ଅବହେଳାର ଚରମ ସୀମାରେ ବିଜୁ ଷ୍ଟାଡିୟମ: ୧୩ ବର୍ଷରେ ଥରେ ହୋଇନି ଖେଳ

କେନ୍ଦ୍ରାପଡ଼ା ଅଫିସ,୧୯।୭: କେନ୍ଦ୍ରାପଡ଼ାର ଦୌଡ଼ରାଣୀ ଲିଜା ବେହେରା କରୋନା କଟକଣା ପାଇଁ କ୍ରୀଡ଼ା ଛାତ୍ରାବାସରୁ ଆସି ଘରେ ରହୁଛନ୍ତି। ପ୍ରାୟ ବର୍ଷେ ଧରି ଉପଯୁକ୍ତ ତାଲିମ ଅଭାବ ସହ ଦୌଡ଼ ଅଭ୍ୟାସକୁ ରାସ୍ତାରେ ଜାରି ରଖିଛନ୍ତି। ମହାକାଳପଡ଼ା ବ୍ଲକ ତେରଗାଁ ପଞ୍ଚାୟତର ୩ ମହିଳା ଖେଳାଳି ସସ୍ମିତା ସେନାପତି, ସ୍ମୃତିରୂପା ମଲ୍ଲିକ ଓ ଲକ୍ଷ୍ମୀପ୍ରିୟା ବେହେରା କ୍ରିକେଟ ପାଇଁ ନୂଆ ଚେହେରା। ତେବେ କେନ୍ଦ୍ରାପଡ଼ା ଜିଲାରେ କ୍ରୀଡ଼ା ଭିତ୍ତିଭୂମି ଦୁର୍ବଳ ଥିବାରୁ ପ୍ରତିଭା ବିକଷିତ ହୋଇପାରୁନାହିଁ। ଜିଲାର ଏପରି ବହୁ ପ୍ରତିଭା କ୍ରୀଡ଼ା ଜଗତରେ ନିଜର ଦକ୍ଷତା ପ୍ରତିପାଦନ ପାଇଁ ଅପେକ୍ଷା କରି ରହିଥିବା ବେଳେ ଏ ନେଇ ପ୍ରଶାସନର ନଜର ରହୁନାହିଁ। ଅପରପକ୍ଷରେ ଏପରି ପ୍ରତିଭାକୁ ବିକଷିତ ପାଇଁ ସହରର ସାରଙ୍ଗଠାରେ ନିର୍ମାଣ ହୋଇଥିବା ବିଜୁ ପଟ୍ଟନାୟକ ଷ୍ଟାଡିୟମ ଅପରାଧୀଙ୍କ ଆଡାସ୍ଥଳୀ ପାଲଟିଛି। ଏଠାରେ ଗୋବରର ଘଷି ଶୁଖା ଯାଉଥିବା ବେଳେ ଧାନ ଅମଳ ଖଳା ଭାବେ ବ୍ୟବହୃତ ହେଉଛି। କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଡିୟମରେ ୧୩ ବର୍ଷ ହେଲା ଥରଟିଏ ପ୍ରତିଯୋଗିତା ହୋଇନାହିଁ। ସରକାରୀ ପ୍ରୋତ୍ସାହନ ଓ ରାସ୍ତା ସମସ୍ୟା ଷ୍ଟାଡିୟମରେ ଖେଳ ପାଇଁ ପ୍ରତିବନ୍ଧକ ବୋଲି କ୍ରୀଡ଼ାପ୍ରେମୀ ମତ ଦେଇଛନ୍ତି।
ଆଥଲେଟିକ୍‌ କୋଚ୍‌ ସେକ୍‌ ସୌକତ ଅଲ୍ଲି, କ୍ରୀଡ଼ା ଶିକ୍ଷକ ଜ୍ୟୋତିର୍ମୟ ଦାସ, କ୍ରୀଡାବିତ୍‌ ହାଡିବନ୍ଧୁ ସିଂହ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ବହୁ କ୍ରୀଡ଼ା ପ୍ରତିଭା ଦେଶ ବିଦେଶରେ ନିଜର ପାରଦର୍ଶିତା ଦେଖାଇଛନ୍ତି। ସେ ଫୁଟବଲ ହେଉ କି ଆଥଲେଟିକ ପ୍ରତ୍ୟେକ ଖେଳରେ ମନୋନିବେଶ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସହରର ସାରଙ୍ଗଠାରେ ୯ ଏକର ଜମିରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ ୧୯୯୩ ମେ ୧୦ରେ ଶିଳାନ୍ୟାସ ହୋଇଥିଲା। ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଡିୟମରେ କ୍ରିକେଟ, ଭଲିବଲ, ଫୁଟବଲ, କବାଡି, ଆଥେଲେଟିକ, ବାସ୍କେଟ ବଲ ଖୋ ଖୋ ଆଦି ଖେଳ ପାଇଁ ଉପଯୁକ୍ତ ଭିତ୍ତିଭୂମି ସୃଷ୍ଟି ହୋଇଥିଲା। ଏପରିକି ଏଠାରେ ଭଲିବଲ, ଫୁଟବଲ, ଆଥଲେଟିକ ଟ୍ରାକ୍‌ ରହିବା ସହ ଷ୍ଟାଡିୟମରେ ପ୍ରାୟ ୨ ହଜାର ଦର୍ଶକଙ୍କ ପାଇଁ ଗ୍ୟାଲେରି ନିର୍ମାଣ ହୋଇଛି। ସେହିପରି ଖେଳାଳି ଓ ଖେଳ ସରଞ୍ଜାମ ପାଇଁ ଗୃହ ନିର୍ମାଣ ହୋଇଛି। ୨୦୦୮ ଫେବୃୟାରୀ ୧୭ରେ ତତ୍କାଳୀନ ପୂର୍ତ୍ତ ଓ ଗୃହ ନିର୍ମାଣ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ଏହାକୁ ଉଦ୍‌ଘାଟନ କରିଥିଲେ। ଷ୍ଟାଡିୟମ ପାଇଁ ଉପଯୁକ୍ତ ରାସ୍ତା, ବିଦ୍ୟୁତ୍‌, ପାନୀୟ ଜଳ ଆଦିର ସୁବନ୍ଦୋବସ୍ତ ହୋଇ ପାରି ନ ଥିବାରୁ ଅବହେଳିତ ଭାବେ ପଡିରହିଛି। ଏଠାରେ ଅଦ୍ୟାବଧି କୌଣସି ଖେଳ ବା ପ୍ରତିଯୋଗିତା ଆୟୋଜିତ ହୋଇପାରିନାହିଁ। କ୍ରୀଡା ପ୍ରତିଭାଙ୍କୁ ଏଠାରେ ଖେଳ ପାଇଁ ପ୍ରୋତ୍ସାହିତ କରାଯାଇ ପାରୁନାହିଁ। ଫଳରେ ଷ୍ଟାଡିୟମ ଅପନ୍ତରା ଭାବେ ପଡି ରହିବା ସହ ଅସମାଜିକ ଲୋକଙ୍କ ଆଡାସ୍ଥଳୀ ପାଲଟିଛି। ଜିଲାର କ୍ରୀଡ଼ା ପ୍ରତିଭାଙ୍କ ବିକାଶ ପାଇଁ ଗଣ୍ଡାକିଆ ରାସ୍ତାରୁ ଷ୍ଟାଡିୟମ ପାଇଁ ସ୍ବତନ୍ତ୍ର ରାସ୍ତା ବ୍ୟବସ୍ଥା ହେବା ଆବଶ୍ୟକ। ଏହାବ୍ୟତୀତ ଷ୍ଟାଡିୟମର ମରାମତି ସହ ପ୍ରଶିକ୍ଷକ ନିଯୁକ୍ତି ହେଲେ କ୍ରୀଡାର ବିକାଶ ହୋଇପାରିବ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଜିଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କୁ ପଚାରିବାରେ ଷ୍ଟାଡିୟମର ମରାମତି ପାଇଁ ୩୧,୩୧,୪୪୦ ଟଙ୍କା ଅନୁଦାନ ମିଳିଛି। ଏଥିରେ ପାଚେରି ମରାମତି ସହ ଅନ୍ୟ କ୍ଷେତ୍ରରେ ଉନ୍ନତୀକରଣ ହୋଇଛି। ପାଣି ଓ ବିଜୁଳି ବ୍ୟବସ୍ଥା କରାଯାଉଛି। ଏକ କ୍ରୀଡା ହଷ୍ଟେଲ ନିର୍ମାଣ ମଞ୍ଜୁରୀ ଅପେକ୍ଷାରେ ଅଛି। ଏହାଦ୍ୱାରା କ୍ରୀଡା ପ୍ରତିଭା ବିକଷିତ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri