ଉଭା ହୋଇପାରନ୍ତି ନୂଆ ମୁହଁ

ଯାଜପୁର,୨୨ା୭(ହର୍ଷବର୍ଦ୍ଧନ ବେହେରା): ୨୦୦୦ ମସିହାରୁ ଯାଜପୁର ଲୋକ ସଭା ଓ ୨୦୦୯ରୁ ସମସ୍ତ ବିଧାନସଭା ଆସନକୁ ବିଜେଡି ଅକ୍ତିଆର କରିଆସୁଛି। କିନ୍ତୁ ୨୦୧୪ରେ ଯାଜପୁର ସଂସଦୀୟ କ୍ଷେତ୍ରରେ ବିଜେଡି ୫୫.୭୮ ପ୍ରତିଶତ ଭୋଟ ପାଇଥିଲାବେଳେ ୨୦୧୯ରେ ୪୯.୮୧ ପ୍ରତିଶତକୁ ଖସିଥିଲା। ଭାଜପା ୧୫.୫୩ ପ୍ରତିଶତରୁ ୪୦.୫ ପ୍ରତିଶତକୁ ଲମ୍ପ ମାରିଥିଲା। କଂଗ୍ରେସ ୨୨.୭୭ ପ୍ରତିଶତରୁ ୮.୩୯ ପ୍ରତିଶତରେ ସୀମିତ ରହିଥିଲା। ଜିଲାର ବଡ଼ଚଣା ଓ ବରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ବିଜୟ ବ୍ୟବଧାନ ଯଥାକ୍ରମେ ୧୪୮୫ ଓ ୪୨୦୫ ରହିଥିଲା। ଏହା ଜିଲାର ରାଜନୈତିକ ସମୀକରଣକୁ ଓଲଟପାଲଟ କରିଥିଲା। ଏହିକ୍ରମରେ ବଡ଼ଚଣାରେ ଏଥର ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବିଜେଡି ପ୍ରାର୍ଥୀ କରିବ କି ନାହିଁ ସେ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ସଂଶୟ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ମହାପାତ୍ର(ଲାଲୁ) ଗତ କିଛି ମାସ ହେଲା କଂଗ୍ରେସର ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଭାଜପା ନେତା ଅମର ନାୟକ ଗତ ନିର୍ବାଚନରେ ୬୨,୫୯୯ ଭୋଟ ଅକ୍ତିଆର କରି କଡ଼ା ମୁକାବିଲା କରିଥିଲେ ହେଁ ଏହି ୫ ବର୍ଷରେ ଲୋକଙ୍କ ନିକଟତର ହେବାରେ ବିଫଳ ହୋଇଥିବା କୁହାଯାଉଛି। ଏଭଳିସ୍ଥିତିରେ ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନରେ ୩ ପ୍ରମୁଖ ଦଳର ପ୍ରାର୍ଥୀଭାବେ ନୂଆମୁହଁ ଦେଖିତ୍ବାକୁ ଚର୍ଚ୍ଚା ହେଉଛି।
ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ନେତା ନବକୃଷ୍ଣ ଚୌଧୁରୀ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ଜାତୀୟ କଂଗ୍ରେସରୁ ଚୌଧୁରୀ ୧୨,୭୯୫ ଭୋଟ ପାଇ ବିଜୟୀ ହୋଇଥିଲାବେଳେ ସ୍ବାଧୀନ ଭାବେ ଜଗନ୍ନାଥ ଦାଶ ୫୦୮୯ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏହି ଦୃଷ୍ଟିରୁ ଯାଜପୁର ଜିଲାର ଏକ ସ୍ବତନ୍ତ୍ର ବ୍ଲକକୁ ନେଇ ଗଠିତ ବଡ଼ଚଣା ନିର୍ବାଚନ ମଣ୍ଡଳୀ ରାଜ୍ୟ ରାଜନୀତିରେ ପ୍ରମୁଖ ସ୍ଥାନ ଅଧିକାର କରିଛି। ଏହି ନିର୍ବାଚନ ମଣ୍ଡଳୀରେ ୧୯୮୦ ମସିହା ଠାରୁ କଂଗ୍ରେସ ୧୫ ବର୍ଷ ଏବଂ ଜନତା ଦଳ, ବିଜେଡି ଓ ଏନସିପି ମିଳିତ ଭାବେ ୨୫ ବର୍ଷ ଧରି ସଫଳତା ପାଇଛନ୍ତି। କିନ୍ତୁ ଏହି ନିର୍ବାଚନ ମଣ୍ଡଳୀରେ ଅନେକ ଅସମାହିତ ସମସ୍ୟା ରହିଥିବାବେଳେ ଗତ ଏକ ଦଶନ୍ଧି ମଧ୍ୟରେ ଅନେକ ଦୁର୍ନୀତି ଓ ଆପରାଧିକ ଲିଙ୍କ୍‌ ଭୋଟରଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି।
୧୯୮୦ରୁ ବଡଚଣା ନିର୍ବାଚନ ମଣ୍ଡଳୀର ଫଳାଫଳକୁ ଅବଲୋକନ କଲେ କଂଗ୍ରେସରୁ ସୀତାକାନ୍ତ ମହାପାତ୍ର ଓ ବିଜେଡିରୁ ଅମରପ୍ରସାଦ ଶତପଥୀ ଜିତି ଆସିଛନ୍ତି। ଇତି ମଧ୍ୟରେ ତୃତୀୟ ନେତାଙ୍କ ଆବିର୍ଭାବ ହୋଇ ପାରିନାହିଁିଁ। ୧୯୮୦-୮୫, ୧୯୮୫-୯୦ ଓ ୨୦୦୪-୦୯ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତା ମହାପାତ୍ର ବିଜୟୀ ହୋଇଛନ୍ତି। ସେହିପରି ଜନତା ଦଳରୁ ୧୯୯୦-୯୫ ଓ ୧୯୯୫-୨୦୦୦, ଏନସିପିରୁ ୨୦୦୯-୧୪ ଏବଂ ବିଜେଡିରୁ ୨୦୦୦-୦୪ ଓ ୨୦୧୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶତପଥୀ ବିଜୟୀ ହୋଇଛନ୍ତି। ଏହିକ୍ରମରେ ୨୦୧୯ରେ ଭାଜପାର ଅମର ନାୟକ କଡା ମୁକାବିଲା କରିଥିଲେ। ହେଲେ କେତେକ ତ୍ରୁଟି ଯୋଗୁ ବହୁତ କମ୍‌ ଭୋଟରେ ପରାଜିତ ହୋଇଥିଲେ ହେଁ ସେହି ଜନମତକୁ ଆଜିଯାଏ ନିଜ ମୁଣିରେ ସାଇତି ରଖି ପାରି ନଥିବା କୁହାଯାଉଛି। ଏବେ ବିଜେଡିରୁ ବିଧାୟକ ଶତପଥୀ ଏବଂ ଜନ୍ମେଜୟ ଲେଙ୍କା ଟିକେଟ ପାଇଁ ଲବି କରିବେ ବୋଲି ଜଣାପଡିଛି। ୨୦୧୯ରେ ସୀତାକାନ୍ତ ମହାପାତ୍ର କଂଗ୍ରେସ ଟିକେଟ ଫେରାଇ ଦେବା ପରେ ଅଜୟ ସାମଲଙ୍କୁ ବିଧାୟକ ପ୍ରାର୍ଥୀ କରାଯାଇଥିଲା। ହେଲେ ସେ ପ୍ରାୟ ୫ ହଜାର ଭୋଟ ପାଇଥିଲେ। ଏବେ ରାଜନାରାୟଣ କଂଗ୍ରେସର ସମସ୍ତ ପୁରୁଖା ନେତାଙ୍କୁ ଏକଜୁଟ କରିବା ସମେତ ବିଜେଡି ଓ ଭାଜପାରୁ ବହୁ ନେତାଙ୍କୁ ଆଣିବାରେ ସଫଳ ହୋଇପାରିଛନ୍ତି। ଗତ ଫେବୃୟାରୀ ୧୫ରେ ବ୍ଲକ ଘେରାଉ କରି ପ୍ରାୟ ୧୫ହଜାର ଲୋକଙ୍କୁ ଏକଜୁଟ କରି ବଡଚଣା ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମନେ ହେଉଛି। ଏହିକ୍ରମରେ ବିଜେଡି ଓ ଭାଜପା ନେତାଙ୍କ ଆଖି ରାଜନାରାୟଣଙ୍କ ଉପରେ ରହିଛି। ତେବେ କଂଗ୍ରେସର ରାଜ୍ୟ ସ୍ଥିତିକୁ ଦେଖି ରାଜନାରାୟଣ ଭାଜପା କିମ୍ବା ବିଜେଡି ମୁହଁା ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି। ଅପରପକ୍ଷେ ବିଜେଡି ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନା ସହ ସାଂଗଠନିକ ସ୍ଥିତିକୁ ଆହୁରି ମଜଭୁତ କରିବାରେ ସଫଳ ହେଉଥିବା ବିଜେଡି ନେତାମାନେ ଦାବି କରୁଛନ୍ତି। ବିଧାୟକ ଅମର କିମ୍ବା ତାଙ୍କ ପୁଅ ଟିକେଟ ଦୌଡ଼ରେ ରହିଛନ୍ତି। ଏହାବାଦ ରାଜ୍ୟ ବିଜେଡି ସମ୍ପାଦକ ଜନ୍ମେଜୟ ଲେଙ୍କା ମଧ୍ୟ ଟିକେଟ ପାଇଁ ଲବି କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri