ଏନ୍‌ଆଇପିଏଲ୍‌ର ସ୍ବତନ୍ତ୍ର ପ୍ରଦର୍ଶନୀ

ଭୁବନେଶ୍ୱର,୨୨।୭: ନିକନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ (ଏନ୍‌ଆଇପିଏଲ୍‌)ର ନୂତନ ଉତ୍ପାଦ ‘ନିକନ୍‌ ଜେଡ୍‌-୮’ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ହୋଟେଲ ଆଇଟିସି ୱେଲକମ୍‌ ପରିସରରେ ଏକ ସ୍ବତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଉକ୍ତ ପ୍ରଦଶନୀରେ ନିକନ୍‌ର ସର୍ବଶ୍ରେଷ୍ଠ ମିରର ଲେସ୍‌ ଇମେଜିଂ ମାଷ୍ଟରପିସ୍‌ ନିକନ୍‌ ଜେଡ୍‌-୮ ସହ ଅନ୍ୟ ମଡେଲଗୁଡିକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା। ବିଶେଷକରି ମଡେଲଗୁଡିକର ଚମତ୍କାରିତା, ପୋର୍ଟେବିଲିଟି, ବହୁମୁଖିତା ଏବଂ ଶ୍ରେଷ୍ଠ-ଶ୍ରେଣୀର ଏଆଇ-ସକ୍ଷମ ବୈଶିଷ୍ଟ୍ୟଗୁଡିକର ଫ୍ୟୁଜନ ଇମେଜିଂ ଲ୍ୟାଣ୍ଡସ୍କେପ୍‌କୁ ଏକ ନୂତନ ସ୍ତରକୁ ନେବାକୁ କମ୍ପାନୀ ପକ୍ଷରୁ ପ୍ରୟାସ କରାଯାଇଛି। ଇମେଜିଂ ମାଷ୍ଟରପିସ୍‌ ନିକନ୍‌ ଜେଡ୍‌-୮ର ଅସାଧାରଣ ଇମେଜିଂ କାର୍ଯ୍ୟଦକ୍ଷତା, ପ୍ରଶଂସନୀୟ ସୁସଙ୍ଗତତା ଏବଂ ହାଇ-ସ୍ପିଡ୍‌ ଫ୍ରେମ କ୍ୟାପ୍‌ଚର ବୈଶିଷ୍ଟ୍ୟରେ ସମ୍ପୂର୍ଣ୍ଣ ରୂପେ ଏହା ପ୍ରତିଫଳିତ ହୋଇଛି। ପାୱାର ହାଉସ ନିକନ୍‌ ଜେଡ୍‌-୮ ଭିଡିଓ ୪କେ ୟୁଏଚ୍‌ଡି-୬୦ପି୨ରେ ୧୨୫ ମିନିଟ୍‌ ପର୍ଯ୍ୟନ୍ତ ଏବଂ ପ୍ରାୟ ୯୦ମିନିଟ୍‌ ପର୍ଯ୍ୟନ୍ତ ୮କେ ୟୁଏଚ୍‌ଡି-୩୦ପି୩ରେ ରେକର୍ଡିଂ କରିପାରିବ। ନିକନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ସଜନ କୁମାର କହିଛନ୍ତି, ନିକନ୍‌ ଜେଡ୍‌-୮ କ୍ୟାମେରାରେ ଟପ୍‌-ନଚ୍‌ ୧୨ ବିଟ୍‌ ଆଭ୍ୟନ୍ତରୀଣ ୮କେ ଭିଡିଓ ରେକର୍ଡିଂ ଏବଂ ୧୨୦ ଏଫ୍‌ପିଏସ୍‌ ଦ୍ରୁତ ସ୍ପିଡ୍‌ ତଥା ସବୁଠାରୁ ଉନ୍ନତ ଅଟୋ ଏପରିକି ଏହାର ଫୋକସ ସିଷ୍ଟମ ଓ ବୈଶିଷ୍ଟ୍ୟ ସହିତ ଉକ୍ତ ହାଇବ୍ରିଡ୍‌ କ୍ୟାମେରାର କମ୍ପାକ୍ଟନେସ ଏବଂ ପୋର୍ଟେବିଲିଟି ସୁବିଧା ମଧ୍ୟ ରହିଛି। ଯେକୌଣସି ସମୟରେ ଏବଂ ଯେ କୌଣସିଠାରେ ଏହା ୧୦-ବିଟ୍‌ ଷ୍ଟିଲ୍‌ ଇମେଜ, ହାଇ-ରେସ୍‌ ଜୁମ୍‌, ସ୍କିନ୍‌ ସଫ୍ଟନିଂ, ପୋଟ୍ରେଟ ଇମ୍ପ୍ରେଶନ ବାଲାନ୍ସ ଆଦି ରହିଛି। ଏଥିରେ ନୂତନ ଏଚ୍‌ଏଲ୍‌ଜି (ଏଚ୍‌ଇଆଇଏଫ୍‌) ଫର୍ମାଟ ଭଳି ଆକର୍ଷଣୀୟ ବୈଶିଷ୍ଟ୍ୟ ସମେତ ଅଟୋ-ଫୋକସ ପାଇଁ ଇମ୍ପ୍ରେଶନ ସନ୍ତୁଳନ ଏବଂ ଉନ୍ନତ ଏଆଇ-ଆଲଗରିଦମ୍‌ ନିକନ୍‌ ଜେଡ୍‌-୮ ଆଦି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ

ଭୁବନେଶ୍ୱର,୬।୫: ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ...

ଆଇଡିବିଆଇର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୬।୫: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ...

କଟକରେ ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ: ଉଦଘାଟନ କରିବେ ରବିନା ଟଣ୍ଡନ, ଅର୍ଚ୍ଚିତା

ଭୁବନେଶ୍ୱର,୬।୫( (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ କଟକର କ୍ୟାଣ୍ଟନମେଣ୍ଟ ଛକଠାରେ ଖୋଲିବାକୁ ଯାଉଛି। ଏପରିକି ଆଜି...

ଏପ୍ରିଲ୍‌ରେ ୫,୪୧,୯୪୬ ୟୁନିଟ ଗାଡ଼ି ବିକ୍ରି

ଭୁବନେଶ୍ୱର,୬।୫: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ର ମାସିକ ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଚଳିତ ଆର୍ଥିକ...

ବଜାରରେ ବାଗୀର ନୂତନ ଉତ୍ପାଦ

ଭୁବନେଶ୍ୱର,୬।୫: ବଜାଜ୍‌ ଆଲିଆଞ୍ଜ୍‌ ଜେନେରାଲ ଇନ୍‌ସ୍ୟୁରାନ୍ସ (ବିଏଜିଆଇ ବା ବାଗୀ)ର ନୂତନ ଉତ୍ପାଦ ‘ପ୍ରିଭେ’ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି କମ୍ପାନୀ ଏକ ବର୍ଦ୍ଧିତ ଏବଂ...

ଦେଶରେ ଦୈନିକ ଖୋଲୁଛି ୫୦୦ରୁ ଅଧିକ କମ୍ପାନୀ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଦେଶରେ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଲୋକମାନେ ଚାକିରି ଖୋଜିବା ପରିବର୍ତ୍ତେ କିପରି ନିଯୁକ୍ତି ପ୍ରଦାନ କରିପାରିବେ ସେ ଦିଗ ପ୍ରତି ଗୁରୁତ୍ୱ...

ପେଟିଏମ୍‌କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୫।୫ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ପରେ ପେଟିଏମକୁ ଆଉ ଏକ ଝଟ୍‌କା ଲାଗିଛି। କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri