ରାଜଧାନୀରେ ମାଡି ଚାଲିଛି କରୋନା: ଆଉ ୧୩୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୭(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ମାଡି ଚାଲିଛି କରୋନା। ବୁଧବାର ଆଉ ୧୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୯୮ ଜଣ କ୍ୱାରାଣ୍ଟାଇନରୁ ଥିବାବେଳେ ୩୯ ଲୋକାଲ କେସ। ୟୁନିଟ-୧ରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସତ୍ୟନଗରରୁ ୭, ଏକ ଘରୋଇ ହସ୍ପିଟାଲର ୬ କର୍ମଚାରୀ, ଜୟଦୁର୍ଗା ନଗରରୁ ୫ ଜଣ, କଳ୍ପନା ଛକ ଅଞ୍ଚଳରୁ ୫ ଜଣ, ଶାସ୍ତ୍ରୀ ନଗର ଅଞ୍ଚଳରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ୭୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ୨୫୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସେମାନଙ୍କ ମଧ୍ୟରୁ ୧୨୧୬ ଜଣ ସୁସ୍ଥ ହୋଇଛନ୍ତି ଓ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୧୨୭୧ ଆକ୍ଟିଭ କେସ ରହିଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।