ବିବାଦ ଯୋଗୁ ଲାଗିପାରୁନି ନୂତନ ସିସି କ୍ୟାମେରା

ରାୟଗଡ଼ା,୧୫।୨(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମାରେ ଚୋରି, ଲୁଟ ଏବଂ ଡକାୟତି ବଢୁଛି। ଏହାକୁ ନିୟନ୍ତ୍ରଣ କରିବା ଏବଂ ଲୋକଙ୍କୁ ସୁରକ୍ଷା ଯୋଗାଇବା ଏବେ ପୋଲିସ ପାଇଁ ମଧ୍ୟ କାଠିକର ପାଠ ହେଇଛି। ସହରରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ସହରରେ ଅପରାଧିଙ୍କୁ ଜଗିବାକୁ ସିସି କ୍ୟାମେରାର ଆବଶକତା ରହିଛି। ପୂର୍ବରୁ ଲାଗିଥିବା ସିସିଟିଭି କ୍ୟାମେରା ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଅଚଳ ପଡ଼ିଥିଲେ ମଧ୍ୟ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ନୂତନ ସିସି କ୍ୟାମେରା ଲାଗିପାରୁନି। ଏଥିପାଇଁ ଟେଣ୍ଡର ପ୍ରକ୍ର୍ରିୟା ସରି ୩ ମାସ ବିତିଯାଇଥିଲେ ମଧ୍ୟ କୌଣସି ସ୍ଥାନରେ ନୂତନ କ୍ୟାମେରା ଲାଗିନାହିଁ। ସହରର ୩ ପ୍ରବେଶ ପଥ ସମେତ ସମସ୍ତ ୱାର୍ଡ଼କୁ ସିସିଟିଭି ନଜରରେ ରଖିବା ପାଇଁ ଜିଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ନୂଆ ଯୋଜନା ହୋଇଛି। ଏ ନେଇ ଦ୍ୱିତୀୟ ଥର ଏସ୍‌ପି ବିବେକାନନ୍ଦ ଶର୍ମା କ୍ୟାମେରା ସ୍ଥାନ ନିରୂପଣ ପାଇଁ ସର୍ଭେ କରିବା ପରେ ଏକ ବେସରକାରୀ ସଂସ୍ଥାକୁ ସହରର ଜନଗହଳିପୂର୍ଣ୍ଣ ସ୍ଥାନ, ବଜାର, ରାଜପଥ, ବାଇପାସ୍‌ ରୋଡ଼ ଏବଂ ସମସ୍ତ ୱାର୍ଡ଼କୁ ଦୁଇ ଭାଗରେ ବିଭକ୍ତ କରି ୩୧ ଟି ସ୍ଥାନରେ ୧୨୦ କ୍ୟାମେରା ଖଞ୍ଜିବା ପାଇଁ ଟେଣ୍ଡର ଦିଆଯାଇଛି। ତେବେ ଏ ନେଇ ପୁଲିସ ବିଭାଗ ଓ ପୌର ପରିଷଦ ମଧ୍ୟରେ ବିବାଦ ଲାଗି ରହିଛି। ୧୨୦ଟି ସ୍ଥାନରେ ସିସି କ୍ୟାମେରା ଲଗାଇବାକୁ ପୋଲିସ ପକ୍ଷରୁ ଦାବି ହେଉଥିବାବେଳେ ପୌର ପରିଷଦ ୮୯ ଟି ସ୍ଥାନରେ କ୍ୟାମେରା ଲଗାଇବା ପାଇଁ କହୁଛି। ଫଳରେ ଏହି କାମ ଆଗେଇ ପାରିନି।
ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ସହରରେ ୫ଟି ପାୱାର କ୍ୟାମେରା ଲଗାଇବା ପାଇଁ ମଧ୍ୟ ଯୋଜନା ରହିଛି। ସିରିଗୁଡ଼ାରୁ ଓଏମ୍‌ପି, ନୂଆସାହି, ଗଜପତି ଛକ, ରେଳ ଷ୍ଟେଶନ, ବୁଦ୍ରାୱାଲସା ଛକ, ହୋଟେଲ ସାଇ ଇଣ୍ଟରନ୍ୟାଶନାଲ ଓ ସାରଳା ଛକ, ରୟତ କଲୋନୀ, ଏସ୍‌ବିଆଇ ମୁଖ୍ୟ ଶାଖା, ମଝିଘରିଆଣୀ ମନ୍ଦିର, ବାମସୀ କ୍ରିଷ୍ଣା କଲ୍ୟାଣ ମଣ୍ଡପ, ଜ୍ୟୋତି ମହଲ, ପିଏସ୍‌ଆର ସିନେମା ହଲ, ଗାନ୍ଧୀ ନଗର, ସିଆରପିଏଫ୍‌ କ୍ୟାମ୍ପ ଓ କତୁରୁ ଆଦି ଛକଗୁଡ଼ିକରେ ସିସି କ୍ୟାମେରା ଲଗାଇବା ପାଇଁ ସର୍ଭେ ହୋଇଛି। ପ୍ରକାଶଯୋଗ୍ୟ, ୨୦୧୪ରେ ରାୟଗଡ଼ା ସହରର ପ୍ରମୁଖ ସ୍ଥାନରେ ସିସି କ୍ୟାମେରା ଲଗାଇବା ପାଇଁ ଜିଲା ଯୋଜନା ବୋର୍ଡ଼ ବୈଠକରେ ନିଷ୍ପତ୍ତି ହୋଇଥିଲା। ୨୦୧୭ ପର୍ଯ୍ୟନ୍ତ ପୌରପାଳିକା ଏ ନେଇ କୌଣସିି ପଦକ୍ଷେପ ନ ନେବାରୁ ୨୦୧୭ ମେରେ ଆଇଟିଡିଏ ଟେଣ୍ଡର ଡାକି ମୁମ୍ବାଇର ସ୍ବାତୀ ନାମକ ଏକ କମ୍ପାନିକୁ ସର୍ଭେ ଦାୟିତ୍ୱ ଦେଇଥିଲା। ସର୍ଭେ ପରେ ଉକ୍ତ କମ୍ପାନି ୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରସ୍ତାବ ଦେବା ପରେ ୩ ଟି ପର୍ଯ୍ୟାୟରେ କ୍ୟାମେରା ଖଞ୍ଜିବା ପାଇଁ ନିଷ୍ପତ୍ତି ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସହରର ତିନି ପ୍ରବେଶ ପଥ, କୋରାପୁଟ ରାସ୍ତାରେ ଦୁଇଟି, ଫରେଷ୍ଟ ଚେକ୍‌ଗେଟରେ ଗୋଟିଏ, ଟାଉନ ଥାନା ନିକଟରେ ୨ଟି, ଶାସ୍ତ୍ରୀ ନଗରରେ ୨ଟି, ମଝିଘରିଆଣୀ ମନ୍ଦିର ନିକଟରେ ୨ଟି, ପିତାମହଲରେ ୨ଟି, ସିରିଗୁଡ଼ାରେ ୨ଟି, କୋତାପେଟାରେ ଗୋଟିଏ ଏବଂ ରଥ ଛକ ରୋଡ଼ରେ ୨ଟି କ୍ୟାମେରା ଲଗାଯିବା ସହ ୩ ଟି ୱାଚ ଟାୱାର ନିର୍ମାଣ ହୋଇଥିଲା। ୨୦୧୮ ମେ ୯ରେ ସିସି କ୍ୟାମେରା କାର୍ଯ୍ୟକ୍ଷମ ହେବା ସହ ଏହାର ନିୟନ୍ତ୍ରଣ ବ୍ୟବସ୍ଥା ରାୟଗଡ଼ା ଟାଉନ ଥାନାରେ ରହିଥିଲା। ତେବେ ୨୦୧୮ରେ ହୋଇଥିବା ତିତ୍‌ଲି ବାତ୍ୟାରେ ସମସ୍ତ ସିସି କ୍ୟାମେରା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ପରେ ମରାମତି ନ ହୋଇ ଅଚଳ ଅବସ୍ଥାରେ ପଡ଼ିରହିଛି। ପରିତାପର ବିଷୟ ହେଲା ଶିଳ୍ପ ସମୃଦ୍ଧ ରାୟଗଡ଼ା ସହରରେ ଅନୁଦାନର ଅଭାବ ବୋଲି ଅଧିକାରୀମାନେ କହିଛନ୍ତି। ଜିଲା ଖଣିଜ ପାଣ୍ଠିକୁ କୋଟି କୋଟି ଟଙ୍କା ରାଜସ୍ବ ଆସୁଥିଲେ ମଧ୍ୟ ସଦର ମହୁକମାରେ ସୁରକ୍ଷା ବ୍ୟବସ୍ଥା ପାଇଁ ସିସିଟିଭି କ୍ୟାମେରା ଲାଗିପାରୁନାହିଁ। ଏ ନେଇ ପୌର ନିର୍ବାହୀ ଅଧିକାରୀ ୟାଶିର୍‌ ବିଲାଲ ଅହମ୍ମଦଙ୍କୁ ପଚାରିବାରୁ ଥାନାରେ କଣ୍ଟ୍ରୋଲ ରୁମ ମରାମତି ଚାଲିଥିବା କହିଛନ୍ତି। ଏହା ସମ୍ପୂର୍ଣ୍ଣ ହେବା ପରେ ସିସି କ୍ୟାମେରା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି। ତେବେ ସହରର ସୁରକ୍ଷା ବ୍ୟବସ୍ଥା କଥା କିଏ ବୁଝିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri