ଜଙ୍ଗଲ ମାଫିଆଙ୍କ ଉପରେ ରହିବ କଡ଼ା ନଜର: ଦାୟିତ୍ୱ ଗ୍ରହଣ କରି ଚେତାବନୀ ଦେଲେ ନୂତନ ବନପାଳ

ପାଟଣା,୩୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଦୁଇଜଣ ବନପାଳଙ୍କ ବଦଳି ହୋଇଥିବା ବେଳେ ନୂତନ ଭାବେ ଦୁଇଜଣ ବନପାଳ ଯୋଗଦେଇଛନ୍ତି। ଏହି ଅବସରରେ ଶୁକ୍ରବାର ପାଟଣା ରେଞ୍ଜ କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ ପୂର୍ବତନ ବନପାଳଙ୍କୁ ବିଦାୟ ଏବଂ ନୂତନ ବନପାଳଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ଖିରେଇଟାଙ୍ଗିରିର ପୂର୍ବତନ ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଓ ପାଟଣାର ପୂର୍ବତନ ବନପାଳ ନିରଞ୍ଜନ ସେଠୀଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ ସେମାନଙ୍କୁ ବିଦାୟ ଦିଆଯାଇଥିଲା। ଅନ୍ୟପକ୍ଷରେ, ପାଟଣାରେ ନଗେନ୍ଦ୍ର କୁମାର ଜେନା ଏବଂ ଖିରେଇଟାଙ୍ଗିରିରେ ପିଅନ ନାଏକ ନୂତନ ବନପାଳ ଭାବେ ଯୋଗଦେଇଥିବାରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା।

ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସହକାରୀ ବନ ସଂରକ୍ଷକ ସୁଦୀପ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆର୍ତ୍ତତ୍ରାଣ ମିର୍ଦ୍ଧା ଓ ସାହାରପଡ଼ା ବନପାଳ ଶ୍ରୀମନ୍ତ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ପାଟଣା ରେଞ୍ଜର ବନରକ୍ଷୀ ରଞ୍ଜିତା ମହାନ୍ତ, ଜାଜ୍ଞସେନି ଗୋଛାୟତ, ଦୀପକ କୁମାର ରଣା, ରୂପଶ୍ରୀ ଖୁଣ୍ଟିଆ, ଲକ୍ଷ୍ମୀକାନ୍ତ ରାଉତ, ସାଗରିକା ବେଜ, ନିରୂପମା ମହାକୁଡ଼, ଅଶ୍ୱିନୀ କୁମାର ସାହୁ, ଝରଣାରାଣୀ ସାହୁ, ହୃଦାନନ୍ଦ ମହାନ୍ତି, ଡଲିରାଣୀ ସାହୁ, ସୁଜାତା ସାହୁ, ଦେବଜାନୀ ମହାନ୍ତ, ଅନନ୍ୟା ପ୍ରିୟଦର୍ଶିନୀ ନାୟକ ଏବଂ ଟିମ୍‌ ଲିଡର ରଣଜିତ ପଲେଇଙ୍କ ସମେତ ବହୁ ବନ କର୍ମଚାରୀ ଉପସ୍ଥିତ ଥିଲେ।

ନୂତନ ଭାବେ ଯୋଗଦେଇଥିବା ଦୁଇ ବନପାଳ ଜଙ୍ଗଲ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଅଞ୍ଚଳରେ ଚୋରା କାଠ ବ୍ୟବସାୟୀଙ୍କ ଉପରେ କଡ଼ା ନଜର ରଖାଯିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ।

Dharitri – Odisha’s No.1 Odia Daily

Share