ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୩ ଆକ୍ରାନ୍ତ

ଭୁବନେଶ୍ୱର, ୨୬।୮(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ଆଉ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୧ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୧୩ ମୃତକଙ୍କ ମଧ୍ୟରୁ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାରୁ ୩ ଜଣ ଲେଖାଏ ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହିପରି କଟକ ଓ ଗଞ୍ଜାମରୁ ୨ ଜଣ ଲେଖାଏ ରହିଥିବା ବେଳେ କେନ୍ଦୁଝର, ଖୋର୍ଦ୍ଧା ଏବଂ ପୁରୀରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।