ଖାତିର ନାହିଁ

ମୁଁ  ୫ ଜଣଙ୍କୁ ହତ୍ୟା କରିଛି। ଦାବି କରିଛନ୍ତି ରାଜସ୍ଥାନ ଅଲଓ୍ବରର ପୂର୍ବତନ ବିଧାୟକ ଜ୍ଞାନଦେବ ଆହୁଜା। ଏହାସତ୍ତ୍ୱେ ମଧ୍ୟ ଆଜି ସିଏ ଜଣେ ସ୍ବାଧୀନ ନାଗରିକ ଭାବେ ବୁଲି ପାରୁଛନ୍ତି। ତାଙ୍କ କହିବା ଅନୁଯାୟୀ ତାଙ୍କ ଦ୍ୱାରା ମରାଯାଇଥିବା ୫ ଜଣ ଯାକ ଗୋହତ୍ୟାକାରୀ ଥିଲେ। ଗୋହତ୍ୟାକାରୀଙ୍କୁ ହତ୍ୟା କରିବା ଦରକାର ବୋଲି ସ୍ପଷ୍ଟ ମତ ଦେଇଛନ୍ତି ଆହୁଜା। ସାମ୍ପ୍ରଦାୟିକ ହିଂସାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଭେଟିବା ପାଇଁ ଗୋବିନ୍ଦଗଡ଼କୁ ନିକଟରେ ଯାଇଥିବା ବେଳେ ସେ ଆହୁରି ମଧ୍ୟ କହିଥିଲେ ଯେ, ଗୋହତ୍ୟା କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ମାରିଦିଅ। ଆହୁଜା ଯେଉଁ ଦୃଢ଼ୋକ୍ତିର ସହିତ ଜୀବନରେ କରିଥିବା ଅନେକ ହତ୍ୟା ସମ୍ପର୍କରେ ସାଧାରଣରେ କହିଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ବୁଝାପଡୁଛି। ଆଜିର ଭାରତରେ ନୂଆ ସ୍ରୋତ ଆରମ୍ଭ କରିବାର ଅନେକ କ୍ଷେତ୍ରରେ ଉପାୟ ଖୋଜା ଚାଲିଛି। ସେଥିମଧ୍ୟରୁ, ନ୍ୟାୟପାଳିକାକୁ ହାତମୁଠାକୁ ଆଣିବା ହୋଇଯାଇଛି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ। ଏଠାରେ ଗୁଜରାଟର ବିଲ୍‌କିସ୍‌ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାରର ୧୪ ଜଣଙ୍କୁ ହତ୍ୟା ଏବଂ ପରବର୍ତ୍ତୀ ଘଟଣା ବିଷୟରେ ସମସ୍ତେ ଅବଗତ ଅଛନ୍ତି। ସେଥିରେ ସମ୍ପୃକ୍ତ ୧୧ ଜଣ ଅଭିଯୁକ୍ତଙ୍କୁ ନିକଟରେ ସୁପ୍ରିମ୍‌କୋର୍ଟର ପରୋକ୍ଷ ଇଙ୍ଗିତରେ ସରକାର ଦ୍ୱାରା ଗଠିତ ପ୍ୟାନେଲ ମାଧ୍ୟମରେ ମୁକ୍ତ କରିଦିଆଯାଇଛି। ଆଜି ସେମାନେ ଦେଶର ଯେକୌଣସି ଅଞ୍ଚଳରେ ସ୍ବାଧୀନ ନାଗରିକ ଭାବେ ବୁଲିପାରିବେ। ସମ୍ଭବତଃ ଅନେକ ହିନ୍ଦୁ ଏହି ନୂଆ ମୋଡ଼କୁ ଖୁସିର ସହ ସ୍ବାଗତ କରୁଥିବେ। ତେବେ ଆମ ସମସ୍ତଙ୍କୁ ମନେରଖିବାକୁ ହେବ ଯେ, ଅପରାଧର କୌଣସି ଧର୍ମ ବା ଜାତି ନ ଥାଏ। ୨୦୦୨ ମସିହା ଦଙ୍ଗାରେ ଏହି ଉଚ୍ଚବର୍ଗର ବ୍ରାହ୍ମଣମାନେ ଏକ ମୁସଲମାନ ପରିବାରକୁ ନିପାତ କରିଦେଲେ। ବିଲ୍‌କିସ ବାନୋ ଭଳି ଆହୁରି ଅନେକ ଘଟଣା ସେତେବେଳେ ଘଟିଥିଲା, ଯେଉଁଗୁଡ଼ିକ ପରବର୍ତ୍ତୀ ସମୟରେ ନ୍ୟାୟାଳୟକୁ ବିଭିନ୍ନ କାରଣରୁ ଆସିପାରି ନ ଥିଲା। ବିଲ୍‌କିସ ବାନୋ ଜିଦି ଧରିଥିବାରୁ ତାଙ୍କ ଘଟଣା ସମଗ୍ର ଦେଶରେ ଚର୍ଚ୍ଚିତ ହେଲା। ଆଜି ଯେଉଁ ହିନ୍ଦୁମାନେ ଭାବୁଛନ୍ତି ଯେ ଅପରାଧୀମାନେ ମୁକ୍ତି ପାଇବା ଫଳରେ ମୁସଲମାନମାନଙ୍କ ଉପରେ ଉଚିତ୍‌ ଦଣ୍ଡ ମିଳିଛି, ସେହି ହିନ୍ଦୁମାନେ ବୁଝିବା କଥା ଯେ ଅପରାଧୀ ଯେତେବେଳେ ମୁକ୍ତ ଏବଂ ଦମ୍ଭଧରି ରାସ୍ତାରେ ବୁଲିବ ସେତେବେଳେ ସେ କୌଣସି ମା, ଭଉଣୀ, ଝିଅ କିମ୍ବା ସ୍ତ୍ରୀର ଧର୍ମକୁ ପଚାରିକରି ବଳାତ୍କାର ଓ ପରବର୍ତ୍ତୀ ସମୟରେ ହତ୍ୟା କରିବ ନାହିଁ। ଥରେ ସାପ ପେଡ଼ିରୁ ବାହାରିଲେ ତାକୁ ଆୟତ୍ତ କରିବା କଷ୍ଟକର ବ୍ୟାପାର। ଏହାର ପ୍ରମାଣ ପୂର୍ବତନ ବିଧାୟକ ଜ୍ଞାନଦେବ ଆହୁଜା ଦେଇ ସାରିଲେଣି।
ଆହୁଜାଙ୍କ ମନ୍ତବ୍ୟ ଗୋଟିଏପଟେ ତାଙ୍କ ସମର୍ଥକମାନଙ୍କ ମନୋବଳ ବଢ଼ାଇବା ପାଇଁ ଉଦ୍ଦିଷ୍ଟ ହୋଇଥାଇପାରେ, କିନ୍ତୁ ତାହାଠାରୁ ମାରାତ୍ମକ ହେଉଛି ଯେ ସେହି ଶବ୍ଦଗୁଡ଼ିକ ସାଧାରଣରେ ଉଚ୍ଚାରଣ କରି ଆହୁଜା ଜଣାଇଦେଲେ ଯେ ଏହି ଦେଶର ପୋଲିସ ଓ ନ୍ୟାୟାଳୟ ପ୍ରତି ତାଙ୍କର ତିଳେମାତ୍ର ଭୟ କିମ୍ବା ଖାତିର ନାହିଁ। ଏହିଭଳି ନାଗରିକଙ୍କ ପାଇଁ ଅପରାଧ କରିବା ଅତି ସହଜ ହୋଇପଡ଼ିଲେ ସମସ୍ତଙ୍କର କ୍ଷତି।
ମଣିଷ ମାରିବା ପାଇଁ ଯଦି ଅନୁମତି ମିଳେ ତେବେ କାରଣ ଖୋଜିବା ଗୌଣ ହୋଇଯାଏ। ଏଠାରେ ଓଡ଼ିଶାର ଉଦାହରଣ ଦିଆଯାଇପାରେ। ଏହି ରାଜ୍ୟର ଅନେକ ଗ୍ରାମରେ ବିଧବା ମହିଳା କିମ୍ବା ଅସହାୟ ବୃଦ୍ଧଙ୍କୁ ଗୁଣିଗାରେଡ଼ି କରୁଥିବାର ଅଭିଯୋଗ ଆଣି ମୁଷ୍ଟିମେୟ ଗ୍ରାମବାସୀ ସେମାନଙ୍କୁ ହତ୍ୟା କରିଥିବାର ଅନେକ ଖବର ପଢ଼ିବାକୁ ମିଳୁଛିି। ଏହିଭଳି ବହୁ ଅପରାଧର ପ୍ରଚ୍ଛଦପଟରେ ଗ୍ରାମବାସୀଙ୍କର ସମ୍ପତ୍ତି ଲୋଭ ରହିଛି ବୋଲି ଜଣାପଡ଼େ। ଗୁଣିଆ ତଥା ଡାହାଣୀ ବୋଲି କହି ମାରିଦେଲେ ପୋଲିସ ମଧ୍ୟ ନିଷ୍କ୍ରିୟ ହୋଇଯାଉଛି ଯଦି ଅନେକ ଗ୍ରାମବାସୀ ସେହି ଅଭିଯୋଗ କରିବାରେ ମିଶିଯାଉଛନ୍ତି। ‘ଜୋର୍‌ ଯା’ର ମୁଲକ ତା’ର’ ନୀତିରେ ହତ୍ୟାକାରୀମାନେ କେବଳମାତ୍ର ସଂଖ୍ୟାରେ ଅଧିକ ହେବା ଦରକାର। ଗୋଷ୍ଠୀବଦ୍ଧ ହୋଇ ଅଭିଯୋଗ ଆଣିପାରିଲେ ମିଥ୍ୟା ମଧ୍ୟ ସତ୍ୟ ପ୍ରମାଣିତ ହୋଇଯିବ। ଆହୁଜାଙ୍କ ଡାକରା ଅନୁଯାୟୀ ଯେକୌଣସି ବ୍ୟକ୍ତି ଗୋହତ୍ୟା କରୁଛି ତାଙ୍କୁ ହତ୍ୟା କରାଯିବା ଦରକାର। ତେବେ ଏହି ଧାରାରେ ଦୁଇପାଦ ଆଗେଇ ଗଲେ, ଯଦି ଆପଣଙ୍କ ପଡ଼ୋଶୀଙ୍କ ମଧ୍ୟରୁ ଗୋଟିଏ ବଡ଼ ଗୋଷ୍ଠୀ ଆପଣଙ୍କ ଘର ଭିତରେ ଗୋହତ୍ୟା କରାଯାଉଛି ବୋଲି କହି ଆପଣଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ଓ ବଳାତ୍କାର କରିଦିଅନ୍ତି, ତେବେ ମୃତ୍ୟୁ ପରେ ଆପଣ ହିନ୍ଦୁ ବୋଲି ପ୍ରମାଣ ଦେବା ଅସମ୍ଭବ ହୋଇପଡ଼ିବ। ହତ୍ୟାକାରୀଙ୍କ ସପକ୍ଷରେ ପ୍ରମାଣ ସୃଷ୍ଟି କରିବାକୁ ଯାଇ ଦୁଇଟି ଗୋରୁହାଡ଼ ଆପଣଙ୍କ ଘରୁ ବାହାରିଲେ ଯଥେଷ୍ଟ। ଏହା ହେଉଛି ଏକ ଭଦ୍ର ସମାଜର ବିଲୋପର ପରିଚୟ। ସଭ୍ୟ ଓ ଅସଭ୍ୟ ସମାଜର ତଫାତ୍‌ ବୁଝିବାକୁ ହେଲେ ଗୋଟିଏ ଦେଶରୁ ପୋଲିସ ଓ ନ୍ୟାୟାଳୟକୁ ବିଦାକରି ଦେଖିବାକୁ ହେବ। ଏହାଫଳରେ ଯେଉଁ ଅରାଜକତା ସୃଷ୍ଟି ହେବ ସେଥିରୁ କେବଳ ଗୋଷ୍ଠୀ ଯୁଦ୍ଧ ତିଷ୍ଠିପାରିବ ଏବଂ ଏକାକୀ କିମ୍ବା ଛୋଟ ପରିବାର ସହ ବଞ୍ଚୁଥିବା ନାଗରିକ ମରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri