ସ୍ତ୍ରୀଙ୍କ ଯକୃତରୁ ନୂଆ ଜୀବନ

କାମାକ୍ଷାନଗର, ୨୧।୨(ଡି.ଏନ.ଏ.): ବଦଳିଯାଉଛି ଦାମ୍ପତ୍ୟ ଜୀବନର ପରିଭାଷା। ଛୋଟ ଛୋଟ କଥା, ସାମାନ୍ୟ ମନୋମାଳିନ୍ୟରେ ଭାଙ୍ଗି ଯାଉଛି ପରିବାର। ବଢ଼ିଯାଉଛି ସ୍ତ୍ରୀ-ସ୍ବାମୀ ଭିତରେ ଦୂରତା। ହେଲେ ଏମିତି ବି ଅନେକେ ଅଛନ୍ତି, ଯେଉଁମାନେ ବିବାହ ସମୟରେ ଅଗ୍ନିକୁ ସାକ୍ଷୀ ରଖି ନେଇଥିବା ଶପଥକୁ ଜୀବନର ଜଟିଳ ପରିସ୍ଥିତିରେ ମଧ୍ୟ ଭୁଲନ୍ତି ନାହିଁ। ଏଭଳି ଜଣେ ମହିଳା ହେଲେ କାମାକ୍ଷାନଗର ଅଞ୍ଚଳର ବିଜୟଲକ୍ଷ୍ମୀ ବେହେରା। ସ୍ବାମୀଙ୍କୁ ନିଜର ଯକୃତ ଦାନ କରି ଦାମ୍ପତ୍ୟ ଜୀବନରେ ସେ ପାଲଟିଛନ୍ତି ଭିନ୍ନ ଉଦାହରଣ।

ବିବାହରେ ଯୋଡ଼ି ହୁଅନ୍ତି ଦୁଇଜଣ ମଣିଷ। ହୋମ ନିଅଁାକୁ ସାକ୍ଷୀ ରଖି ସାଥୀ ହୋଇ ଚାଲିବାର ପ୍ରତିଜ୍ଞା କରନ୍ତି ସେମାନେ। ହେଲେ ପରିବର୍ତ୍ତିତ ସମୟରେ ଅନେକେ ଏଥିରୁ ଓହରିଯାଆନ୍ତି। ଦୁର୍ବଳ ସମୟରେ ଭୁଲିଯାଆନ୍ତି ଜଣଙ୍କ ପ୍ରତି ଆଉ ଜଣଙ୍କ କର୍ତ୍ତବ୍ୟ। ହେଲେ ଜୀବନରେ ସୃଷ୍ଟି ହୋଇଥିବା ଝଡ଼ ଏବଂ କଠୋର ପରିସ୍ଥିତିରେ ହାତ ଛାଡ଼ନ୍ତି ନାହିଁ, ସେମାନେ ପାଲଟି ଯାଆନ୍ତି ଉଦାହରଣ। ଏଭଳି ଜଣେ ମହିଳା ହେଲେ ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳର ବିଜୟଲକ୍ଷ୍ମୀ ବେହେରା (୩୦)। ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ସ୍ବାମୀ ପୃଥ୍ବୀରାଜ ବେହେରା (୩୮)ଙ୍କୁ ନିଜର ୪୦ ପ୍ରତିଶତ ଯକୃତ ଦାନ କରି ସ୍ତ୍ରୀ ହେବାର କର୍ତ୍ତବ୍ୟ ନିଭାଇଛନ୍ତି ବିଜୟଲକ୍ଷ୍ମୀ।
୨୦୧୨ ଫେବୃୟାରୀରେ ଭୁବନ ବ୍ଲକ ଜମୁନାକୋଟ ଗ୍ରାମର ଧ୍ରୁବଚରଣ ବେହେରାଙ୍କ ପୁଅ ପୃଥ୍ବୀରାଜଙ୍କ ହାତ ଧରିଥିଲେ କାମାକ୍ଷାନଗର ବାସିନ୍ଦା ଲକ୍ଷ୍ମୀଧର ନାୟକଙ୍କ ଝିଅ ବିଜୟଲକ୍ଷ୍ମୀ। ପୃଥ୍ବୀରାଜ ପ୍ରଥମେ କୋଲକାତା ଏବଂ ପରେ ବଡବିଲରେ ଘରୋଇ ଖଣିରେ କାର୍ଯ୍ୟ କରି ଭଲ ରୋଜଗାର କରୁଥିଲେ। ଏକମାତ୍ର ପୁଅ ପ୍ରିନ୍ସ ବିଶ୍ୱଜିତ୍‌ଙ୍କୁ ନେଇ ଦୁହେଁ ବେଶ୍‌ ଖୁସିରେ ଥିବାବେଳେ ହଠାତ୍‌ ପରିବାର ଉପରକୁ ଘୋଟି ଆସିଲା ଦୁଃଖର କଳାବାଦଲ। ୨୦୧୯ ମେ ମାସରେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ ପୃଥ୍ବୀରାଜ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଏବଂ ବର୍ଷେ ଧରି ଚିକିତ୍ସା ସତ୍ତ୍ୱେ ସୁଫଳ ମିଳି ନ ଥିଲା। ୨୦୧୯ରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କରାଯାଇଥିବା ପରୀକ୍ଷଣରୁ ସେ କ୍ରିଟିକାଲ ଲିଭର ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଓଡ଼ିଶାରେ ଚିକିତ୍ସା ଫଳପ୍ରଦ ନ ହେବାରୁ ୨୦୨୦ ଜାନୁୟାରୀରେ ଦିଲ୍ଲୀର ଇନଷ୍ଟିଚ୍ୟୁଟ ଅଫ ଲିଭର ଓ ବାଓଲୋଜିକାଲ ସାଇନ୍ସରେ ଲିଭର ପ୍ରତିରୋପଣ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ କରୋନା ସାଜିଥିଲା ଏଥିରେ ବାଧକ। ଗାଇଡ୍‌ ଲାଇନ୍‌ କୋହଳ ପରେ ୨୦୨୦ ସେପ୍ଟେମ୍ବର ୭ରେ ବିଜୟଲକ୍ଷ୍ମୀ ସ୍ବାମୀଙ୍କୁ ଧରି ଦିଲ୍ଲୀ ଯାଇଥିଲେ। ସେଠାରେ ଡିସେମ୍ବର ୨୧ରେ ସଫଳତାର ସହ ଅସ୍ତ୍ରୋପଚାର ସରିଥିଲା। ବିଜୟଲକ୍ଷ୍ମୀଙ୍କ ୪୦% ଯକୃତ ପ୍ରତିରୋପଣ ହୋଇଥିଲା ପୃଥ୍ବୀରାଜଙ୍କ ଶରୀରରେ। ଫେବୃୟାରୀ ୧୪ ଭାଲେଣ୍ଟାଇନ୍ସ ଡେ’ରେ ଉଭୟେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏ ସଂକ୍ରାନ୍ତରେ ବିଜୟଲକ୍ଷ୍ମୀ କୁହନ୍ତି, ସ୍ବାମୀଙ୍କ ଚିକିତ୍ସାରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। କେବଳ ଡାକ୍ତରଖାନାର ଫି’ ଥିଲା ୧୫ ଲକ୍ଷ। ସ୍ବାମୀ ନୂତନ ଜୀବନ ପାଇଥିବାରୁ ଏଥିଲାଗି ସେ ଈଶ୍ୱରକୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ପୃଥ୍ବୀରାଜ କୁହନ୍ତି, ମଣିଷ ଜୀବନ ସବୁଠାରୁ ମୂଲ୍ୟବାନ। ସ୍ତ୍ରୀ ପାଇଁ ସେ ନୂଆ ଜୀବନ ପାଇଛନ୍ତି। ଏଭଳି କାର୍ଯ୍ୟ ପାଇଁ ଧନ୍ୟବାଦ ଦେଲେ ବିଜୟଲକ୍ଷ୍ମୀଙ୍କୁ ଅପମାନ ହେବ। କାରଣ ନୂଆ ଜୀବନ ସମ୍ପୂର୍ଣ୍ଣ ତାଙ୍କର ଅବଦାନ ବୋଲି ସେ କଥାଛଳରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri