ହିମାଚଳର ନୂଆ ଚେହେରା

– ଜିତେନ୍ଦ୍ର କୁମାର ନାୟକ

 

ଭାଜପା ନେତା ଅମିତ ଶାହା ୨୦୧୭ରେ ଅନୁଷ୍ଠିତ ହିମାଚଳ ପ୍ରଦେଶ ନିର୍ବାଚନ ପ୍ରଚାର ବେଳେ କହିଥିଲେ ଯେ କଂଗ୍ରେସ ପାର୍ଟି ହେଉଛି ରାଜା ଓ ରାଣୀଙ୍କର। ଏଠାରେ ରାଜୁତି କରୁଥିବା ପ୍ରାର୍ଥୀଙ୍କ ବ୍ୟତୀତ ଆଉ କେହି ଆଗକୁ ଯାଇ ବଡ଼ ପଦବୀ ପାଇପାରିବେ ନାହିଁ। ଶାହାଙ୍କ ମନ୍ତବ୍ୟ ୨୦୨୨ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପରେ ବଦଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପରଲୋକର ଦେଢ଼ବର୍ଷ ପରେ ଅନୁଷ୍ଠିତ ନିର୍ବାଚନରେ ଏବେ କଂଗ୍ରେସ ସେଠାରେ କ୍ଷମତାକୁ ଫେରିପାରିଛି। ସମଗ୍ର ଦେଶରେ ଦୁର୍ବଳ ଥିବା ଏହି ଜାତୀୟ ଦଳ ହିମାଚଳରେ ରାଜାଙ୍କ ଅବର୍ତ୍ତମାନରେ ସଫଳତା ପାଇବା ନିଶ୍ଚିତ ଭାବେ ଏକ ଦୃଢ଼ ନେତୃତ୍ୱ ଯୋଗୁ ସମ୍ଭବ ହୋଇଛି ବୋଲି କୁହାଯାଉଛି। ଆଉ ସେହି ଅଗ୍ରଦୂତ ହେଉଛନ୍ତି ସୁଖବିନ୍ଦର ସିଂ ସୁଖୁ। ବ୍ୟବସ୍ଥିତ ଭାବେ ପାର୍ଟିକୁ ସଙ୍ଗଠିତ କରି ଭାଜପାକୁ କ୍ଷମତାରୁ ହଟାଇପାରି ଥିବାରୁ ତାଙ୍କୁ ବିଧାୟକ ଦଳ ନେତା ଚୟନ କରାଯାଇଛି। ୧୧ ଡିସେମ୍ବର ୨୦୨୨ରେ ସେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ହାଇକମାଣ୍ଡ୍‌ଙ୍କଠାରୁ ସବୁଜ ସଙ୍କେତ ମିଳିବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି। ଏଥିସହିତ ସୁଖୁ ଜଣାଇଦେଲେ ଯେ ରାଜ ପରିବାରରୁ ଆସି ନ ଥିଲେ ମଧ୍ୟ ସେ ଦକ୍ଷତା ବଳରେ ନେତୃତ୍ୱ ନେବା ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ।
ସୁଖୁ ୨୭ ମାର୍ଚ୍ଚ ୧୯୬୪ରେ ହିମାଚଳ ପ୍ରଦେଶର ନାଦାଉନ୍‌ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ରସିଲ ସିଂ ଟ୍ରାନ୍ସପୋର୍ଟ କର୍ପୋରେଶନର ଡ୍ରାଇଭର ଥିଲେ। ସୁଖୁ ପିଲାଟି ବେଳେ ଛୋଟା ଶିମ୍‌ଲାରେ ଏକ କ୍ଷୀର କାଉଣ୍ଟର ଚଳାଉଥିଲେ। ଶିମ୍‌ଲାର କାସୁମ୍‌ପ୍ତିସ୍ଥିତ ସରକାରୀ ହାଇସ୍କୁଲରୁ ସେ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ସାଞ୍ଜୌଲିର ସରକାରୀ ଡିଗ୍ରୀ କଲେଜରୁ ସେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଶିମ୍‌ଲାସ୍ଥିତ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ସୁଖୁ ଆଇନରେ ମଧ୍ୟ ସ୍ନାତକ କରିଥିଲେ। ଛାତ୍ରାବସ୍ଥାରୁ ସେ ରାଜନୀତି ପ୍ରତି ଆକର୍ଷିତ ହୋଇଥିଲେ। ସେ କଂଗ୍ରେସ ସମର୍ଥିତ ନ୍ୟାଶନାଲ ଷ୍ଟୁଡେଣ୍ଟସ ୟୁନିୟନ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ୟୁଆଇ)ର ରାଜ୍ୟ ଶାଖା ସାଧାରଣ ସମ୍ପାଦକ ଓ ପରବର୍ତ୍ତୀ ସମୟରେ ଏହାର ସଭାପତି ହୋଇଥିଲେ। ତେବେ ତୃଣମୂଳସ୍ତରରେ ପାର୍ଟି ପାଇଁ କାର୍ଯ୍ୟ କରିବାରୁ ବରିଷ୍ଠ ନେତାଙ୍କ ନଜରକୁ ଆସିଥିଲେ। ୨୦୦୩ରେ ବିଧାନସଭା ଯିବାକୁ ତାଙ୍କୁ ପ୍ରଥମେ ସୁଯୋଗ ମିଳିବାରୁ ସେ ନାଦାଉନ୍‌ ଆସନରୁ ନିର୍ବାଚନ ଲଢ଼ି ସଫଳତା ହାସଲ କରିଥିଲେ। ୨୦୦୭ରେ ମଧ୍ୟ ସେହି ସିଟ୍‌ ଅକ୍ତିଆର କରିଥିଲେ। କିନ୍ତୁ ୨୦୧୨ରେ ସେ ହାରିଯାଇଥିଲେ। ପୁନଶ୍ଚ ୨୦୧୭ରେ ସେ ବିଧାନସଭାକୁ ଯାଇଥିବା ବେଳେ ୨୦୨୨ରେ ବିଜୟଲାଭ କରି ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ପାର୍ଟି ପାଇଁ ନିଷ୍ଠା ରଖି କାର୍ଯ୍ୟ କରିଥିବାରୁ ସେ ରେକର୍ଡ ୬ ବର୍ଷ ସକାଶେ ୨୦୧୩ରୁ ୨୦୧୯ ଯାଏ ହିମାଚଳ ପ୍ରଦେଶର କଂଗ୍ରେସ ରାଜ୍ୟ ଶାଖାର ସଭାପତି ହୋଇଥିଲେ। ତେବେ ରାଜନୀତିରେ ତାଙ୍କ ଉତ୍ଥାନକୁ ୬ ଥର ମୁଖ୍ୟମନ୍ତ୍ରୀ ରହିଥିବା ବୀରଭଦ୍ର ସିଂ ସହ୍ୟ କରିପାରି ନ ଥିଲେ। ସେଥିପାଇଁ ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଥିଲା। ୨୦୨୧ ଜୁଲାଇରେ ବୀରଭଦ୍ରଙ୍କ ଦେହାନ୍ତ ପରେ ହିମାଚଳ ପ୍ରଦେଶ କଂଗ୍ରେସ ରାଜନୀତିରେ ରାଜ ପରିବାରର ଖାଦି ବଜାୟ ରଖିବା ଲାଗି ଉଦ୍ୟମ ହୋଇଥିଲା। ଏପରି କି ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ବୀରଭଦ୍ରଙ୍କ ସ୍ତ୍ରୀ ପ୍ରତିଭା ସିଂ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଜୋର ଚର୍ଚ୍ଚା ହୋଇଥିଲା। ହେଲେ ଶେଷ ମୁହୂର୍ତ୍ତରେ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ ପୁରୁଣା ଭୁଲ୍‌ କରିବାକୁ ଚାହିଁ ନ ଥିଲା। ପରିବାରବାଦ ଓ ରାଜ ପରିବାର ନିନ୍ଦା ମୁଣ୍ଡାଇ ଆସିଥିବା ଏହି ଦଳ ତୃଣମୂଳ ସ୍ତରରୁ ଉତ୍ତମ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ବାଛିବାକୁ ଯାଇ ସୁଖୁଙ୍କୁ ପାଇଥିବା କୁହାଯାଉଛି। ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ସେ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ। କିନ୍ତୁ ସୁଖୁ ହିମାଚଳ ପ୍ରଦେଶ ବିଜୟ ପଛରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଶ୍ରମକୁ ଶ୍ରେୟ ଦେଇଛନ୍ତି। ସୁଖୁ ପ୍ରଦେଶ କଂଗ୍ରେସ ସଭାପତି ଥିବା ବେଳେ ସାଙ୍ଗଠନିକ ଦକ୍ଷତା ପ୍ରଦର୍ଶନ କରି କର୍ମୀଙ୍କ ସହ ଉତ୍ତମ ସମ୍ପର୍କ ବଜାୟ ରଖିଥିଲେ। ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ବିଧାୟକମାନେ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ଲାଗି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିଚାର କରୁଥିଲେ। ତେବେ ଏକ ସାକ୍ଷାତ୍‌କାରରେ ସେ କହିଥିବା କଥା ଏବେ ତାଙ୍କ ବ୍ୟକ୍ତିତ୍ୱକୁ ଆହୁରି ଉଜ୍ଜ୍ୱଳ କରିଛି। ସେ କହିଥିଲେ, ରାଜନୀତିରେ ତିଷ୍ଠିବା ଲାଗି ତାଙ୍କୁ ଅନେକ ସଂଗ୍ରାମ କରିବାକୁ ପଡ଼ିଛି। କାରଣ ରାଜନୀତିରେ ଥିବା କୌଣସି ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ହାତ ତାଙ୍କ ମୁଣ୍ଡ ଉପରେ ନ ଥିଲା। କଠିନ ପରିଶ୍ରମ ଓ ପାର୍ଟି ପ୍ରତି ଆନୁଗତ୍ୟ ତାଙ୍କୁ ଉପରକୁ ଉଠିବାକୁ ସାହାଯ୍ୟ କରିଛି।
ସହଧର୍ମିଣୀ କମଳେଶ ଠାକୁର ଓ ଦୁଇ ଝିଅଙ୍କୁ ନେଇ ସୁଖୁଙ୍କ ସାଂସାରିକ ଜୀବନ ଗତିଶୀଳ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri