Categories: ଗଞ୍ଜାମ

ସୋରଡ଼ାରେ କାର୍ଯ୍ୟଭାର ଗ୍ରହଣ କଲେ ନୂଆ ବିଡିଓ

ସୋରଡ଼ା,୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ କାର୍ଯ୍ୟାଳୟରେ ସୋମବାର ଭାରତୀୟ ପ୍ରଶାସନିକ ସେବାର ଓଡ଼ିଶା କ୍ୟାଡର ୨୦୨୧ ବ୍ୟାଚ୍‌ର ମହିଳା ଆଇଏଏସ୍‌ ତଥା ଶିକ୍ଷାନବୀଶ ଦିନାହ ଦସ୍ତାଗିର ବିଡିଓ ଦାୟିତ୍ୱ ଗ୍ରହଣ କରିଛନ୍ତି। ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶ ୨୩୫୯/୦୩.୧୨.୨୦୨୨ ପ୍ରକାରେ ବିଡିଓ ସୀମାଞ୍ଚଳ ମଣ୍ଡଳଙ୍କଠାରୁ ସମସ୍ତ ଆର୍ଥିକ କ୍ଷମତା ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ସେ ଯୋଗ ଦେବା ପରେ ବ୍ଲକର ପୂର୍ବତନ ବିଡିଓ,ଏବିଡିଓ ସଂଜୀବ ରାଜ ସେନାପତିଙ୍କ ସମେତ ସମସ୍ତ ଅଧିକାରୀ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏଠାରେ ୨ ମାସର ଶୈକ୍ଷିକ କାର୍ଯ୍ୟ କାଳ ସମୟରେ ଏମ୍‌ଜିଏନ୍‌ଆର୍‌ଇଜିଏ,୫-ଟି କାମ, ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ଉପରେ ଯଥେଷ୍ଟ ଧ୍ୟାନ ଦେବି ବୋଲି ସେ କହିଛନ୍ତି। ୨୬ ପଞ୍ଚାୟତ ତଥା ଆଦିବାସୀ ବହୁଳ ଏହି ଅଞ୍ଚଳରେ ସ୍ବାସ୍ଥ୍ୟସେବାର ସମସ୍ୟା ଥିବା ପ୍ରଶ୍ନରେ ସେ କହିଥିଲେ ଏଥି ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବି।