ପରୀ ହତ୍ୟାକାଣ୍ଡ: ଫ୍ରକ୍‌ରେ ରହିଛି ସିମେନ୍‌ ଦାଗ, ଗ୍ରୁପ୍‌ ଚିହ୍ନଟ ହୋଇପାରୁନି

ନୟାଗଡ ଅଫିସ,୨୭ା୧୨: ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଉଦ୍ଧାର ହୋଇଥିବା ପରୀର ଫ୍ରକ୍‌ରେ ସିମେନ୍‌ର ଦାଗ ରହିଥିବା ଫରେନ୍‌ସିକ୍‌ ରିପୋର୍ଟରୁ ଜଣାପଡ଼ୁଛି। କିନ୍ତୁ ସେହି ସିମେନ୍‌ କାହାର ତାହା ଜଣାପଡ଼ୁନାହିଁ। କାରଣ ତାହା ଏଭଳି ନଷ୍ଟ ହୋଇଛି ଯେ, ଗ୍ରୁପିଂ ଚିହ୍ନଟ କରାଯାଇପାରୁନାହଁି। ସେହିଭଳି ଜବତ ଝୋଟ ଅଖାରେ ସିମେନ୍‌ କିମ୍ବା ବ୍ଲଡ ଚିହ୍ନଟ ହୋଇ ପାରୁ ନ ଥିବା ଫରେନ୍‌ସିକ୍‌ ରିପୋର୍ଟରେ ଉଲ୍ଲେଖ ରହିଛି। ଏଣୁ କୋର୍ଟରେ ଏହା ଗ୍ରହଣଯୋଗ୍ୟ ହେବକି ନାହିଁ ସନ୍ଦେହ ଉପୁଜିଛି। ବିଶେଷଜ୍ଞମାନଙ୍କ ମତରେ କୋର୍ଟରେ ପ୍ରମାଣ ନ ହୋଇ ପାରିଲେ ଅଭିଯୁକ୍ତ ଖସିଯିବେ। ପରୀ ଜୁଲାଇ ୧୪ରେ ନିଖୋଜ ହୋଇଥିଲା। ଜୁଲାଇ ୨୩ରେ ପରୀର ଘର ପଛ ପାଖ ପୋଖରୀ କୂଳରେ ଅଖା ଭିତରୁ କିଛି ହାଡ, ଏକ ଫ୍ରକ୍‌ ଜବତ ହୋଇଥିଲା। ନୟାଗଡ ସଦର ଥାନା ପୋଲିସ ଅଗଷ୍ଟ ୧୪ରେ ଜବତ ଖପୁରି, ହାଡ଼, ଦାନ୍ତକୁ ପରୀକ୍ଷଣ ପାଇଁ ପଠାଇଥିଲା। ଅଗଷ୍ଟ ୨୯ରେ ପୋଲିସ ଏସ୍‌ଏଫ୍‌ଏସ୍‌ଏଲ ଭୁବନେଶ୍ୱରକୁ ଏକ୍ସପର୍ଟ ଓପିନିୟନ ମାଗିଥିଲା। କିନ୍ତୁ ପୋଲିସ ପରୀର ଫ୍ରକ୍‌କୁ ପରୀକ୍ଷଣ ପାଇଁ ପଠାଇ ନ ଥିଲା। ପରୀର ମା’ବାପା ନଭେମ୍ବର ୨୪ରେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିବା ପରେ ୨୫ ନଭେମ୍ବରରେ ଫ୍ରକ୍‌କୁ ଫରେନସିକ୍‌ ଲାବରେଟୋରିକୁ ପଠାଇଥିଲା। ୯୫ ଦିନ ପର୍ଯ୍ୟନ୍ତ ପକାଇ ରଖିବା ଯୋଗୁ ପୋଲିସର କାର୍ଯ୍ୟ ସନ୍ଦେହ ଘେରକୁ ଆସିଥିଲା। ଡିସେମ୍ବର ୧ରେ ଏସ୍‌ଆଇଟି ତଦନ୍ତ ଆରମ୍ଭ କରିଥିଲା।

ସିବିଆଇ ତଦନ୍ତ ହେଉ: ଧର୍ମେନ୍ଦ୍ର
ପରୀ ହତ୍ୟାକାଣ୍ଡର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ଦାବି କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଏ ଘଟଣାରେ ରାଜ୍ୟ ସରକାର ନିଜ ଦୋଷ ଦୁର୍ବଳତା ନ ଲୁଚାଇବା ଉଚିତ। ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ହାଥରସ୍‌ ମାମଲାରେ ନିରପେକ୍ଷ ତଦନ୍ତ ଲାଗି ଯେଉଁଭଳି ସିବିଆଇ ହାତକୁ ଦାୟିତ୍ୱ ଟେକିଦେଲେ, ସେପରି କରାଯିବା ଦରକାର। ଅଭିଯୁକ୍ତ କଲେଜ ଛାତ୍ରକୁ ଏସ୍‌ଆଇଟି ଗିରଫ କରିଛି। କିନ୍ତୁ ଏସ୍‌ଆଇଟି ତଦନ୍ତରେ ପରୀର ମା’ବାପା ସନ୍ତୁଷ୍ଟ ନୁହନ୍ତି। ପରୀର ମା’ବାପାଙ୍କ କଥାକୁ ସମ୍ମାନ ଜଣାଇଲେ ପ୍ରକୃତ ହତ୍ୟାକାରୀ ଧରାପଡ଼ନ୍ତା ବୋଲି ଧର୍ମେନ୍ଦ୍ର କହିଛନ୍ତି। ସୂଚନାଥାଉ କି ପରୀ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଦେଉଥିବା ଏବଂ
ଏସ୍‌ଆଇଟି ଗପ କହି ଜଣେ ନିର୍ଦ୍ଦୋଷ ଛାତ୍ରକୁ ଫସାଇଥିବା ପରୀ ମା’ବାପା ଓ ଭାଜପା ପକ୍ଷରୁ ଅଭିଯୋଗ କରାଯାଉଛି। ଭାଜପା ପକ୍ଷରୁ ନୟାଗଡ଼ ଜିଲାପାଳଙ୍କ ଅଫିସ ସମ୍ମୁଖରେ ରିଲେ ଅନଶନ ଓ ରାଜ୍ୟ ସାରା ପଦଯାତ୍ରା ମାଧ୍ୟମରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି କରାଯାଇଛି। କିନ୍ତୁ ପରୀ ହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ନୀରବ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?