Categories: ଖେଳ

୩ ଉଇକେଟରେ ବିଜୟୀ ହେଲା ନେଦରଲାଣ୍ଡ୍ସ

ଗିଲଙ୍ଗ,୧୬ା୧୦: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ଦିବସରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ୩ ଉଇକେଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ହରାଇ ଦେଇଛି।

ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୟୁଏଇ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ବିନିମୟରେ ୧୧୧ ରନ୍‌ କରିଥିଲା। ଦଳର ଟପ୍‌ ସ୍କୋରର ମହମ୍ମଦ ଓ୍ବାସିମ୍‌ ୪୧ ରନ୍‌ କରିଥିଲେ। ଉଇକେଟ୍‌କିପର ଭ୍ରିତ୍ୟା ଅରବିନ୍ଦ୍‌ ୧୮ ରନ୍‌ କରିଥିଲେ। ନେଦରଲାଣ୍ଡ୍ସର ସଫଳ ବୋଲର ବାସ୍‌ ଡି’ ଲିଡ୍‌ ୩ ଓଭରରେ ୧୯ ରନ୍‌ ବିନିମୟରେ ୩ ଉଇକେଟ ନେଇଥିବା ବେଳେ ଫ୍ରେଡ୍‌ କ୍ଲାସେନ ୧୩ ରନ୍‌ ଦେଇ ୨ ଉଇକେଟ ନେବାରେ ସଫଳ ହୋଇଥିଲେ। ହେଲେ ନେଦରଲାଣ୍ଡ୍ସ ୧୯.୫ ଓଭରରେ ୭ ଉଇକେଟ ହରାଇ ୧୧୨ ରନ୍‌ କରି ମ୍ୟାଚ୍‌ ଜିତିନେଇଥିଲା। ଦଳର ଟପ୍‌ ସ୍କୋରର ମାକ୍ସ ଓଡୋଡ୍‌ ୨୩ ରନ୍‌ କରିଥିଲେ। ୟୁଏଇର ଜୁନେଦ ସିଦ୍ଦିକି ୨୪ ରନ୍‌ ଦେଇ ୩ ଉଇକେଟ ନେଇଥିଲେ।

Share