ପରୀ ହତ୍ୟାକାଣ୍ଡ: ଫ୍ରକ୍‌ରେ ରହିଛି ସିମେନ୍‌ ଦାଗ, ଗ୍ରୁପ୍‌ ଚିହ୍ନଟ ହୋଇପାରୁନି

ନୟାଗଡ ଅଫିସ,୨୭ା୧୨: ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଉଦ୍ଧାର ହୋଇଥିବା ପରୀର ଫ୍ରକ୍‌ରେ ସିମେନ୍‌ର ଦାଗ ରହିଥିବା ଫରେନ୍‌ସିକ୍‌ ରିପୋର୍ଟରୁ ଜଣାପଡ଼ୁଛି। କିନ୍ତୁ ସେହି ସିମେନ୍‌ କାହାର ତାହା ଜଣାପଡ଼ୁନାହିଁ। କାରଣ ତାହା ଏଭଳି ନଷ୍ଟ ହୋଇଛି ଯେ, ଗ୍ରୁପିଂ ଚିହ୍ନଟ କରାଯାଇପାରୁନାହଁି। ସେହିଭଳି ଜବତ ଝୋଟ ଅଖାରେ ସିମେନ୍‌ କିମ୍ବା ବ୍ଲଡ ଚିହ୍ନଟ ହୋଇ ପାରୁ ନ ଥିବା ଫରେନ୍‌ସିକ୍‌ ରିପୋର୍ଟରେ ଉଲ୍ଲେଖ ରହିଛି। ଏଣୁ କୋର୍ଟରେ ଏହା ଗ୍ରହଣଯୋଗ୍ୟ ହେବକି ନାହିଁ ସନ୍ଦେହ ଉପୁଜିଛି। ବିଶେଷଜ୍ଞମାନଙ୍କ ମତରେ କୋର୍ଟରେ ପ୍ରମାଣ ନ ହୋଇ ପାରିଲେ ଅଭିଯୁକ୍ତ ଖସିଯିବେ। ପରୀ ଜୁଲାଇ ୧୪ରେ ନିଖୋଜ ହୋଇଥିଲା। ଜୁଲାଇ ୨୩ରେ ପରୀର ଘର ପଛ ପାଖ ପୋଖରୀ କୂଳରେ ଅଖା ଭିତରୁ କିଛି ହାଡ, ଏକ ଫ୍ରକ୍‌ ଜବତ ହୋଇଥିଲା। ନୟାଗଡ ସଦର ଥାନା ପୋଲିସ ଅଗଷ୍ଟ ୧୪ରେ ଜବତ ଖପୁରି, ହାଡ଼, ଦାନ୍ତକୁ ପରୀକ୍ଷଣ ପାଇଁ ପଠାଇଥିଲା। ଅଗଷ୍ଟ ୨୯ରେ ପୋଲିସ ଏସ୍‌ଏଫ୍‌ଏସ୍‌ଏଲ ଭୁବନେଶ୍ୱରକୁ ଏକ୍ସପର୍ଟ ଓପିନିୟନ ମାଗିଥିଲା। କିନ୍ତୁ ପୋଲିସ ପରୀର ଫ୍ରକ୍‌କୁ ପରୀକ୍ଷଣ ପାଇଁ ପଠାଇ ନ ଥିଲା। ପରୀର ମା’ବାପା ନଭେମ୍ବର ୨୪ରେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିବା ପରେ ୨୫ ନଭେମ୍ବରରେ ଫ୍ରକ୍‌କୁ ଫରେନସିକ୍‌ ଲାବରେଟୋରିକୁ ପଠାଇଥିଲା। ୯୫ ଦିନ ପର୍ଯ୍ୟନ୍ତ ପକାଇ ରଖିବା ଯୋଗୁ ପୋଲିସର କାର୍ଯ୍ୟ ସନ୍ଦେହ ଘେରକୁ ଆସିଥିଲା। ଡିସେମ୍ବର ୧ରେ ଏସ୍‌ଆଇଟି ତଦନ୍ତ ଆରମ୍ଭ କରିଥିଲା।

ସିବିଆଇ ତଦନ୍ତ ହେଉ: ଧର୍ମେନ୍ଦ୍ର
ପରୀ ହତ୍ୟାକାଣ୍ଡର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ଦାବି କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଏ ଘଟଣାରେ ରାଜ୍ୟ ସରକାର ନିଜ ଦୋଷ ଦୁର୍ବଳତା ନ ଲୁଚାଇବା ଉଚିତ। ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ହାଥରସ୍‌ ମାମଲାରେ ନିରପେକ୍ଷ ତଦନ୍ତ ଲାଗି ଯେଉଁଭଳି ସିବିଆଇ ହାତକୁ ଦାୟିତ୍ୱ ଟେକିଦେଲେ, ସେପରି କରାଯିବା ଦରକାର। ଅଭିଯୁକ୍ତ କଲେଜ ଛାତ୍ରକୁ ଏସ୍‌ଆଇଟି ଗିରଫ କରିଛି। କିନ୍ତୁ ଏସ୍‌ଆଇଟି ତଦନ୍ତରେ ପରୀର ମା’ବାପା ସନ୍ତୁଷ୍ଟ ନୁହନ୍ତି। ପରୀର ମା’ବାପାଙ୍କ କଥାକୁ ସମ୍ମାନ ଜଣାଇଲେ ପ୍ରକୃତ ହତ୍ୟାକାରୀ ଧରାପଡ଼ନ୍ତା ବୋଲି ଧର୍ମେନ୍ଦ୍ର କହିଛନ୍ତି। ସୂଚନାଥାଉ କି ପରୀ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଦେଉଥିବା ଏବଂ
ଏସ୍‌ଆଇଟି ଗପ କହି ଜଣେ ନିର୍ଦ୍ଦୋଷ ଛାତ୍ରକୁ ଫସାଇଥିବା ପରୀ ମା’ବାପା ଓ ଭାଜପା ପକ୍ଷରୁ ଅଭିଯୋଗ କରାଯାଉଛି। ଭାଜପା ପକ୍ଷରୁ ନୟାଗଡ଼ ଜିଲାପାଳଙ୍କ ଅଫିସ ସମ୍ମୁଖରେ ରିଲେ ଅନଶନ ଓ ରାଜ୍ୟ ସାରା ପଦଯାତ୍ରା ମାଧ୍ୟମରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି କରାଯାଇଛି। କିନ୍ତୁ ପରୀ ହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ନୀରବ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri