ୍ଥିର ଓ ଚମତ୍କାର ଅର୍ଥନୀତିକ ବୃଦ୍ଧି ହାସଲ କରିଛି ଓ ଭବିଷ୍ୟତରେ ଏହି ଅଭିବୃଦ୍ଧି ମଧ୍ୟ ଜାରି ରହିବ। ଫଳରେ ଏହା ଦ୍ୱାରା ଭାରତୀୟ ଗ୍ରାହକଙ୍କ ପାଇଁ ଉତ୍ପାଦ ଅଫରକୁ ଲୋକାଲାଇଜ କରିବାକୁ ସୁଯୋଗ ଆସିଛି। ଭାରତରେ ରେଞ୍ଜ ରୋଭର ଓ ରେଞ୍ଜ ରୋଭର ସ୍ପୋର୍ଟର ସ୍ଥାନୀୟ ଉତ୍ପାଦନ ହେଉଛି ବ୍ରାଣ୍ଡର ଆଗାମୀ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ମାର୍କେଟରେ ଗ୍ରାହକଙ୍କ ପାଇଁ ରେଞ୍ଜ ରୋଭର ବର୍ତମାନ ମେଡ ଇନ ଇଣ୍ଡିଆ ହେବ କିନ୍ତୁ ଏହାର ଆଦର୍ଶ ବ୍ରିଟିଶ ଡିଜାଇନରେ ନିର୍ମତ ହୋଇଛି ଓ ରୋଭର ବ୍ରାଣ୍ଡ ସହିତ ସମାନ୍ତରାଳ ବୋଲି ବ୍ରାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି। ରେଞ୍ଜ ରୋଭରର ପରିଚାଳନା ନିର୍ଦ୍ଦେଶକ ଜେରାଲଡାଇନ ଇନଘାମ କହିଛନ୍ତି, ଦୀର୍ଘ ୫୩ବର୍ଷର ଇତିହାସ ମଧ୍ୟରେ ରେଞ୍ଜ ରୋଭର ପାଇଁ ଗ୍ରାହକଙ୍କ ଚାହିଦା ସର୍ବୋଚ୍ଚ ସ୍ତରରେ ରହିଥିବା ଦେଖୁଛୁ। ଏହା ଏକ ଅଦୃଶ୍ୟ ସଫଳତାର କାହାଣୀ ଓ ଭାରତ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

Gold Rate: ଲକ୍ଷେ ତଳକୁ ଖସିଆସିବ ସୁନା ଦର? ବିଶେଷଜ୍ଞ କହିଦେଲେ ତାରିଖ!

ସୁନା ଦର ଲକ୍ଷେ ଟଙ୍କା ତଳକୁ ଖସିବ? ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ବଜାରରେ ଅସ୍ଥିରତା ରହିଥାଏ, ତେବେ ଆହୁରି ଟିକିଏ ହ୍ରାସ ହୋଇପାରେ। ତଥାପି, ହଠାତ୍…

ଦଶମ ପାସ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରେଳବାଇରେ ଆସିଲା ବମ୍ପର ନିଯୁକ୍ତି

ନୂଆଦିଲ୍ଲୀ,୨୧।୩: ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ହଜାର ହଜାର ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ସୁଯୋଗ ବିଶେଷ ଭାବରେ ଦଶମ ଶ୍ରେଣୀ ପାସ କରିଥିବା…

ଗ୍ରାହକଙ୍କୁ Zomatoର ବଡ଼ ଝଟ୍‌କା! ଏଲ୍‌ପିଜି ସଙ୍କଟ ପରେ ଏବେ ଅନଲାଇନ୍‌ରେ ଖାଇବା ମଗାଇବା ହେଲା ମହଙ୍ଗା, ଦେବାକୁ ହେବ…

ନୂଆଦିଲ୍ଲୀ,୨୦।୩:ସାଧାରଣ ଲୋକଙ୍କ ପକେଟ ଉପରେ ପୁଣି ଏକ ମହଙ୍ଗା ମାଡ଼ ହୋଇଛି। ଯଦି ଆପଣ ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri