କାମରେ ଲାଗୁନି ୨ ଥାନାର ନୂତନ କୋଠା

ଖୋର୍ଦ୍ଧା,୮ା୨ (ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଚାଲିଛି ଆଦର୍ଶ (ଟାଉନ) ଥାନା। ଅନ୍ୟପଟେ ଟ୍ରାଫିକ ଛକ ନିକଟରେ ଆଦର୍ଶ ଥାନାର ନୂତନ କୋଠା ନିର୍ମାଣ ସରିଛି। ନିର୍ମାଣକୁ ପ୍ରାୟ ଏକ ବର୍ଷ ବିତିଲାଣି। ଅଥଚ ନୂତନ କୋଠାକୁ ଥାନା ସ୍ଥାନାନ୍ତର କରାଯାଉନାହିଁ। ବାଘମାରୀ ଥାନାର ସମାନ ଦୃଶ୍ୟ। ଏହି ଥାନା ନିକଟରେ ନୂତନ ଥାନା କୋଠା ନିର୍ମାଣ ସରିଛି। ତେବେ ଏହାକୁ ମଧ୍ୟ ସ୍ଥାନାନ୍ତର କରାଯାଇନାହିଁ। ସେପଟେ ସ୍ଥାନାଭାବ ଯୋଗୁ ଥାନାରେ କୌଣସି କାର୍ଯ୍ୟ ହୋଇପାରୁନଥିବା ବେଳେ ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଦର୍ଶ ଥାନାର ସମସ୍ୟା ନ କହିଲେ ଭଲ। ଏଠି ଅଭିଯୋଗକାରୀ ବସିବା ପାଇଁ ଆବଶ୍ୟକ ଚେୟାର ଟେବୁଲ ନାହିଁ। ଥାନାକୁ ଆସୁଥିବା ଲୋକେ ଗଛମୂଳେ ବସୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବାଘମାରୀ ଥାନାର କୋଠା ଭୂତକୋଠି ପାଲଟିଛି। କୋଠାର କାନ୍ଥ ଫାଟିଲାଣି। କୋଠା ଚାରିପଟେ ଅନାବନା ଗଛଲତା ମାଡ଼ିଗଲାଣି। ଖୋର୍ଦ୍ଧା ଆଦର୍ଶ ଥାନା କୋଠା ନିର୍ମାଣ ପାଇଁ ବିଜେବି ହାଇସ୍କୁଲର ଛାତ୍ରାବାସ କୋଠାକୁ ସ୍ଥାନାନ୍ତର ହୋଇଥିଲା। ଇତିମଧ୍ୟରେ ୫ବର୍ଷ ବିତିଗଲାଣି। କୋଠା ନିର୍ମାଣ ସରିଥିବା ସତ୍ତ୍ୱେ କାହିଁକି ଖୋର୍ଦ୍ଧା ପୋଲିସ ଛାତ୍ରାବାସ ଛାଡୁନି ବୋଲି କହି ବିଜେବି ହାଇସ୍କୁଲ ଆଲୁମିନି କମିଟି ସଦସ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏକ ବିଦ୍ୟାଳୟ ସମ୍ପତ୍ତିକୁ ଖୋର୍ଦ୍ଧା ପୋଲିସ ମାଡିବସିଥିବା ସାଧାରଣରେ ଆଲୋଚନା ହେଉଛି। ଗୁରୁତ୍ୱପୂର୍ଣ୍ଣ ଟାଉନ ଥାନା ଅଧୀନରେ ଖୋର୍ଦ୍ଧା ସହର ସମେତ ଆଖପାଖ ଗ୍ରାମାଞ୍ଚଳ ଥିବାବେଳେ ଉଭୟ ପାର୍ଶ୍ୱରେ ୧୬ ଓ ୫୭ ନମ୍ବର ଜାତୀୟ ରାଜପଥ ରହିଛି। ପ୍ରାୟ ଅଧିକାଂଶ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥାଏ। ଏହାର ନବକଳେବର ପାଇଁ ପୋଲିସ ପ୍ରଶାସନ କାହିଁକି ଗୁରୁତ୍ୱ ଦେଉନାହିଁ ବୋଲି ସାଧାରଣିରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଜନଜାଗରଣ ପରିବାର ଆବାହକ ରଣଜିତ ମହାପାତ୍ର କହିଛନ୍ତି, ସରକାର ଟାଉନ ଥାନାକୁ ଆଦର୍ଶ ଥାନା ଘୋଷଣା କରିଛନ୍ତି। ତେବେ ଗତ କିଛିବର୍ଷ ହେବ ଏହା ଛାତ୍ରାବାସରେ ଚାଲୁଛି। ଏକ ଶିକ୍ଷାନୁଷ୍ଠାନ ଜାଗାରେ ଥାନା ଚାଲୁଥିବାବେଳେ ନବନିର୍ମିତ କୋଠାକୁ ବାରମ୍ବାର ଦାବି ସତ୍ତ୍ୱେ ସ୍ଥାନାନ୍ତର କରାଯାଉନାହିଁ। ସେପଟେ ସ୍ଥାନାଭାବ ଯୋଗୁ ଲୋକେ ଘଣ୍ଟା ଘଣ୍ଟା ଧରି ଥାନାରେ ଠିଆହୋଇ ରହୁଛନ୍ତି। ଏଥିରୁ ବରିଷ୍ଠ ନାଗରିକ ମଧ୍ୟ ବାଦ ପଡୁନାହାନ୍ତି। ଥାନାରେ ବସିବା ପାଇଁ ଜାଗା ନ ଥିବାବେଳେ ଶୌଚାଳୟ, ପାନୀୟଜଳ ବ୍ୟବସ୍ଥା ନାହିଁ। ନୂତନ କୋଠା ନିର୍ମାଣକୁ ବର୍ଷେ ବିତିଲାଣି। ତଥାପି ଏହାକୁ କାହିଁକି କାର୍ଯ୍ୟକ୍ଷମ କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ସେ ଜିଲାପାଳ ଏବଂ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ଦେଇଛନ୍ତି। ଖୁବଶୀଘ୍ର ଏହି ଦୁଇ ଥାନା ସ୍ଥାନାନ୍ତର କରାଯିବ ବୋଲି ଏସ୍‌ପି ସିଦ୍ଧାର୍ଥ କଟାରିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri