ନିରପେକ୍ଷ ଗଣମାଧ୍ୟମ ଲୋଡ଼ା

ଆକାର ପଟେଲ

କିଛି ଦିନ ପୂର୍ବେ ମୁଁ ‘ପ୍ରାଇସ୍‌ ଅଫ୍‌ ଦି ମୋଦି ଇୟର୍ସ’ ବହି ଲେଖା ଶେଷ କରିଥିଲି। ୨୦୧୪ ପରବର୍ତ୍ତୀ ଭାରତ ଇତିହାସର ବିଷୟବସ୍ତୁ ଉପରେ ଏହା ଆଧାରିତ। ମୁଁ ସବୁ ଘଟଣା ଏବଂ ରାଜନୀତିର ବିଭିନ୍ନ ଭାଗ ଯଥା ଅର୍ଥବ୍ୟବସ୍ଥା, ଜାତୀୟ ସୁରକ୍ଷା, ଶାସନ ବ୍ୟବସ୍ଥା, ନ୍ୟାୟିକ ବ୍ୟବସ୍ଥା ଏବଂ ଆହୁରି ଏମିତି ଅନେକ ଦିଗର ତଥ୍ୟ ଉପରେ ନିରୀକ୍ଷଣ କରିଛି। ବହିର ବିଷୟବସ୍ତୁ ଉପରେ ବ୍ୟାଖ୍ୟା କରିବାକୁ ଚାହଁୁ ନାହିଁ, କାରଣ ଏଥିରେ ବହୁତ କିଛି ପ୍ରଦାନ କରାଯାଇଛି ଏବଂ ପ୍ରତ୍ୟେକ ଘଟଣାରେ ମୋର କେତେକ ଦୃଷ୍ଟିକୋଣ ସମ୍ଭବତଃ ପାଠକମାନେ ଜାଣିସାରିଛନ୍ତି। କିନ୍ତୁ ବହିରେ ତଥ୍ୟର ଉତ୍ସଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏଥିରେ ଉଦ୍ଧୃତ ଉତ୍ସଗୁଡ଼ିକରେ ଦ ଓ୍ବେର ଓ୍ବେବ୍‌ସାଇଟ୍‌କୁ ୮୫ ଥର, ସ୍କ୍ରୋଲ୍‌ ଓ୍ବେବ୍‌ସାଇଟ ୫୪ ଥର ଏବଂ ଟାଇମ୍ସ ଅଫ୍‌ ଇଣ୍ଡିଆ ୩୭ ଥର ଉଲ୍ଲେଖ କରାଯାଇଛି। ଏଭଳି କରିବାର କାରଣ ବି ରହିଛି। ଉକ୍ତ ଓ୍ବେବ୍‌ସାଇଟଗୁଡ଼ିକ ବିଭିନ୍ନ ପ୍ରକାରର ଅଧିକ ସଂଖ୍ୟକ ରିପୋର୍ଟ ପ୍ରସ୍ତୁତ କରିବା ଲକ୍ଷ୍ୟ କରି ମୁଁ ଖବରକାଗଜ ଅପେକ୍ଷା ଏଗୁଡ଼ିକ ପ୍ରତି ଆଗ୍ରହୀ ହୋଇଥିଲି। ଘଟଣା ହେଉଛି, ଗତ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଏହି ଓ୍ବେବ୍‌ସାଇଟଗୁଡ଼ିକ ଏବଂ ଏମାନଙ୍କ ଭଳି ନ୍ୟୁଜ କ୍ଲିକ୍‌, ଦି ଟାଇମ୍ସ ମିନିଟ ଏବଂ ଅଲ୍‌ଟ ନ୍ୟୁଜ ଟ୍ରାଡିଶନାଲ ମିଡିଆ ଭଳି ଗୁରୁତ୍ୱପୂର୍ଣ୍ଣ ଉତ୍ସ ହୋଇପାରିଛନ୍ତି। ଉକ୍ତ ସାଇଟ୍‌ଗୁଡ଼ିକ ମଧ୍ୟରୁ ଅଧିକାଂଶ ସାଇଟ୍‌କୁ ସାମ୍ବାଦିକମାନେ ପ୍ରତିଷ୍ଠା କରି ଅନ୍ୟମାନଙ୍କଠାରୁ ପ୍ରାପ୍ତ ଦାନ ଏବଂ କିଛି ଅନୁଦାନରେ ଏହାକୁ ବଞ୍ଚାଇ ରଖିଛନ୍ତି। ବୃହତ୍‌ ବିଜ୍‌ନେସ ହାଉସ୍‌ କିମ୍ବା ଟ୍ରାଡିଶନାଲ ମିଡିଆ ହାଉସ୍‌ ଏହି ସାଇଟ୍‌ଗୁଡ଼ିକର ମାଲିକ ନୁହନ୍ତି ଏବଂ ଏହି କାରଣ ଯୋଗୁ ଏମାନଙ୍କର ବିଷୟବସ୍ତୁ ଭିନ୍ନ। ବିଭିନ୍ନ ବିଷୟରେ ଟ୍ରାଡିଶନାଲ ମଡିଆ ବା ପାରମ୍ପରିକ ଗଣମାଧ୍ୟମ ସରକାରଙ୍କ ଉପରେ ନିର୍ଭରଶୀଳ। ଉଦାହରଣ ସ୍ବରୂପ; ପ୍ରତିବର୍ଷ ମୋଦି ସରକାର ୧୨୦୦ କୋଟି ଟଙ୍କା (ପ୍ରତି ମାସରେ ୧୦୦ କୋଟି ଟଙ୍କା) ବିଜ୍ଞାପନ ବାବଦରେ ଖର୍ଚ୍ଚ କରୁଛନ୍ତି। ଏହାବାଦ୍‌ ଦ ସେଣ୍ଟ୍ରାଲ୍‌ ପବ୍ଲିକ୍‌ ସେକ୍ଟର ୟୁନିଟ୍‌ଗୁଡ଼ିକ ଆଉ ୧୦୦୦ କୋଟି ଟଙ୍କା କିମ୍ବା ଏହାଠରୁ ଅଧିକ ଖର୍ଚ୍ଚ କରୁଛନ୍ତି। ଏଣୁ ପ୍ରତିମାସରେ ପାଖାପାଖି ୨୦୦ କୋଟି ଟଙ୍କା ମିଡିଆକୁ ଦିଆଯାଉଛି।
ଏହାବାଦ୍‌ ଅନ୍ୟ ସବୁ ବିଷୟ ମଧ୍ୟରେ ରହିଛି ଟିଭି ଷ୍ଟେସନ ପାଇଁ ଲାଇସେନ୍ସ, ମାଗଣା କିମ୍ବା ରିହାତିରେ ଜମି ଆବଣ୍ଟନ ଏବଂ ମେଶିନ ଓ ନ୍ୟୁଜପ୍ରିଣ୍ଟ (ନ୍ୟୁଜ ପେପର୍‌ର କାଗଜ) ଉପରେ ସୀମାଶୁଳ୍କ ଓ ଉପତ୍ାଦ ଶୁଳ୍କ। ତା’ପରେ ବୃହତ୍‌ ମିଡ଼ିଆ ହାଉସଗୁଡ଼ିକ ଆୟୋଜନ କରୁଥିତ୍ବା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ବା ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଏ। ଯେତେବେଳେ ପ୍ରଧାନମନ୍ତ୍ରୀ କୌଣସି ଏକ ଶୀର୍ଷକ କିମ୍ବା ଷ୍ଟୋରୀକୁ ନେଇ ଅସନ୍ତୋଷ ପ୍ରକାଶ କରନ୍ତି ସେତେବେଳେ ସେ ସମ୍ମିଳନୀରେ ଉପସ୍ଥିତ ରହିବାକୁ ମନା କରନ୍ତି ଏବଂ ତାଙ୍କ ପରେ ଅନ୍ୟ ମନ୍ତ୍ରୀମାନଙ୍କୁ ବାତିଲ କରିବାର ପଥ ପରିଷ୍କାର ହୋଇଯାଏ। ଏହାଯୋଗୁ କାର୍ଯ୍ୟକ୍ରମ ପ୍ରାୟୋଜକମାନେ ସେମାନଙ୍କ ପ୍ରାୟୋଜନର ସମ୍ପୂର୍ଣ୍ଣ ମୂଲ୍ୟ ପାଇଲେ ନାହିଁ ବୋଲି ଅଭିଯୋଗ ବାଢ଼ନ୍ତି। ଏହି ସବୁ କାରଣ ଯୋଗୁ ଟ୍ରାଡିଶନାଲ ମଡିଆ ସରକାରୀ ଚାପର ସମ୍ମୁଖୀନ ହୁଅନ୍ତି। କିନ୍ତୁ ଓ୍ବେବ୍‌ସାଇଟରେ ଏହା ହୋଇ ନ ଥାଏ। ଏମାନଙ୍କୁ ନିୟନ୍ତ୍ରଣ କରିବା ତଥା ଚାପ ପକାଇବା ଲାଗି ମୋଦି ସରକାର ସୂଚନା ଓ ପ୍ରଯୁକ୍ତିବିଦ୍ୟା ( ଇଣ୍ଟରମିଡିଏଟୋରି ଗାଇଡ୍‌ଲାଇନସ୍‌ ଆଣ୍ଡ୍‌ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌)ନିୟମ,୨୦୨୧ ଆରମ୍ଭ କରିଛନ୍ତି। ଏଥିରେ ନିରୀକ୍ଷଣ ପ୍ରକ୍ରିୟା ସୃଷ୍ଟି କରାଗଲା ଏବଂ ଏହା ଇଣ୍ଟରନେଟ ପାଇଁ କାମ କରିବ। ଟିଭି ରେଗୁଲେଶନ ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଯେମିତି କଲା ଏହା ସେମିତି କରିବ। ଇଣ୍ଟରନେଟ୍‌ ଏପରି କି ମେସେଜିଂ ସର୍ଭିସଗୁଡ଼ିକରେ ସବୁ ବିଷୟକୁ ସରକାର ନିରୀକ୍ଷଣ ଓ ନିୟନ୍ତ୍ରଣ କରିବାକୁ କ୍ଷମତା ପାଇଗଲେ। ଏହି ନିୟମ ଇ- ନ୍ୟୁଜପେପରକୁ ବାଦ ଦେଇଛି। ଅର୍ଥାତ ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥାଗୁଡ଼ିକ (ଯେଉଁମାନେ ସରକାରଙ୍କଠାରୁ ଟଙ୍କା ନେଇଥାନ୍ତି) ଦି ଓ୍ବେର ଡଟ୍‌ ଇନ, ସ୍କ୍ରୋଲ ଡଟ୍‌ ଇନ ଏବଂ ନ୍ୟୁଜ କ୍ଲିକ୍‌ ଇନ୍‌ ଭଳି ସ୍ବାଧୀନ ମିଡିଆ ହାଉସଠାରୁ ଅଧିକ ଉପକୃତ ବା ଲାଭାନ୍ବିତ ହେବେ। ଯଦି ଆପଣଙ୍କର ଏକ ନ୍ୟୁଜ୍‌ ଓ୍ବେବ୍‌ସାଇଟ ଅଛି ଏବଂ ନ୍ୟୁଜ୍‌ ପେପର ନାହିଁ, ତେବେ ଆପଣଙ୍କ ଓ୍ବେବ୍‌ସାଇଟ ନିୟମାନୁସାରେ ନିୟନ୍ତ୍ରିତ ହେବ। ସୂଚନା ପ୍ରଯୁକ୍ତି ବିଦ୍ୟା ନିୟମ, ୨୦୨୧ରେ ନ୍ୟୁଜ ମିଡିଆକୁ ନିରୀକ୍ଷଣ କି ନିୟନ୍ତ୍ରଣ କରିବାକୁ ଏହାର ଆଇନଗତ ଅଧିକାର ରହିଲା ନାହିଁ। ଅତ୍ୟଧିତ୍କ କ୍ଷମତା ଯୋଗକରି ପରିବର୍ତ୍ତନ କରାଗଲା, ଯାହା ମୂଳ ଆଇନରୁ ବହୁ ଦୂରରେ ରହିଲା।
ନୂଆ ନିୟମ ମଧ୍ୟ ସିଧାସଳଖ ନାଗରିକଙ୍କୁ ପ୍ରଭାବିତ କରୁଛି। ହ୍ବାଟସ୍‌ଆପ, ସିଗନାଲ ଏବଂ ଟେଲିଗ୍ରାମ ଭଳି ମେସେଜିଂ ସର୍ଭିସଗୁଡ଼ିକୁ କୌଣସି ଏକ ବିଷୟର ସୃଷ୍ଟିକର୍ତ୍ତାଙ୍କୁ ଚିହ୍ନଟ କରିବାକୁ ଦରକାର ପଡ଼ିବ। ଉଦାହରଣ ସ୍ବରୂପ ଜଣେ ଯଦି ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି କାର୍ଟୁନ କରିଥାନ୍ତି ଓ ତାହା ଭାଇରାଲ ହାଇଥାଏ, ତେବେ ତାଙ୍କୁ ଚିହ୍ନଟ କରିବାକୁ ହେବ। ଚିହ୍ନଟ କରିବାର ଆବଶ୍ୟକାତା ଥିବାରୁ ଗୁପ୍ତ ଭାବରେ ସୂଚନା ପଠାଇବା କିମ୍ବା ଷ୍ଟୋର କରି ରଖିବା ପ୍ରକ୍ରିିୟାକୁ ନଷ୍ଟ କରିଦେବ। କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ନିରୀକ୍ଷଣ ପ୍ରକ୍ରିୟା ରହିବ ବୋଲି ଏହି ଆଇନ କହେ। ସବୁ ଓ୍ବେବ୍‌ ଆଧାରିତ ପ୍ଲାଟଫର୍ମଗୁଡ଼ିକରେ ଭିଡ଼ିଓ କଣ୍ଟେଣ୍ଟର ସେନ୍‌ସର ବ୍ୟବସ୍ଥା ରହିବ ବୋଲି ଏହା ମଧ୍ୟ ଦର୍ଶାଏ। ନିୟମାନୁସାରେ ସରକାର ପ୍ଲାଟଫର୍ମର ବିଷୟବସ୍ତୁକୁ ବ୍ଲକ୍‌ କରିଦେଇପାରିବେ। ପ୍ରକାଶିତ ବିଷୟ ଉପରେ ପ୍ଲାଟଫର୍ମଗୁଡ଼ିକ କ୍ଷମା ମାଗିବେ। ଏହା ଭାରତର ଭବିଷ୍ୟତ ପାଇଁ ଭଲ ନୁହେଁ। ସରକାର ଅତ୍ୟନ୍ତ କ୍ଷମତାଶାଳୀ ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ଭାରି ଲୋକପ୍ରିୟ। ବିରୋଧୀମାନେ ଏବେ ସୁଦ୍ଧା ନିଜକୁ ସଂଗଠିତ କରିପାରିନାହାନ୍ତି ଏବଂ ସାମ୍ପ୍ରଦାୟିକ ଏକଚ୍ଛତ୍ରବାଦ ବିରୋଧରେ ସ୍ବର ଉଠାଇବାକୁ ସକ୍ଷମ ହୋଇନାହାନ୍ତି। ଆମ ଦେଶରେ ଯାହା ସବୁ ଘଟୁଛି ତାହା ପ୍ରକାଶ କରିବା ଲାଗି ଭାରତ ଚାହେଁ ଏକ ସ୍ବାଧୀନ ତଥା ନିରପେକ୍ଷ ଗଣମାଧ୍ୟମ। କିନ୍ତୁ ଏହା କିପରି ହୋଇ ନ ପାରିବ ସେଥିତ୍ପାଇଁ ସରକାର ସବୁ ପ୍ରକାର ପ୍ରୟାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri