ଖାତିର ନାହିଁ

ମୁଁ  ୫ ଜଣଙ୍କୁ ହତ୍ୟା କରିଛି। ଦାବି କରିଛନ୍ତି ରାଜସ୍ଥାନ ଅଲଓ୍ବରର ପୂର୍ବତନ ବିଧାୟକ ଜ୍ଞାନଦେବ ଆହୁଜା। ଏହାସତ୍ତ୍ୱେ ମଧ୍ୟ ଆଜି ସିଏ ଜଣେ ସ୍ବାଧୀନ ନାଗରିକ ଭାବେ ବୁଲି ପାରୁଛନ୍ତି। ତାଙ୍କ କହିବା ଅନୁଯାୟୀ ତାଙ୍କ ଦ୍ୱାରା ମରାଯାଇଥିବା ୫ ଜଣ ଯାକ ଗୋହତ୍ୟାକାରୀ ଥିଲେ। ଗୋହତ୍ୟାକାରୀଙ୍କୁ ହତ୍ୟା କରିବା ଦରକାର ବୋଲି ସ୍ପଷ୍ଟ ମତ ଦେଇଛନ୍ତି ଆହୁଜା। ସାମ୍ପ୍ରଦାୟିକ ହିଂସାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଭେଟିବା ପାଇଁ ଗୋବିନ୍ଦଗଡ଼କୁ ନିକଟରେ ଯାଇଥିବା ବେଳେ ସେ ଆହୁରି ମଧ୍ୟ କହିଥିଲେ ଯେ, ଗୋହତ୍ୟା କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ମାରିଦିଅ। ଆହୁଜା ଯେଉଁ ଦୃଢ଼ୋକ୍ତିର ସହିତ ଜୀବନରେ କରିଥିବା ଅନେକ ହତ୍ୟା ସମ୍ପର୍କରେ ସାଧାରଣରେ କହିଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ବୁଝାପଡୁଛି। ଆଜିର ଭାରତରେ ନୂଆ ସ୍ରୋତ ଆରମ୍ଭ କରିବାର ଅନେକ କ୍ଷେତ୍ରରେ ଉପାୟ ଖୋଜା ଚାଲିଛି। ସେଥିମଧ୍ୟରୁ, ନ୍ୟାୟପାଳିକାକୁ ହାତମୁଠାକୁ ଆଣିବା ହୋଇଯାଇଛି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ। ଏଠାରେ ଗୁଜରାଟର ବିଲ୍‌କିସ୍‌ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାରର ୧୪ ଜଣଙ୍କୁ ହତ୍ୟା ଏବଂ ପରବର୍ତ୍ତୀ ଘଟଣା ବିଷୟରେ ସମସ୍ତେ ଅବଗତ ଅଛନ୍ତି। ସେଥିରେ ସମ୍ପୃକ୍ତ ୧୧ ଜଣ ଅଭିଯୁକ୍ତଙ୍କୁ ନିକଟରେ ସୁପ୍ରିମ୍‌କୋର୍ଟର ପରୋକ୍ଷ ଇଙ୍ଗିତରେ ସରକାର ଦ୍ୱାରା ଗଠିତ ପ୍ୟାନେଲ ମାଧ୍ୟମରେ ମୁକ୍ତ କରିଦିଆଯାଇଛି। ଆଜି ସେମାନେ ଦେଶର ଯେକୌଣସି ଅଞ୍ଚଳରେ ସ୍ବାଧୀନ ନାଗରିକ ଭାବେ ବୁଲିପାରିବେ। ସମ୍ଭବତଃ ଅନେକ ହିନ୍ଦୁ ଏହି ନୂଆ ମୋଡ଼କୁ ଖୁସିର ସହ ସ୍ବାଗତ କରୁଥିବେ। ତେବେ ଆମ ସମସ୍ତଙ୍କୁ ମନେରଖିବାକୁ ହେବ ଯେ, ଅପରାଧର କୌଣସି ଧର୍ମ ବା ଜାତି ନ ଥାଏ। ୨୦୦୨ ମସିହା ଦଙ୍ଗାରେ ଏହି ଉଚ୍ଚବର୍ଗର ବ୍ରାହ୍ମଣମାନେ ଏକ ମୁସଲମାନ ପରିବାରକୁ ନିପାତ କରିଦେଲେ। ବିଲ୍‌କିସ ବାନୋ ଭଳି ଆହୁରି ଅନେକ ଘଟଣା ସେତେବେଳେ ଘଟିଥିଲା, ଯେଉଁଗୁଡ଼ିକ ପରବର୍ତ୍ତୀ ସମୟରେ ନ୍ୟାୟାଳୟକୁ ବିଭିନ୍ନ କାରଣରୁ ଆସିପାରି ନ ଥିଲା। ବିଲ୍‌କିସ ବାନୋ ଜିଦି ଧରିଥିବାରୁ ତାଙ୍କ ଘଟଣା ସମଗ୍ର ଦେଶରେ ଚର୍ଚ୍ଚିତ ହେଲା। ଆଜି ଯେଉଁ ହିନ୍ଦୁମାନେ ଭାବୁଛନ୍ତି ଯେ ଅପରାଧୀମାନେ ମୁକ୍ତି ପାଇବା ଫଳରେ ମୁସଲମାନମାନଙ୍କ ଉପରେ ଉଚିତ୍‌ ଦଣ୍ଡ ମିଳିଛି, ସେହି ହିନ୍ଦୁମାନେ ବୁଝିବା କଥା ଯେ ଅପରାଧୀ ଯେତେବେଳେ ମୁକ୍ତ ଏବଂ ଦମ୍ଭଧରି ରାସ୍ତାରେ ବୁଲିବ ସେତେବେଳେ ସେ କୌଣସି ମା, ଭଉଣୀ, ଝିଅ କିମ୍ବା ସ୍ତ୍ରୀର ଧର୍ମକୁ ପଚାରିକରି ବଳାତ୍କାର ଓ ପରବର୍ତ୍ତୀ ସମୟରେ ହତ୍ୟା କରିବ ନାହିଁ। ଥରେ ସାପ ପେଡ଼ିରୁ ବାହାରିଲେ ତାକୁ ଆୟତ୍ତ କରିବା କଷ୍ଟକର ବ୍ୟାପାର। ଏହାର ପ୍ରମାଣ ପୂର୍ବତନ ବିଧାୟକ ଜ୍ଞାନଦେବ ଆହୁଜା ଦେଇ ସାରିଲେଣି।
ଆହୁଜାଙ୍କ ମନ୍ତବ୍ୟ ଗୋଟିଏପଟେ ତାଙ୍କ ସମର୍ଥକମାନଙ୍କ ମନୋବଳ ବଢ଼ାଇବା ପାଇଁ ଉଦ୍ଦିଷ୍ଟ ହୋଇଥାଇପାରେ, କିନ୍ତୁ ତାହାଠାରୁ ମାରାତ୍ମକ ହେଉଛି ଯେ ସେହି ଶବ୍ଦଗୁଡ଼ିକ ସାଧାରଣରେ ଉଚ୍ଚାରଣ କରି ଆହୁଜା ଜଣାଇଦେଲେ ଯେ ଏହି ଦେଶର ପୋଲିସ ଓ ନ୍ୟାୟାଳୟ ପ୍ରତି ତାଙ୍କର ତିଳେମାତ୍ର ଭୟ କିମ୍ବା ଖାତିର ନାହିଁ। ଏହିଭଳି ନାଗରିକଙ୍କ ପାଇଁ ଅପରାଧ କରିବା ଅତି ସହଜ ହୋଇପଡ଼ିଲେ ସମସ୍ତଙ୍କର କ୍ଷତି।
ମଣିଷ ମାରିବା ପାଇଁ ଯଦି ଅନୁମତି ମିଳେ ତେବେ କାରଣ ଖୋଜିବା ଗୌଣ ହୋଇଯାଏ। ଏଠାରେ ଓଡ଼ିଶାର ଉଦାହରଣ ଦିଆଯାଇପାରେ। ଏହି ରାଜ୍ୟର ଅନେକ ଗ୍ରାମରେ ବିଧବା ମହିଳା କିମ୍ବା ଅସହାୟ ବୃଦ୍ଧଙ୍କୁ ଗୁଣିଗାରେଡ଼ି କରୁଥିବାର ଅଭିଯୋଗ ଆଣି ମୁଷ୍ଟିମେୟ ଗ୍ରାମବାସୀ ସେମାନଙ୍କୁ ହତ୍ୟା କରିଥିବାର ଅନେକ ଖବର ପଢ଼ିବାକୁ ମିଳୁଛିି। ଏହିଭଳି ବହୁ ଅପରାଧର ପ୍ରଚ୍ଛଦପଟରେ ଗ୍ରାମବାସୀଙ୍କର ସମ୍ପତ୍ତି ଲୋଭ ରହିଛି ବୋଲି ଜଣାପଡ଼େ। ଗୁଣିଆ ତଥା ଡାହାଣୀ ବୋଲି କହି ମାରିଦେଲେ ପୋଲିସ ମଧ୍ୟ ନିଷ୍କ୍ରିୟ ହୋଇଯାଉଛି ଯଦି ଅନେକ ଗ୍ରାମବାସୀ ସେହି ଅଭିଯୋଗ କରିବାରେ ମିଶିଯାଉଛନ୍ତି। ‘ଜୋର୍‌ ଯା’ର ମୁଲକ ତା’ର’ ନୀତିରେ ହତ୍ୟାକାରୀମାନେ କେବଳମାତ୍ର ସଂଖ୍ୟାରେ ଅଧିକ ହେବା ଦରକାର। ଗୋଷ୍ଠୀବଦ୍ଧ ହୋଇ ଅଭିଯୋଗ ଆଣିପାରିଲେ ମିଥ୍ୟା ମଧ୍ୟ ସତ୍ୟ ପ୍ରମାଣିତ ହୋଇଯିବ। ଆହୁଜାଙ୍କ ଡାକରା ଅନୁଯାୟୀ ଯେକୌଣସି ବ୍ୟକ୍ତି ଗୋହତ୍ୟା କରୁଛି ତାଙ୍କୁ ହତ୍ୟା କରାଯିବା ଦରକାର। ତେବେ ଏହି ଧାରାରେ ଦୁଇପାଦ ଆଗେଇ ଗଲେ, ଯଦି ଆପଣଙ୍କ ପଡ଼ୋଶୀଙ୍କ ମଧ୍ୟରୁ ଗୋଟିଏ ବଡ଼ ଗୋଷ୍ଠୀ ଆପଣଙ୍କ ଘର ଭିତରେ ଗୋହତ୍ୟା କରାଯାଉଛି ବୋଲି କହି ଆପଣଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ଓ ବଳାତ୍କାର କରିଦିଅନ୍ତି, ତେବେ ମୃତ୍ୟୁ ପରେ ଆପଣ ହିନ୍ଦୁ ବୋଲି ପ୍ରମାଣ ଦେବା ଅସମ୍ଭବ ହୋଇପଡ଼ିବ। ହତ୍ୟାକାରୀଙ୍କ ସପକ୍ଷରେ ପ୍ରମାଣ ସୃଷ୍ଟି କରିବାକୁ ଯାଇ ଦୁଇଟି ଗୋରୁହାଡ଼ ଆପଣଙ୍କ ଘରୁ ବାହାରିଲେ ଯଥେଷ୍ଟ। ଏହା ହେଉଛି ଏକ ଭଦ୍ର ସମାଜର ବିଲୋପର ପରିଚୟ। ସଭ୍ୟ ଓ ଅସଭ୍ୟ ସମାଜର ତଫାତ୍‌ ବୁଝିବାକୁ ହେଲେ ଗୋଟିଏ ଦେଶରୁ ପୋଲିସ ଓ ନ୍ୟାୟାଳୟକୁ ବିଦାକରି ଦେଖିବାକୁ ହେବ। ଏହାଫଳରେ ଯେଉଁ ଅରାଜକତା ସୃଷ୍ଟି ହେବ ସେଥିରୁ କେବଳ ଗୋଷ୍ଠୀ ଯୁଦ୍ଧ ତିଷ୍ଠିପାରିବ ଏବଂ ଏକାକୀ କିମ୍ବା ଛୋଟ ପରିବାର ସହ ବଞ୍ଚୁଥିବା ନାଗରିକ ମରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri