ଧନଠାରୁ ଅଧିକ ମୂଲ୍ୟବାନ ଏହି ୩ ଜିନିଷ; ଟଙ୍କା ପଛରେ ଦୌଡ଼ି କେବେ ହରାନ୍ତୁନାହିଁ

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନରେ ସବୁଠାରୁ ଅଧିକ ମହତ୍ୱ ଧନର ରହିଛି। ଚାଣକ୍ୟ କୁହନ୍ତି ଟଙ୍କା ଥିଲେ ବ୍ୟକ୍ତି ନିଜର ଆବଶ୍ୟକତା ଅନୁସାରେ ପ୍ରତ୍ୟେକଟି ଜିନିଷ କିଣିପାରେ। ପରିବାରର ଭରଣପୋଷଣରେ ମଧ୍ୟ ଧନର ଆବଶ୍ୟକତା ରହିଛି। ଏଥିଲାଗି ରୋଜଗାର କରିବାକୁ ଲୋକମାନେ ଦିନରାତି ପରିଶ୍ରମ କରିଥାନ୍ତି। ହେଲେ ଯେତିକି ଆବଶ୍ୟକ ସେତିକି ଧନ୍ୟ ଉପାର୍ଜନ କରିବା ଉଚିତ। କାରଣ ଟଙ୍କା ଆଉଥରେ ରୋଜଗାର କରିହେବ, ହେଲେ ଟଙ୍କା ରୋଜଗାର କରିବାକୁ ଯାଇ ଅନେକ ଥର ବହୁତ କିଛି ପଛରେ ରହିଯାଏ ଯାହା ଧନଠାରୁ ମୂଲ୍ୟବାନ। ଚାଣକ୍ୟ ଏଭଳି ତିନୋଟି ଜିନିଷ ବିଷୟରେ କହିଛନ୍ତି ଯାହା ହଜାଇଲେ ବ୍ୟକ୍ତି ପାଖରେ ଧନ ଥାଇ ବି କାଙ୍ଗାଳ ରହିଥାଏ।

-ପ୍ରେମ ଆଗରେ ସବୁ ବେକାର: ଚାଣକ୍ୟ କୁହନ୍ତି ଜୀବନରେ ଧନ ଯେତିକି ଲୋଡା ସେତିକି ପ୍ରେମ। ଜୀବନରେ ଉଭୟ ବହୁତ ଜରୁରୀ। କେହି କେହି ଟଙ୍କା ପଛରେ ଦୌଡ଼ି ପରିବାର ଛାଡ଼ି ଦିଅନ୍ତି ତ କେହି ପ୍ରେମ ପାଇଁ ଧନସମ୍ପତ୍ତି ତ୍ୟାଗ କରିଦିଅନ୍ତି। ହେଲେ ଧନ ପାଇଁ ପ୍ରେମକୁ ତ୍ୟାଗ କରିଦେବା ମୁର୍ଖାମୀ। କାହିଁକିନା ପ୍ରେମ ଆଗରେ ଟଙ୍କାପଇସାର କୌଣସି ମୂଲ୍ୟ ନାହିଁ। ସମ୍ପର୍କ ଭିତରେ ଟଙ୍କାପଇସାକୁ କେବେ ବି ଆଣିବା ଉଚିତ ନୁହେଁ। କାହିଁକିନା କେହି ଯେତେବି ଧନି ହୋଇଥାଉନା କାହିଁକି ପ୍ରେମକୁ କିଣିପାରିବ ନାହିଁ।

-ଧର୍ମ ହେଉଛି ଧନଠାରୁ ବଡ଼: ଚାଣକ୍ୟ କୁହନ୍ତି ମନୁଷ୍ୟ ଯେଉଁ ଧର୍ମର ହୋଇଥାଉନା କାହିଁକି ସେ ଧର୍ମକୁ ସର୍ବଦା ଧନର ଉପରେ ରଖିବା ଉଚିତ। କାହିଁକିନା ଧର୍ମ ହିଁ ମନୁଷ୍ୟକୁ ଠିକ୍‌ କେଉଁଟା ଭୁଲ କେଉଁଟା ଚିହ୍ନାଇଥାଏ। ଚାଣକ୍ୟ କୁହନ୍ତି କୌଣସି ବ୍ୟକ୍ତି ରୋଜଗାର ଲାଗି ନିଜର ଧର୍ମ ତ୍ୟାଗ କରିଦେଲେ ସମାଜରେ ପ୍ରତିଷ୍ଠା ଶେଷ ହୋଇଯାଏ। ଧର୍ମ ବିନା ବ୍ୟକ୍ତି ଖରାପ ରାସ୍ତାରେ ଯାଇଥାଏ ବୋଲି ସେ କହିଛନ୍ତି।

-ସ୍ବାଭିମାନ ତ୍ୟାଗ କରନ୍ତୁ ନାହିଁ: ଚାଣକ୍ୟ କୁହନ୍ତି ବ୍ୟକ୍ତିର ସ୍ବାଭିମାନ ଆଗ। ସ୍ବାଭିମାନ ଅନୁସାରେ ତାର ପରିଚୟ ସୃଷ୍ଟି ହୁଏ। ପରିଶ୍ରମ କରି ଧନ ଅର୍ଜନ କରିହୁଏ, ହେଲେ ଥରେ ଆତ୍ମବିଶ୍ୱାସ ଚାଲିଯାଏ ତେବେ ତାକୁ ପାଇବା ମୁସ୍କିଲ। ସ୍ବାଭିମାନ ପାଇଁ ଧନକୁ ତ୍ୟାଗ କରିବାରୁ ପଛଘୁଞ୍ଚା ଦେବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri