Posted inଖେଳ

ଅଷ୍ଟ୍ରେଲିଆକୁ ୬-୨ରେ ହରାଇଲା ନେଦରଲାଣ୍ଡ୍ସ

ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ରେ ନେଦରଲାଣ୍ଡ୍ସର ଆଧିପତ୍ୟ ଅବ୍ୟାହତ ରହିଛି। କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ଅଷ୍ଟ୍ରେଲିଆକୁ ୬-୨ ଗୋଲରେ ପରାସ୍ତ କରିଛି। କଳିଙ୍ଗରେ ନେଦରଲାଣ୍ଡ୍ସର ଏହା କ୍ରମାଗତ ୪ର୍ଥ ବିଜୟ। ନେଦରଲାଣ୍ଡ୍ସ ଚଳିତ ସିଜନରେ ମୋଟ ୮ଟି (ଆଣ୍ଟ୍ବେର୍ପରେ ୪ଟି) ମ୍ୟାଚ ଖେଳି ସାରିଥିବାବେଳେ ଅଲ୍‌ ଓ୍ବିନ ବିଜୟ ରେକର୍ଡ ସହ ୨୪ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ନିଜର ସ୍ଥାନ ସୁଦୃଢ଼ କରିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୪ ମ୍ୟାଚରୁ ଦ୍ୱିତୀୟ ପରାଜୟ ବରଣ କରିଛି।
ଆକ୍ରମଣାତ୍ମକ ଖେଳ ପାଇଁ ଉଭୟ ଦଳ ବେଶ୍‌ ପରିଚିତ ଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଥିଲା। ମାତ୍ର ଅଷ୍ଟ୍ରେଲିଆ ଉପରେ ଆରମ୍ଭରୁ ଭାରି ପଡ଼ିଥିଲା ନେଦରଲାଣ୍ଡ୍ସ। ୭ମ ମିନିଟରେ ଭିନ ମାର୍ଜିନ ଓ ୯ମ ମିନିଟରେ ମାଟିଆ ଫ୍ରେଡେରିକ୍‌ଙ୍କ ଫିଲ୍ଡ ଗୋଲ ବଳରେ ନେଦରଲାଣ୍ଡ୍ସ ୨-୦ରେ ଅଗ୍ରଣୀ ହୋଇ ଅଷ୍ଟ୍ରେଲିଆକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲା। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ଅର୍ଥାତ୍‌ ୨୦ତମ ମିନିଟରେ ପେନାଲ୍ଟି କର୍ନରରୁ ଜାନସେନ ୟିବି ଦଳ ପକ୍ଷରୁ ତୃତୀୟ ଗୋଲଟି ଦେଇଥିବାବେଳେ ଅଷ୍ଟ୍ରେଲିଆର ଷ୍ଟିଓ୍ବାର୍ଟ ଟାଟୁମ ୨୮ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ପ୍ରଥମାର୍ଦ୍ଧ ଶେଷ ବେଳକୁ ନେଦରଲାଣ୍ଡ୍ସ ୩-୧ରେ ଅଗ୍ରଣୀ ରହିଥିଲା। ତୃତୀୟ କ୍ୱାର୍ଟରରେ ମଧ୍ୟ ନେଦରଲାଣ୍ଡ୍ସର ପ୍ରାଧାନ୍ୟ ବରବତ୍ତର ରହିଥିଲା। ୩୯ତମ ମିନିଟରେ ଜାନସେନ ୟିବି ପେନାଲ୍ଟି କର୍ନରରୁ ବ୍ୟକ୍ତିଗତ ଦ୍ୱିତୀୟ ଓ ଦଳ ପକ୍ଷରୁ ୪ର୍ଥ ଗୋଲ ସ୍କୋର କରିଥିଲେ। ଅନ୍ତିମ କ୍ୱାର୍ଟରରେ କଡ଼ା ଟକ୍କର ହୋଇଥିଲେ ହେଁ ନେଦରଲାଣ୍ଡ୍ସର ଭିନ୍‌ ମାର୍ଜିନ ୧ ମିନିଟ ବ୍ୟବଧାନରେ ୨ଟି (୪୮ ଓ ୪୯ତମ ମିନିଟ) ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିଲେ। ୫୨ତମ ମିନିଟରେ ଅଷ୍ଟ୍ରେଲିଆର ଷ୍ଟିଓ୍ବାର୍ଟ ଗ୍ରେସ୍‌ ଏକ ଗୋଲ ପରିଶୋଧ କରିଥିଲେ, ମାତ୍ର ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା। ବିପଜ୍ଜନକ ଖେଳ ପାଇଁ ନେଦରଲାଣ୍ଡ୍ସର ଆଲବେର୍ସ ଫେଲିସେ ଓ ମୋଇସ ଫ୍ରିକି ଗ୍ରୀନ୍‌ କାର୍ଡ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri