ଯାତ୍ରୀଙ୍କ କାମରେ ଲାଗୁନି ନୂତନ ବସ୍‌ଷ୍ଟାଣ୍ଡ

ନିମାପଡ଼ା,୩ା୩ (ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଏନ୍‌ଏସି ପକ୍ଷରୁ ୨କୋଟି ୫୦ଲକ୍ଷ ୩୨ହଜାର ଟଙ୍କା ବ୍ୟୟରେ ନିମାପଡ଼ାରେ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମିତ ହୋଇଛି। ୨୮ସେପ୍ଟେମ୍ବର ୨୦୧୮ରେ ଉଦ୍‌ଘାଟନ ହୋଇ ଲୋକାର୍ପିତ ହୋଇଥିଲା। ଉଦ୍‌ଘାଟନର ଅଢ଼େଇ ବର୍ଷ ପରେ ବି ବସ୍‌ଷ୍ଟାଣ୍ଡ ଯାତ୍ରୀଙ୍କ ହିତରେ ଆସୁ ନ ଥିବା ଜଣାପଡ଼ିଛି। ନିମାପଡ଼ା ରୁଟ୍‌ରେ ପୁରୀ, ଭୁବନେଶ୍ୱର, କାକଟପୁର, ଅସ୍ତରଙ୍ଗ, ନୟାହାଟ, ଚାରିଛକ, ଗୋପ, କୋଣାର୍କ ଆଦି ଅଞ୍ଚଳକୁ ପ୍ରାୟ ୪୫ ଯାତ୍ରୀବାହୀ ବସ୍‌ ଯାତାୟାତ କରୁଥିବା ବେଳେ ନୂତନ ବସ୍‌ଷ୍ଟାଣ୍ଡରେ ଏଥିରୁ ୯୦ ପ୍ରତିଶତ ବସ୍‌ ରହୁନାହିଁ। ଅନ୍ୟ କେତୋଟି ବସ୍‌ ଗୋଟିଏ ଗେଟରେ ପଶି ଅନ୍ୟ ଗେଟରେ ବାହାରି ଯାଉଛନ୍ତି। ବସ୍‌ଗୁଡ଼ିକ ପୂର୍ବଭଳି ପୁରୁଣା ବସଷ୍ଟାଣ୍ଡଠାରେ ମୁଖ୍ୟ ରାସ୍ତା ଅବରୋଧ କରି ଦୀର୍ଘ ସମୟ ଧରି ପାର୍କିଂ ହେଉଛି। ଫଳରେ ଟ୍ରାଫିକ ସମସ୍ୟା ଦେଖାଦେବା ସହ ଯାତାୟାତରେ ଲୋକେ ହଇରାଣ ହେଉଛନ୍ତି।
ନୂତନ ବସଷ୍ଟାଣ୍ଡରେ ବର୍ଷା, ଖରା ଦିନେ ଗାଡ଼ିଗୁଡ଼ିକ ରହଣି ପାଇଁ ଟର୍ମିନାଲ ବ୍ୟବସ୍ଥା ନ ଥିବା, ପାନୀୟ ଜଳ, ପରିଶ୍ରାଗାରର ସୁବ୍ୟବସ୍ଥା ନ ଥିବାରୁ ଏହି ବସଷ୍ଟାଣ୍ଡ ଯାତ୍ରୀଙ୍କ ହିତରେ ଆସିପାରି ନାହିଁ ବୋଲି ଯାତ୍ରୀ ଶ୍ରୀକାନ୍ତ ବାରିକ, ତ୍ରିଲୋଚନ ବିଶ୍ୱାଳ, ରାମଚନ୍ଦ୍ର ଜେନା, ପ୍ରମିଳା ସାହୁ, ପଦ୍ମାବତୀ ବେହେରା ପ୍ରମୁଖ କହିଛନ୍ତି। ବସ୍‌ଷ୍ଟାଣ୍ଡରେ ଟିକେଟ କାଉଣ୍ଟର ଓ ଯାତ୍ରୀ ପ୍ରତିକ୍ଷାଳୟ ଗୃହ ରହିଥିବା ବେଳେ ଉକ୍ତ ଗୃହରେ ସର୍ବଦା ତାଲା ଝୁଲୁଥିବା ଜଣାପଡ଼ିଛି। ବସଷ୍ଟାଣ୍ଡ ପରିସର ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳି ପାଲଟିଛି। ସନ୍ଧ୍ୟା ପରେ ଯାତ୍ରୀ, ଗାଡ଼ି ଚାଳକ ଏଠାକୁ ଆସିବାକୁ ନିରାପଦ ମଣୁ ନାହାନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏନ୍‌ଏନସି କର୍ତ୍ତୃପକ୍ଷ ଓ ପୋଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ନିମାପଡ଼ା ଘରୋଇ ବସ୍‌ ମାଲିକ ସଂଘ ସଭାପତି ବିଚିତ୍ରା ନନ୍ଦ ଖଟୋଇ, ଷ୍ଟାଣ୍ଡ ସମ୍ପାଦକ ସରୋଜ ସାହୁ, ବସ ମାଲିକ ସନ୍ତୋଷ ସେନାପତି, ସନ୍ଦୀପ ସ୍ବାଇଁ, ସୁନିଲ ପରିଜା କହିଛନ୍ତି, ନୂତନ ବସଷ୍ଟାଣ୍ଡରେ ଟର୍ମିନାଲ ବ୍ୟବସ୍ଥା ଏବଂ ଆଲୋକ ବ୍ୟବସ୍ଥା ନ ଥିବାରୁ ବସ୍‌ ରହଣିରେ ପ୍ରତିବନ୍ଧକ ସୃଷ୍ଟି ହେଉଥିବା କହିଛନ୍ତି। ଅନ୍ୟପଟେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିଭୂଷଣ ମିଶ୍ର କହିଛନ୍ତି, ନୂତନ ବସଷ୍ଟାଣ୍ଡରେ ବସଗୁଡ଼ିକ ରହଣି ପାଇଁ ଖୁବଶୀଘ୍ର ଏନ୍‌ଏସି ପକ୍ଷରୁ ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ସହ ଦୃଢ଼ ପକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri