CORONAVIRUS UPDATE: ରାଜ୍ୟରେ ଆଉ ୩୦୫୩ ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୨୯ ହଜାର ୩୮୭କୁ ବୃଦ୍ଧି

ଭୁବନେଶ୍ୱର, ୩।୧୦(ବ୍ୟୁରୋ): ଶନିବାର ରାଜ୍ୟରୁ ୩୦୫୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୯,୩୮୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିମଧ୍ୟରୁ ୧୮୦୪ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୨୪୩ ଲୋକାଲ କେସ୍‌ ରହିଛି।
୩୦୫୩ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ ୬୪ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ୮୫, ବରଗଡ଼ ୯୮, ଭଦ୍ରକ ୭୦, ବଲାଙ୍ଗୀର ୯୫, ବୌଦ୍ଧ ୨୮, କଟକ ୨୫୬, ଦେବଗଡ଼ ୧୬, ଢେଙ୍କାନାଳ ୫୧, ଗଜପତି ୧୮, ଗଞ୍ଜାମ ୫୨, ଜଗତ୍‌ସିଂହପୁର ୭୨, ଯାଜପୁର ୧୧୦, ଝାରସୁଗୁଡ଼ା ୧୪୬, କଳାହାଣ୍ଡି ୪୧, କନ୍ଧମାଳ ୩୨, କେନ୍ଦ୍ରାପଡ଼ା ୧୧୫, କେନ୍ଦୁଝର ୧୩୩, ଖୋର୍ଦ୍ଧା ୫୬୧, କୋରାପୁଟ ୪୪, ମାଲକାନଗିରି ୬୨, ମୟୂରଭଞ୍ଜ ୧୫୩, ନବରଙ୍ଗପୁର ୧୪, ନୟାଗଡ଼ ୬୭, ନୂଆପଡ଼ା ୫୬, ପୁରୀ ୧୨୭, ରାୟଗଡ଼ା ୩୬, ସମ୍ବଲପୁର ୧୨୩, ସୋନପୁର ୮୩, ସୁନ୍ଦରଗଡ଼ ୯୮ ଜଣ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ,ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨,୨୯,୩୮୭ରେ ପହଞ୍ଚିଥିବା ବେଳେ ୧,୯୪,୧୨୮ଜଣ ସୁସ୍ଥ ହୋଇଛନ୍ତି। ୩୪୩୧୪ଜଣ ଚିକିତ୍ସିତ ହେଉଛନ୍ତି।